Posted inଜାତୀୟ

ମୋଦିଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଟକ୍କର ଦେବେ ତେଜ ବାହାଦୁର

ଚଣ୍ଡିଗଡ଼,୩୦।୯: ଖାଇବାର ଅଭିଯୋଗକୁ ନେଇ ଚର୍ଚ୍ଚାକୁ ଆସିଥିବା ନିଲମ୍ବିତ ବିଏସ୍‌ଏଫ୍‌ ଯବାନ ତେଜ ବାହଦୁର ଯାଦବ ଏବେ ହରିୟାଣା ରାଜନୀତିରେ ପାଦ ରଖିଛନ୍ତି। ଦୁଷ୍‌ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି)ରେ ରବିବାର ତେଜ ବାହାଦୁର ସାମିଲ ହୋଇଛନ୍ତି। ଦଳରେ ସାମିଲ ହେବା ପରେ ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବାରାଣସୀ ସଂସଦୀୟ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାମାଙ୍କନ ପତ୍ର ଦାଖଲ କରିଥିବା ତେଜ ଏବେ ଖଟ୍ଟରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ତାଙ୍କର ଏହି ଘୋଷଣା ପରେ ଏବେ ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତେଜ ବାହାଦୂରଙ୍କୁ ଟିକେଟ ଦେବା ନେଇ ଦଳ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ଜଣାପଡ଼ିଛି। ପୂର୍ବରୁ ସେ ମୋଦିଙ୍କ ବିରୋଧରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଭୁଲ ସୂଚନା ଦେଇଥିବାରୁ ତେଜ ନିର୍ବାଚନ ଲଢ଼ିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତା ଆପଣାଉଛନ୍ତି ପ୍ରତିଶୋଧ ରାଜନୀତି: ମୋଦି

ପୁରୁଲିଆ,୧୮।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶୋଧ ରାଜନୀତି ଆପଣାଉଛନ୍ତି। ଏହା ରାଜ୍ୟ ପାଇଁ ହିତକର ନୁହେଁ। ମମତାଙ୍କର ଏଭଳି ଆଭିମୁଖ୍ୟର ଜବାବ ଭୋଟର ଦେବେ...

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ...

ଅସୁସ୍ଥ ମୁଲାୟମଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ, ୧୦।୬:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି...

ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ଜନକପୁରୀ ସ୍ଥିତ ବାସଭବନରୁ ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଗିରଫ ପରେ...

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫...

ସାତ ଦିନ ପାଇଁ ବନ୍ଦ ହେଲା ସିଲିଗୁଡି ନିୟନ୍ତ୍ରିତ ବଜାର

ସିଲିଗୁଡି,୧୫।୬: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲାର ସିଲିଗୁଡି ନିୟନ୍ତ୍ରିତ ବଜାରକୁ ଆସନ୍ତା ଏକ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି। ନିକଟରେ ଚିହ୍ନଟ କେତେଜଣ କରୋନା ରୋଗୀଙ୍କର...

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ: ଦେଇପାରିବେ ନାହିଁ ଭୋଟ

ନୂଆଦିଲ୍ଲୀ,୨୫।୪: ମୋଦି ସରକାରର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ଟଲିଗଞ୍ଜର ଭାଜପା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ୱିତୀୟଥର କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏହା ବିଷୟରେ...

୧୧ବର୍ଷରେ ୭୩ କୋଟି ଟଙ୍କାର କୂଅ ପାଣି ଚୋରି: ୬ ଜଣଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ମୁମ୍ବାଇରେ ପୋଲିସ କୂଅ ପାଣି ଚୋରି ଅଭିଯୋଗରେ ୬ ଜଣଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ୧୧ ବର୍ଷ ମଧ୍ୟରେ ଅଭିଯୁକ୍ତମାନେ...

Advertisement
Archives

Model This Week