Posted inଜାତୀୟ

ମୋଦିଙ୍କୁ କଂଗ୍ରେସର ୫ ପ୍ରଶ୍ନ

ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୫ଟି ପ୍ରଶର ଉତ୍ତର ଚାହିଁଛି। ଭାରତ-ଆମେରିକା ବାଣିଜ୍ୟ, ଏଚ୍‌-୧ବି ଭିଜା, ଜାତୀୟ ନିରାପତ୍ତା, ତୈଳ ଦର ଏବଂ ଇସ୍ତାତ ରପ୍ତାନିକୁ ନେଇ ବରିଷ୍ଠ କଂଗ୍ରେସ ନେତା ରଣଦୀପ୍‌ ସୁର୍ଜଓ୍ବୋଲା ନିମ୍ନୋକ୍ତ ପ୍ରଶ୍ନ ପଚାରିଛନ୍ତି।
୧. ଟ୍ରମ୍ପ୍‌ ପ୍ରଶାସନ ଭିଜା ନୀତିରେ କଟକଣା ଲଗାଇବାରୁ ଭାରତୀୟଙ୍କୁ ୮୫୦୦୦ ଏଚ୍‌-୧ବି ଭିଜାର ୭୦ ପ୍ରତିଶତ ମିଳୁଛି। ଆଇଟି ପେସାଦାରଙ୍କ କ୍ଷେତ୍ରରେ ଭାରତ ପାଇଁ ଖାରଜ ହାର ୨୦୧୫ରେ ୬ % ଥିବାବେଳେ ତାହା ୨୪ %କୁ ବଢ଼ିଛି। ଭିଜା ନୀତି କୋହଳ କରିବା ପାଇଁ ଟ୍ରମ୍ପ୍‌ଙ୍କୁ ମୋଦି କହିବେ କି?
୨. ଟ୍ରମ୍ପ୍‌ ପ୍ରଶାସନ ୨୯ରେ ତାଲିବାନ ସହ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି। ଆତଙ୍କବାଦୀ ମାସୁଦ ଆଝାରଙ୍କ ମୁକ୍ତି ପାଇଁ ଭାରତୀୟ ବିମାନକୁ କାନ୍ଦାହାର ଅପହରଣ, ପାର୍ଲାମେଣ୍ଟ ଓ ପୁଲ୍‌ଓ୍ବାମା ଆକ୍ରମଣ ଆଦିକୁ ଭୁଲିଯିବା ଉଚିତ ନୁହେଁ। ଭାରତର ସୁରକ୍ଷା ପ୍ରସଙ୍ଗ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ପାଖରେ ଉଠାଇବେ କି?
୩. ଆମେରିକାରେ ଭାରତର ୫.୬ ବିଲିୟନ ଡଲାର ମୂଲ୍ୟର ରପ୍ତାନି ସାମଗ୍ରୀ ପାଇଁ ଶୁଳ୍କମୁକ୍ତ ପ୍ରବେଶ ଅନୁମତି ମିଳିବ କି? ପୂର୍ବରୁ ଥିବା ଏହି ସୁବିଧାକୁ ଟ୍ରମ୍ପ୍‌ ପ୍ରଶାସନ ଗତବର୍ଷ ଜୁନ୍‌ରେ ଉଠାଇଦେଇଥିଲା।
୪. ଇରାନର ତେଲ ବିକ୍ରି ଉପରେ ଆମେରିକା କଟକଣା ଲଗାଇଥିବାରୁ ଭାରତ ପାଇଁ ମୋଦି ଶସ୍ତାରେ ତେଲ ଆଣିବାକୁ ସକ୍ଷମ ହେବେ କି?
୫. ଭାରତ ଆମେରିକାକୁ ୭୬୧ ନିୟୁତ ଡଲାର ମୂଲ୍ୟର ଇସ୍ପାତ ରପ୍ତାନି କରୁଥିଲା। ଟ୍ରମ୍ପ୍‌ ସରକାର ଆମଦାନି ଶୁଳ୍କ ୨୫ ପ୍ରତିଶତ ବଢ଼ାଇବାରୁ ଇସ୍ପାତ ରପ୍ତାନି ୫୦ ପ୍ରତିଶତ ହ୍ରାସ ପାଇଛି। ଇସ୍ପାତ ରପ୍ତାନି ବଢ଼ାଇବା ଦିଗରେ ଟ୍ରମ୍ପ୍‌ଙ୍କ ସହ ମୋଦି ଆଲୋଚନା କରିବେ କି?


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri