ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌: ମୋଦି କଲେ ଘୋଷଣା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଘୋଷଣା କରିଛନ୍ତି। କରୋନା ସହିତ ଲଢ଼େଇରେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ୍‌ର ବ୍ୟବହାର ତଥା ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏପ୍ରିଲ୍‌ ୨୦ ଠାରୁ ଲକ୍‌ଡାଉନ୍‌ ସମୟରେ ମଧ୍ୟ କେତେକ କ୍ଷେତ୍ରରେ ସସର୍ତ୍ତ କୋହଳ ବ୍ୟବସ୍ଥା ଗ୍ରହଣ କରାଯିବ। ତେବେ ନିୟମର ଉଲ୍ଲଂଘନ କଲେ ସସର୍ତ୍ତ କୋହଳ ବ୍ୟବସ୍ଥାକୁ ପୁଣି ହଟାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରୟାନ-୩ର ସଫଳତାରେ ଖୁସି ନୁହନ୍ତି ଚାଇନା ଆଉ ପାକିସ୍ତାନ

ନୂଆଦିଲ୍ଲୀ,୨୪ା୮: ବୁଧବାର ସନ୍ଧ୍ୟାରେ ଯେତେବେଳେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କଲା, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବର ସହିତ ପ୍ରଶସ୍ତ ହୋଇଗଲା। ଏ କ୍ଷେତ୍ରରେ ଭାରତ...

ଶାହାବୁଦ୍ଦିନ ଚୁପ୍ପୁ ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚିତ

ଢାକା,୧୫।୨: ପୂର୍ବତନ ବିଚାରପତି ତଥା ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ଶାହାବୁଦ୍ଦିନ ଚୁପ୍ପୁ ନିର୍ଦ୍ୱନ୍ଦ୍ୱରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର କାଜି...

‘ପୁଲଓ୍ବାମା ଭଳି ଘଟଣା ହିଁ ମହାରାଷ୍ଟ୍ର ଭାବାବେଗ ବଦଳାଇପାରିବ’

ଔରଙ୍ଗାବାଦ,୨୧ା୯: ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରବଳ ଜନଅସନ୍ତୋଷ ଓ ଆକ୍ରୋଶ ରହିଛି। କେବଳ ପୁଲଓ୍ବାମା ଆକ୍ରମଣ ଭଳି ଘଟଣା ରାଜ୍ୟବାସୀଙ୍କ ଭାବାବେଗ ବଦଳାଇପାରେ...

ସିସୋଡିଆଙ୍କ ଜାମିନକୁ ବିରୋଧ କରୁଛି ସିବିଆଇ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। ଏହି ସମୟରେ କେନ୍ଦ୍ରୀୟ ତଦନ୍ତ...

୩ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ...

ଢେଙ୍କାନାଳରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ପୁଣି ୧୦ ନୂଆ ପଜିଟିଭ୍‌ ଚିହ୍ନଟ

ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ହୋଇଛି। ନୂଆ ଆକ୍ରାନ୍ତଙ୍କ...

ପରବର୍ତ୍ତୀ ସିଜେଆଇ ପାଇଁ ଲଲିତଙ୍କ ନାମ ସୁପାରିଶ କଲେ ରମନା…

ନୂଆଦିଲ୍ଲୀ, ୪।୮ : ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି. ରମନା ଗୁରୁବାର ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ନାମ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଏହାଦ୍ୱାରା...

ସଫେଇ ଦେଲା କଂଗ୍ରେସ: ଆମେ ସବୁ ଧର୍ମକୁ ଏକାଠି ନେଇ ଚାଲୁ

ନୂଆଦିଲ୍ଲୀ,୭।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ଧର୍ମ ମନ୍ତବ୍ୟରେ କଂଗ୍ରେସ ସହମତ ନୁହେଁ ବୋଲି...

Advertisement
Archives

Model This Week