ମୋଟର ଯାନ ଆଇନ ଉଲ୍ଲଂଘନ : ଜରିମାନା ଆଦାୟରେ ଆଗରେ ଓଡ଼ିଶା

ଭୁବନେଶ୍ୱର,୬।୯ (ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି। ତେବେ ଜରିମାନା ଆଦାୟରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ରହିଛି। ଗତ ୪ଦିନ ଭିତରେ ୪୦୮୦ଜଣ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କଠାରୁ ଜାରିମାନା ବାବଦକୁ ମୋଟ ୮୮ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡିଶା। ଏହାସହ ୪୬ ଗାଡ଼ିକୁ ସିଜ୍‌ କରାଯାଇଛି। ଅନ୍ୟପକ୍ଷରେ ଗୁରୁବାର ୫ମ ଦିନ ଯାଞ୍ଚରେ କମିଶନ୍‌ରେଟ ପୋଲିସ ଦ୍ୱୈତନଗରୀରେ ଅଧିକ ଜରିମାନା ଆଦାୟ କରିଛି। କେବଳ ଭୁବନେଶ୍ୱରରେ ୬ଶହ ୬ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୫ ଲକ୍ଷ ୩୦ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ସେଥିମଧ୍ୟରୁ ହେଲମେଟ ପିନ୍ଧି ନ ଥିବା ୪୨୨ଜଣ, ସିଟ୍‌ ବେଲ୍ଟ ବାନ୍ଧି ନ ଥିବା ୧୧୨ଜଣ, ରଙ୍ଗ୍‌ ରୁଟ୍‌ରେ ଯାଉଥିବା ୨ଜଣ, ସିଗ୍‌ନାଲ ଭାଙ୍ଗିଯାଉଥିବା ୧୦ ଜଣ, ବାଇକରେ ୩ଜଣ ବସିଯାଉଥିବା ୪୩ଜଣ, ବିନା ନମ୍ବର ପ୍ଲେଟ୍‌ରେ ଗାଡ଼ି ନେଇ ଯାଉଥିବା ୨ଜଣ, ବିନା ଆର୍‌ସି ଓ ଡିଏଲରେ ୩ଜଣ, ବେଆଇନ ପାର୍କିଂ ୧୨ ଜଣ ଓ ବିନା କାଗଜପତ୍ରରେ ଜଣେ ରହିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri