Posted inଜାତୀୟ

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ମହାରାଷ୍ଟ୍ରରେ ଏକ ସ୍ଥାୟୀ ସରକାର ଗଠନ ହୋଇଛି। ଆଉ ମହାରାଷ୍ଟ୍ରବାସୀଙ୍କ କଲ୍ୟାଣ ପାଇଁ ଏହା କାମ କରିବ। ସୂଚନାଯୋଗ୍ୟ, ଶନିବାର ସକାଳେ ଭାଜପା ସହ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ମେଣ୍ଟ କରି ସରକାର ଗଠନ କରିଛନ୍ତି। ଏଥିରେ ଭାଜପାରୁ ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଅଜିତଙ୍କୁ ମିଳିଛି ଉପ ମୁଖ୍ୟମନ୍ତ୍ରୀ ପଦ। ହେଲେ ଏବେ ଏମାନଙ୍କ ଆଗରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ବଡ ପରୀକ୍ଷା ଉପନୀତ ହୋଇଛି। କାରଣ ଅନ୍ୟପଟେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଶିବସେନା ସହ ମେଣ୍ଟ କରୁଥିବା ବେଳେ ଅଜିତଙ୍କ ହାତରୁ କୁଆଡେ ୪୯ ବିଧାୟକ ଖସି ଯାଇଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ...

ଚାଇନା ନାଗରିକଙ୍କ ପାଇଁ ଦିଲ୍ଲୀର ୩ ହଜାର ହୋଟେଲ-ଗେଷ୍ଟ ହାଉସ୍‌ ବନ୍ଦ

ନୂଆଦିଲ୍ଲୀ, ୨୫।୬: ଚାଇନା ପ୍ରତି ଭାରତୀୟଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏଭଳି ଭାବନା...

ସୋନିଆ, ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ

ନୂଆଦିଲ୍ଳୀ,୨୭।୨: କଂଗ୍ରେସ ନେତା ତଥା ପଞ୍ଜାବର ବିଧାୟକ ନଭଜୋତ୍‌ ସିଂହ ସିଦ୍ଧୁ ବୁଧବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ବିରୋଧୀଙ୍କ ସନ୍ଦେହ

ନୂଆଦିଲ୍ଲୀ,୨୧।୫: ଏନ୍‌ଡିଏ ସରକାର ଗଠନ କରିବ ବୋଲି ସବୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ମତ) ଅନୁମାନ କରିବା ପରେ ଉଭୟ ଶାସକ ଓ ବିରୋଧୀ ଶିବିରରେ...

ହରିୟାଣାରେ ଲାଗୁହେବ ଏନ୍‌ଆର୍‌ସି

ଚଣ୍ଡିଗଡ଼,୧୬ା୯(ପି.ଟି.): ଆସାମ ପରେ ହରିୟାଣାରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ରବିବାର ଘୋଷଣା କରିଛନ୍ତି। ଅକ୍ଟୋବରରେ...

କରୋନା ମୁକାବିଲା: ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର, ୫୭ ସହାୟକ ନମୂନା ସଂଗ୍ରହ କେନ୍ଦ୍ର

ନୂଆଦିଲ୍ଲୀ,୭।୩: କରୋନା ମୁକାବିଲା ପାଇଁ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଦେଶରେ ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ୫୭ଟି...

ପିଆଜ କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ଚାଷୀଙ୍କ ମୃତ୍ୟୁ

ବିଜୟଓ୍ବାଡା,୧୦।୧୨: ସାରା ଦେଶରେ ପିଆଜର ଦରବୃଦ୍ଧି ଲୋକଙ୍କୁ କନ୍ଦାଉଛି। ଏହାର ବର୍ଦ୍ଧିତ ଦର ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ୁଛି। ଆନ୍ଧ୍ରପ୍ରଦେଶରେ ସବ୍‌ସିଡିରେ ମିଳୁଥିବା ପିଆଜକୁ...

୯୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପଢ଼ା ଲାଗୁଛି ଭଲ: ଅନ୍‌ଲାଇନ୍‌ ପାଠପଢ଼ାରେ ପୂରଣ ହେଉନି ଆବଶ୍ୟକତା

ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ଯାଉଛି। ତେବେ ଏଭଳି ବ୍ୟବସ୍ଥାରେ...

Coronavirus Update

Archives

Model This Week

Why Dharitri