ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ଲାଗି କେନ୍ଦ୍ର ସରକାର ଜେଟ୍‌ ଏୟାରଓ୍ବେଜକୁ ହାତକୁ ନିଅନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।  ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ଜେଟ୍‌କୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକା ନ ଯାଉ। ଜେଟ୍‌କୁ ହସ୍ତାନ୍ତର ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଡ଼୍‌ ଆହ୍ବାନ କରାଯାଇଛି। ଏହା ସଫଳ ନ ହେଲେ ସରକାର କମ୍ପାନୀକୁ ନିଜ ହାତକୁ ନେଇ ଯାଆନ୍ତୁ। ସେହିପରି ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ ପାଇଁ ବାଧ୍ୟ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି। ପତ୍ରରେ କୁହାଯାଇଛି ଯେ, ନରେଶ ଗୋୟଲ ଏବେ ମଧ୍ୟ ୫୧ ପ୍ରତିଶତ ଅଂଶଧନ ସହ ପ୍ରମୋଟର ରହିଛନ୍ତି। ଏହା ତାଙ୍କର ମୁଣ୍ଡବ୍ୟଥା ହେବା କଥା। ସେ କମ୍ପାନୀ ଚଳାଇବେ କି ଏହାକୁ ବିକି ଦେବେ ସେ ହିଁ ଠିକ୍‌ କରିବା ଉଚିତ୍‌ ବୋଲି ସଂଘ ଦର୍ଶାଇଛି। ଗୋୟଲଙ୍କୁ ବିଦା କରି କମ୍ପାନୀକୁ ରକ୍ଷା କରିବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଋଣ ପ୍ରଦାନ ପାଇଁ ଚାପ ପକାଯାଉଛି। ବାସ୍ତବରେ ସଙ୍କଟ ଲାଗି ସେ ହିଁ ଉତ୍ତରଦାୟୀ ହେବା ଉଚିତ୍‌ ବୋଲି ସଂଘ କହିଛି। ଏଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ଏବଂ ବ୍ୟାଙ୍କଗୁଡ଼ିକ ଉପରେ ଚାପ ନ ପକାଇବାକୁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଝଟକା! ୧ ଏପ୍ରିଲରୁ ବଦଳିବ ଏସବୁ ନିୟମ, ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୩।୩: HDFC ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ନୂତନ ଆର୍ଥିକ ବର୍ଷର ଆରମ୍ଭ ଟିକେ କଷ୍ଟକର ହେବାକୁ ଯାଉଛି। ବ୍ୟାଙ୍କ ଏହାର ଲକର ଭଡା ୧୮୪% ବୃଦ୍ଧି କରିଛି…

ଯୁଦ୍ଧକୁ ନେଇ ଆଶଙ୍କାରେ ନିବେଶକ, ୧୦୪୮ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୩ା୩: ଇରାନ-ଆମେରିକା ଯୁଦ୍ଧ ପଶ୍ଚିମ ଏସିଆ ସମେତ ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଛି। ଗୋଟିଏ ପଟେ ଯୁଦ୍ଧବିରତି ପରିବର୍ତ୍ତେ ଆଗକୁ ଆହୁରି ଜଟିଳ ରୂପ ନେବା ଏବଂ…

BSNLର ହୋଲି ଉପହାର, ଏହି ପ୍ଲାନରେ ମିଳିବ ୧୪ ଦିନର ଅତିରିକ୍ତ…

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଏହାର ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଲି ଅଫର୍ ୨୦୨୬ ଲଞ୍ଚ କରିଛି । କମ୍ପାନୀ ଏହାର ଏକ…

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇ ନା ଡୋନାଲ୍ଡ ଟ୍ରମ୍ପ, କାହାର ଟ୍ରେଜେରୀରେ ଅଛି ଅଧିକ ଟଙ୍କା?

ନୂଆଦିଲ୍ଲୀ,୨୮।୨:ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ଏକ ପ୍ରତିଆକ୍ରମଣ ଆରମ୍ଭ କରିଛି। ଇରାନ ଏକକାଳୀନ ଇସ୍ରାଏଲ ଏବଂ ଅନ୍ୟ ସାତଟି ଦେଶ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri