ମୋଦି, ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ,୧ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କୁ ଜବାବ ମାଗିଛନ୍ତି। ମୋଦି ଏବଂ ଶାହ ଘୃଣିତ ଭାଷଣ ଦେବା ସହ ଦେଶର ସୈନ୍ୟବାହିନୀକୁ ରାଜନୈତିକ ପ୍ରଚାରରେ ବ୍ୟବହାର କରି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଥିବା ନେଇ ସିଲଚର୍‌ ଏମ୍‌ପି ତଥା ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବ୍‌ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଭାଜପାର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହା ଗୁରୁତର ପକ୍ଷପାତ ଏବଂ ନିର୍ବାଚନ ପ୍ରକ୍ରିୟାର ସାଧୁତାକୁ ନଷ୍ଟ କରୁଛି ବୋଲି ଦେବ୍‌ ତାଙ୍କ ପିଟିଶନରେ ଦର୍ଶାଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ.କେ. କୌଲ୍‌ ଏବଂ କେ.ଏମ୍‌ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ନିର୍ଦ୍ଦେଶ ଜାରି କରିବା କ୍ଷମତା ଇସିଙ୍କର ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ, ମୋହନ ଭାଗବତ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୧୨: ନରେନ୍ଦ୍ର ମୋଦିଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବେ, ସେନେଇ ଏବେ ଚର୍ଚ୍ଚା ଚାଲିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଏ...

ରେଲେଓ଼୍ବ ଗ୍ରୁପ ଡିରେ ବଡ଼ ନିଯୁକ୍ତି ଅପଡେଟ, ଦଶମ ପାସ୍‌ କରିଥିଲେ ମିଳିବ ସୁଯୋଗ, ଦରମା ରହିଛି…

ନୂଆଦିଲ୍‌ଲୀ,୧୧।୧୨: ସୋସିଆଲ ମିଡିଆରେ ୬୨,୪୬୦ ପଦବୀ ପାଇଁ ରେଳବାଇ ଗ୍ରୁପ ଡି ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞପ୍ତି ଭାଇରାଲ ହେଉଛି, କିନ୍ତୁ ରେଳବାଇ ନିଯୁକ୍ତି ବୋର୍ଡ...

ଗୋଆ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ

ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri