ମୋତେ ଡୁପ୍ଲିକେଟ୍‌ ଅରୁଣ ମନ୍ତ୍ରୀ ବୋଲି ଭାବିଥିଲେ

ଜଗତ୍‌ସିଂହପୁର ତିର୍ତ୍ତୋଲର ମଣିଜଙ୍ଗାରେ ଅରୁଣ ମନ୍ତ୍ରୀଙ୍କ ଜନ୍ମ। କଲେଜ ଜୀବନରୁ କବିତା ଲେଖା ଆରମ୍ଭ କରି ୨୦୦୦ମସିହାରେ ‘କାଶିଆ କପିଳା’ ଚଳଚ୍ଚିତ୍ରରେ ପ୍ରଥମ ଗୀତ ଲେଖି ସିନେ ଦୁନିଆରେ ପାଦ ଥାପିଥିଲେ ଅରୁଣ। କଲେଜରେ ପଢ଼ୁଥିବାବେଳେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର ଏକ ଲେଖା ଗୀତ ହୋଇ ବାଜିଥିଲା। ସେ ପଟେ ତୋ ଘର, ଏପଟେ ମୋ ଘର, ମଝିରେ ଅଳକା ନଈ..ର ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ଓ କଣ୍ଠଦାନ କରିଥିଲେ ସୁଶୀଲ ଦତ୍ତ। ତୁ ମୋ ଲଭ ଷ୍ଟୋରି, କେବେ ତୁମେ ନାହଁ -କେବେ ମୁଁ ନାହିଁ ଚଳଚ୍ଚିତ୍ର ନିମନ୍ତେ ଶ୍ରେଷ୍ଠ ଗୀତିକାର ଭାବେ ଦୁଇଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଅରୁଣ ମନ୍ତ୍ରୀଙ୍କ ଅନୁଭୂତିରୁ କିଛି।ଗୀତିକାରର ପରିଚୟ ବହୁତ କମ୍‌ ଥାଏ। ଲୋକେ ଗୀତ ଶୁଣନ୍ତି ଓ ଗୀତିକାରର ଲେଖାକୁ ପ୍ରଶଂସା କରନ୍ତି। ହେଲେ କେହି କେବେ ଗୀତିକାରର ମୁହଁ ବି ଦେଖିନଥାନ୍ତି। ଏମିତି ଘଟଣା ମୋ ସହ ବି ହୋଇଥିଲା। ବହୁତ ବର୍ଷ ପୂର୍ବରୁ ଯାତ୍ରା ପାର୍ଟିରେ ଗୀତ ଲେଖୁଥିଲି। ନିୟତି ଗଣନାଟ୍ୟର ‘କଳାପଥର’ ନାଟକ ନିମନ୍ତେ ଗୀତ ଲେଖିବାକୁ ମୋତେ ଡକାଗଲା। ପୂର୍ବରୁ କିଛି ଯାତ୍ରାରେ ମୋ ଗୀତ ସୁପରହିଟ୍‌ ହୋଇଥିଲା। ଏଣୁ କଳାପଥର ଯାତ୍ରାର ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ମୋତେ ଗୀତ ଲେଖିବାକୁ ଡାକିଲେ। ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତ ଲେଖାକୁ ନେଇ ଆଲୋଚନା ଚାଲିଥାଏ। କିଛି ସମୟ ପରେ ଗଣନାଟ୍ୟର ମାଲିକ ଟନ ବାବୁ ସେଠାରେ ପହଞ୍ଚିଲେ। ତାଙ୍କୁ ଖବର ଦିଆଯାଇଥିଲା ଯେ, କଳାପଥର ଯାତ୍ରାର ଗୀତ ଅରୁଣ ମନ୍ତ୍ରୀ ଲେଖିବେ। ଯେହେତୁ ମୋର କିଛି ଗୀତ ହିଟ୍‌ ହୋଇଥିଲା, ଅରୁଣ ମନ୍ତ୍ରୀ ଜଣେ ବୟସ୍କ ବ୍ୟକ୍ତି ହୋଇଥିବେ ବୋଲି ସେ ଭାବି ନେଇଥିଲେ। ଆମେ ବସିଥିବା ରୁମ୍‌ ଭିତରକୁ ଆସିବା ପରେ ସଙ୍ଗୀତ ନିର୍ଦ୍ଦେଶକ ପାଲିତଙ୍କୁ ଅରୁଣ ମନ୍ତ୍ରୀ କାହାନ୍ତି ବୋଲି ଟନ ବାବୁ ପଚାରିଥିଲେ। ପାଲିତ ସାର୍‌ ମୋ ଆଡକୁ ଅଙ୍ଗୁଳି ବଢ଼ାଇ ଦେଇଥିଲେ। ହେଲେ ଗୋଟେ ଯୁବକ ଏତେ ସବୁ ହିଟ୍‌ ଗୀତ ଲେଖୁଛି ବୋଲି ଟନ ବାବୁଙ୍କର ବିଶ୍ୱାସ ହେଲାନି। ଏପରିକି ସେ ଏ କଥା ଶୁଣି ହସିଥିଲେ ଓ ଡୁପ୍ଲିକେଟ ଅରୁଣ ମନ୍ତ୍ରୀଙ୍କୁ ଧରି ଆଣିଛ ବୋଲି କହିଥିଲେ। ହେଲେ ନିର୍ଦ୍ଦେଶକ ପାଲିତ କହିଥିଲେ, କିଛି ସମୟ ଅପେକ୍ଷା କର। ସେ କିଛି ଗୀତ ଲେଖି ସାରିବା ପରେ ତୁମର ଆପେଆପେ ବିଶ୍ୱାସ ହୋଇଯିବ ଯେ, ସେ ଅରିଜିନାଲ ନା ଡୁପ୍ଲିକେଟ ଅରୁଣ ମନ୍ତ୍ରୀ। ଯାତ୍ରାର ୪ଟି ଯାକ ଗୀତ ଲେଖିବା ପରେ ଯେତେବେଳେ ପାଲିତ ସାର୍‌ ସେସବୁ ଗୀତ ଶୁଣାଇଥିଲେ ସେତେବେଳେ ଟନବାବୁ ଖୁସିରେ ମୋତେ କୁଣ୍ଢାଇ ପକାଇଥିଲେ। ଏହା ପରଠାରୁ ନିୟତି ଗଣନାଟ୍ୟ ଥିବା ଯାଏ ସମସ୍ତ ଯାତ୍ରାର ଗୀତ ଲେଖିବା ଦାୟିତ୍ୱ ମୋତେ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri