Posted inପୁରୀ

ମେ ୮ରୁ ପୁରୀ ଜିଲାରେ ରବି ଧାନ ସଂଗ୍ରହ

ପୁରୀ ଅଫିସ, ୨୮ା୪: ଆସନ୍ତା ମେ ୮ ତାରିଖରୁ ପୁରୀ ଜିଲାର ଚାଷୀଙ୍କଠାରୁ ରବି ଧାନ ସଂଗ୍ରହ କରାଯିବ। ଏହି ଧାନ ସଂଗ୍ରହ କିପରି ସୁରୁଖୁରରେ ହେବ ସେ ନେଇ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର ୧୨୫ଟି ମଣ୍ଡିରେ ଧାନ ସଂଗ୍ରହ ହେବ। ଏଥିପାଇଁ ଆସନ୍ତା ୫ ତାରିଖରୁ ପ୍ରଚାର କରାଯିବ । ତେବେ ଧାନ ଦେବା ବେଳେ ଚାଷୀଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତ୍ୱ ରକ୍ଷା କରାଯାଇପାରିବ ତାହା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।  ବୈଠକରେ ଜିଲା ଯୋଗାଣ ଅଧିକାରୀ ତୁଷାରକାନ୍ତ ଦେଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ କୃଷକ ପ୍ରତିନିଧି ଅଶୋକ କୁମାର ପ୍ରଧାନ କହିଛନ୍ତି, ଅମଳ ପରେ ଧାନ ରଖିବା ପାଇଁ ଅନେକ ଚାଷୀଙ୍କ ସୁବିଧା ନାହିଁ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମ୍ଭାବନାକୁ ନେଇ ଚାଷୀ ବାଧ୍ୟ ହୋଇ ବେପାରୀମାନଙ୍କୁ କୁଇଣ୍ଟାଲ ପିଛା ୧୨୦୦ରୁ ୧୩୦୦ ଟଙ୍କାରେ ଧାନ ବିକୁଛନ୍ତି। ଫଳରେ କୁଇଣ୍ଟାଲ ପିଛା ପ୍ରାୟ ୫୦୦ ଟଙ୍କା କ୍ଷତି ସହୁଛନ୍ତି। ତେଣୁ ସରକାର ଜିଲାକୁ ଅଧିକ ଟାର୍ଗେଟ ଦେବା ଦରକାର। ସେହିପରି ପୂର୍ବରୁ ସପ୍ତାହକୁ ମାତ୍ର ୩ ଦିନ ଧାନ ସଂଗ୍ରହ କରାଯାଉଥିଲା। ଯେହେତୁ ଏଥର ଗୋଟିଏ ମଣ୍ଡିରେ ଦିନକୁ କେବଳ ୩୦ଜଣ ଚାଷୀ ଧାନ ଦେଇପାରିବେ ବୋଲି ନିୟମ ହୋଇଛି ସେଥିପାଇଁ ସପ୍ତାହକୁ ୬ ଦିନ ଧାନ ସଂଗ୍ରହ ହେଉ ବୋଲି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri