ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ଲାଗି କେନ୍ଦ୍ର ସରକାର ଜେଟ୍‌ ଏୟାରଓ୍ବେଜକୁ ହାତକୁ ନିଅନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।  ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ଜେଟ୍‌କୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକା ନ ଯାଉ। ଜେଟ୍‌କୁ ହସ୍ତାନ୍ତର ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଡ଼୍‌ ଆହ୍ବାନ କରାଯାଇଛି। ଏହା ସଫଳ ନ ହେଲେ ସରକାର କମ୍ପାନୀକୁ ନିଜ ହାତକୁ ନେଇ ଯାଆନ୍ତୁ। ସେହିପରି ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ ପାଇଁ ବାଧ୍ୟ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି। ପତ୍ରରେ କୁହାଯାଇଛି ଯେ, ନରେଶ ଗୋୟଲ ଏବେ ମଧ୍ୟ ୫୧ ପ୍ରତିଶତ ଅଂଶଧନ ସହ ପ୍ରମୋଟର ରହିଛନ୍ତି। ଏହା ତାଙ୍କର ମୁଣ୍ଡବ୍ୟଥା ହେବା କଥା। ସେ କମ୍ପାନୀ ଚଳାଇବେ କି ଏହାକୁ ବିକି ଦେବେ ସେ ହିଁ ଠିକ୍‌ କରିବା ଉଚିତ୍‌ ବୋଲି ସଂଘ ଦର୍ଶାଇଛି। ଗୋୟଲଙ୍କୁ ବିଦା କରି କମ୍ପାନୀକୁ ରକ୍ଷା କରିବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଋଣ ପ୍ରଦାନ ପାଇଁ ଚାପ ପକାଯାଉଛି। ବାସ୍ତବରେ ସଙ୍କଟ ଲାଗି ସେ ହିଁ ଉତ୍ତରଦାୟୀ ହେବା ଉଚିତ୍‌ ବୋଲି ସଂଘ କହିଛି। ଏଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ଏବଂ ବ୍ୟାଙ୍କଗୁଡ଼ିକ ଉପରେ ଚାପ ନ ପକାଇବାକୁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

GDPକୁ ବିଦା କରି NDP ଆଣିବେ ମୋଦି ସରକାର, କିନ୍ତୁ ଏହା କ’ଣ?

ନୂଆଦିଲ୍ଲୀ,୭।୧: ଭାରତର ଅର୍ଥନୀତିକୁ ମାପିବାର ମୁଖ୍ୟ ମାପକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (GDP) ବଦଳରେ ନେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NDP) ଆସିପାରେ। ଦେଶର ଅର୍ଥନୀତିକୁ ଆକଳନ...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

ପ୍ରଭାବହୀନ ଟ୍ରମ୍ପ୍‌ଙ୍କ ‘ଟାରିଫ୍’, ଦୁଇବର୍ଷରେ ସର୍ବାଧିକ ରହିବ ଭାରତର ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୭।୧: ବିଶ୍ୱର ସମସ୍ତ ଦେଶ ଉପରେ ଆମେରିକାର ଟାରିଫ୍ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ...

କ’ଣ ଘରେ ବିନା ବିଲ୍‌ରେ ରଖିପାରିବେ ସୁନା? ଜାଣନ୍ତୁ କ’ଣ ରହିଛି ନିୟମ

ସୁନା ମୂଲ୍ୟର ଦ୍ରୁତ ବୃଦ୍ଧି ହଠାତ ଅନେକ ଘରର ଆଲମାରୀକୁ କୋଟି କୋଟି ଟଙ୍କାର ଭଣ୍ଡାରରେ ପରିଣତ କରିଛି। ଯେଉଁ ପରିବାରର ପୈତୃକ ଅଳଙ୍କାର ଅଛି...

୬୦ବର୍ଷରେ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା ପେନଶନ! ଏବେଠୁ ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୭ା୧: ଭାରତରେ ଲକ୍ଷ ଲକ୍ଷ ଅସଂଗଠିତ ଶ୍ରମିକଙ୍କ ପାଇଁ, ବୃଦ୍ଧାବସ୍ଥାରେ ସବୁଠାରୁ ବଡ଼ ଚିନ୍ତା ହେଉଛି ଆର୍ଥିକ ସୁରକ୍ଷା। ନିୟମିତ ଆୟ ଏବଂ ସାମାଜିକ ସୁରକ୍ଷାର...

ସରକାରୀ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ଖୁସି ଖବର: ଜାନୁଆରୀରେ ବଢିବ ଏତେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୫।୧: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି। ଜାନୁଆରୀ ୨୦୨୬ରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ...

ଆଧାର ଅପଡେଟ୍‌ ପାଇଁ ଦେବାକୁ ପଡିବ ଏତେଟଙ୍କା, ୫୦ ବଦଳରେ ଖର୍ଚ୍ଚ ହେବ…

ନୂଆଦିଲ୍‌ଲୀ,୬।୧: ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ପାଇବା ପର୍ଯ୍ୟନ୍ତ ସବୁକିଛି ପାଇଁ ଆଧାର କାର୍ଡ ଅତ୍ୟାବଶ୍ୟକ। ଆପଣଙ୍କ ଆଧାର...

ଏହି ଗୋଟିଏ କାମ କରି ନଥିଲେ ଆଉ ବୁକ୍‌ କରିପାରିବେନି ଟ୍ରେନ ଟିକେଟ୍‌, ଜାନୁଆରୀ ୧୨ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ,୬।୧: ଟିକେଟ ବୁକିଂ ଠକେଇକୁ ରୋକିବା ପାଇଁ IRCTC କଡ଼ା ପଦକ୍ଷେପ ନେଇଛି। ଏହା ଅଧୀନରେ, IRCTC ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri