Posted inଜାତୀୟ

ମୋଦି ନେତା, ରାଜନାଥ ଉପନେତା

ନୂଆଦିଲ୍ଲୀ,୧୩ା୬(ପି.ଟି.): ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟି ବୁଧବାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏହାର ନେତା ହୋଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଉପନେତା ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଥାଓ୍ବର ଚାନ୍ଦ୍‌ ଗେହଲଟଙ୍କୁ ନେତା ଏବଂ ପୀୟୂଷ ଗୋୟଲଙ୍କୁ ଉପନେତା ନିଯୁକ୍ତ କରାଯାଇଛି। ପୂର୍ବରୁ ରାଜ୍ୟ ସଭାରେ ନେତା ଥିବା ଅରୁଣ ଜେଟ୍‌ଲୀ ସ୍ବାସ୍ଥ୍ୟଗତ କାରଣରୁ ଏଥିରୁ ଅବ୍ୟାହତି ନେବାକୁ ଅନୁରୋଧ କରିଥିଲେ। ଭାଜପା ସଂସଦୀୟ କାର୍ଯ୍ୟକାରିଣୀ କମିଟିରେ ୩ ଜଣ ଓଡିଆ ଏମ୍‌ପିଙ୍କୁ ନିଆଯାଇଛି। ସେମାନେ ହେଲେ ସୁରେଶ ପୂଜାରୀ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ। ବରଗଡ଼ ଏମ୍‌ପି ପୂଜାରୀଙ୍କୁ ଲୋକ ସଭାରେ ଓଡିଶା, ମଣିପୁର ଏବଂ ତେଲେଙ୍ଗାନା ପାଇଁ ହୁଇପ୍‌ ନିଯୁକ୍ତ କରାଯାଇଛି। ସେହିପରି ଜୁଏଲ୍‌ ଲୋକ ସଭାରୁ ଏବଂ ଧର୍ମେନ୍ଦ୍ର ରାଜ୍ୟ ସଭାରୁ ସଂସଦୀୟ କମିଟିରେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି। ସଞ୍ଜୟ ଜୟସ୍ବାଲଙ୍କୁ ମୁଖ୍ୟ ହୁଇପ୍‌ ନିଯୁକ୍ତ କରାଯିବା ସହ ପ୍ରଥମ ଥର ଲାଗି ୩ ମହିଳା ଏମ୍‌ପିଙ୍କୁ ହୁଇପ୍‌ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୧୫ ଜଣ ଲୋକ ସଭାରେ ହୁଇପ୍‌ ନିଯୁକ୍ତ ହୋଇଛନ୍ତି। ଲୋକ ସଭାରୁ ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀରେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନୀତିନ ଗଡକରୀ, ରବିଶଙ୍କର ପ୍ରସାଦ, ଅର୍ଜୁନ ମୁଣ୍ଡା, ନରେନ୍ଦ୍ର ସିଂ ତୋମରଙ୍କୁ ନିଆଯାଇଥିବାବେଳେ ରାଜ୍ୟ ସଭାରୁ ଜେ.ପି. ନଡ୍ଡା, ଓମ୍‌ପ୍ରକାଶ ମାଥୁର, ନିର୍ମଳା ସୀତାରାମନ ଏବଂ ପ୍ରକାଶ ଜାଭଡେକରଙ୍କୁ ନିମନ୍ତ୍ରିତ ସଦସ୍ୟ ରଖାଯାଇଛି। ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟଙ୍କୁ ଦଳର ସଂସଦୀୟ କାର୍ଯ୍ୟାଳୟ ପ୍ରଭାରୀ ଏବଂ ବାଲସୁବ୍ରମଣ୍ୟମ୍‌ କୁମାରସୁଙ୍କୁ ସଚିବ ଭାବେ ପୁନଃ ନିର୍ବାଚିତ କରାଯାଇଛି। ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀ ଏମ୍‌ପି ନ ଥିବାରୁ ପ୍ରଥମ ଥର ଲାଗି ସେମାନଙ୍କୁ କମିଟିରେ ସ୍ଥାନ ମିଳିନାହିଁ। ସେହିପରି ଅରୁଣ ଜେଟ୍‌ଲୀ ଏବଂ ସୁଷମା ସ୍ବରାଜ ମଧ୍ୟ କମିଟିରେ ନାହାନ୍ତି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ୧୬ ତାରିଖରେ ଭାଜପା ସଂସଦୀୟ କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକ ବସିବ। ଏହା ବ୍ୟତୀତ ସେହିଦିନ ସରକାର ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri