ମେନ୍ସ ଓ୍ବିଣ୍ଟର ଜ୍ୟାକେଟ୍‌

ଋତୁ ଯାହା ବି ହେଉ ସମସ୍ତେ ଷ୍ଟାଇଲିସ୍‌ ଲାଗିବାକୁ ଚାହାନ୍ତି। ହେଲେ ଶୀତଋତୁରେ ସ୍ମାର୍ଟ ଲୁକ୍‌ ମିଳିବା ମୁସ୍କିଲ ବୋଲି ଅନେକେ ଭାବନ୍ତି। କିନ୍ତୁ ଏହି ଋତୁରେ ବି ଚାହିଁଲେ ସ୍ମାର୍ଟ ଲୁକ୍‌ ପାଇ ପାରିବେ। ଆଉ ତାକୁ ସମ୍ଭବ କରିବ ଜ୍ୟାକେଟ୍‌। କାରଣ ଏହି ଋତୁରେ ବିଭିନ୍ନ ଭେରାଇଟିର ଓ୍ବିଣ୍ଟର ଜ୍ୟାକେଟ୍‌ ବଜାରରେ ଉପଲବ୍ଧ ହୁଏ। ଖାସ୍‌କରି ପୁରୁଷମାନେ ଏହି ଜ୍ୟାକେଟ୍‌ ପିନ୍ଧି ଲାଗିବେ ବେଶ୍‌ ଷ୍ଟାଇଲିସ୍‌…

ଓ୍ବାକ୍ସଡ୍‌ ଜ୍ୟାକେଟ୍‌- ଏହି ଜ୍ୟାକେଟ୍‌ ମିଡିୟମ୍‌ ସାଇଜ୍‌ର ହୋଇଥାଏ। ଲମ୍ବ ଅଣ୍ଟା ପର୍ଯ୍ୟନ୍ତ ଏବଂ ଏଥିରେ ହୁଡ୍‌ ଲାଗିଥାଏ। ଓ୍ବାକ୍ସଡ୍‌ କଟନ୍‌ରେ ତିଆରି ହୋଇଥିବାରୁ ଏହା ଅଧିକ ଉଷ୍ମତା ପ୍ରଦାନ କରିଥାଏ। ଏହାକୁ ଆପଣ ଜିନ୍ସ, ବୁଟ୍‌ସ ଓ ସ୍କାର୍ଫ ସହ ପେୟାର କରି ପିନ୍ଧିପାରିବେ।

ଲେଦର୍‌ ବମର୍‌ ଜ୍ୟାକେଟ୍‌- ଏହି ଜ୍ୟାକେଟ୍‌ର ଉପର ଚମଡା ଓ ଭିତର ଉଲ୍‌ରେ ତିଆରି। ତେଣୁ ଏହା ଅଧିକ ଉଷ୍ମତା ପ୍ରଦାନ କରିଥାଏ। ଏହାର ଲମ୍ବ ମିଡିୟମ୍‌ ସାଇଜ୍‌ର। ଏହାକୁ ପିନ୍ଧିଲେ ଷ୍ଟାଇଲିଶ ଲୁକ୍‌ ମିଳିଥାଏ। ତେଣୁ ଏହାର ଡିମାଣ୍ଡ ସବୁବେଳେ ରହିଆସିଛି। ଏହାକୁ ଜିନ୍ସ ଓ ଟି-ସର୍ଟ ସହ ପେୟାର କଲେ ଲୁକ୍‌ ସ୍ମାର୍ଟ ଲାଗିଥାଏ।

ଡେନିମ୍‌ ଜ୍ୟାକେଟ୍‌- କାଜୁଆଲ ଲୁକ୍‌ ହେଉକି ପାର୍ଟି ଅବା ଡେଟ୍‌ ଲୁକ୍‌, ସବୁଥିପାଇଁ ଡେନିମ୍‌ ଜ୍ୟାକେଟ୍‌ ପରଫେକଟ ଅପ୍ସନ। ଏହା ଶୀତରୁ ରକ୍ଷା କରିବା ସହ କୁଲ୍‌ ଲୁକ୍‌ ଦେଇଥାଏ। ଡେନିମ୍‌ ପ୍ୟାଣ୍ଟ ସହ ଟି-ସର୍ଟ ଓ ଡେନିମ୍‌ ଜ୍ୟାକେଟ୍‌ ବହୁତ ଭଲ ଲାଗେ।
ଟ୍ରେଞ୍ଚ କୋଟ୍‌- ଏହା ଦେଖିବାକୁ ଓଭରକୋଟ୍‌ ପରି। ହେଲେ ଲମ୍ବା ଟିକେ କମ୍‌। ପଛରେ ହୁଡ୍‌ ବି ଥାଏ। ଏହା ଉଲ୍‌, ଚମଡା, କଟନ୍‌ ମ୍ୟାଟେରିଆଲ୍‌ରେ ଉପଲବ୍ଧ ହୋଇଥାଏ। ଏଥିରେ ଏକ ବେଲ୍ଟ ଥାଏ, ଯାହା ସ୍ମାର୍ଟ ଲୁକ୍‌ ଦେଇଥାଏ। ଅଧିକ ଉଚ୍ଚତାବିଶିଷ୍ଟ ବ୍ୟକ୍ତି ଏହାକୁ ପିନ୍ଧିଲେ ବହୁତ ଭଲ ଲାଗେ। ତେବେ ଏହାକୁ କିଣିବାବେଳେ ମାପିବା ଜରୁରୀ।

ଟପ୍‌ କୋଟ୍‌ ବା ଓଭର୍‌ କୋଟ୍‌- ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବ ଏହି କୋଟ୍‌, ସବୁ ପୁରୁଷଙ୍କୁ ଭଲ ମାନିଥାଏ। ତେବେ ଅଧିକ ଡେଙ୍ଗା ବ୍ୟକ୍ତିଙ୍କୁ ଏହା ଟିକେ ବେଶି ଷ୍ଟାଇଲିସ୍‌ ଲାଗେ। ପ୍ରବଳ ଥଣ୍ଡାରୁ ରକ୍ଷା କରିପାରୁଥବା ଏହି କୋଟ୍‌କୁ ସୁଟ୍‌ ସହ ପେୟାର କଲେ ଭଲ ଲାଗିଥାଏ।
ଷ୍ଟାଣ୍ଡ ନେକ୍‌ ଜିପର୍‌- ଏହି ଜ୍ୟାକେଟ୍‌ ଆପଣଙ୍କୁ ହିରୋ ଲୁକ୍‌ ଦେବ। ଅଣ୍ଟା ପର୍ଯ୍ୟନ୍ତ ଲମ୍ବ ବିଶିଷ୍ଟ ଏହି ଜ୍ୟାକେଟ୍‌ର ବେକ ଟିକେ ଲମ୍ବା ଓ ଏହା ଶରୀର ସହ ଲାଗି ରହେ। ଏହା କାଜୁଆଲ ଓ୍ବେର୍‌, ଆଉଟ୍‌ ଡୋର୍‌, କ୍ୟାମ୍ପିଂ, ସ୍ପୋଟର୍‌ସ ଆଦି ପାଇଁ ଫିଟ୍‌। କେବଳ ଡେନିମ୍‌ ପ୍ୟାଣ୍ଟ ନୁହେଁ ଜଗର୍‌ ଟ୍ରାଉଜର୍‌, ସ୍ବେଟପ୍ୟାଣ୍ଟ, ସ୍ନିକର୍‌ ସହ ପେୟାର୍‌ କରି ଏହାକୁ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ଜ୍ୟାକେଟ୍‌ କିଣିବା ବେଳେ
୧.ଜ୍ୟାକେଟ୍‌ ସବୁବେଳେ ମାପିକି କିଣନ୍ତୁ।
୨. ନିଜକୁ ସୁଟ୍‌ କଲା ଭଳି ରଙ୍ଗ ବାଛନ୍ତୁ। ତା’ସହ ଏଭଳି ରଙ୍ଗ ବାଛନ୍ତୁ ଯାହା ଶୀଘ୍ର ମଇଳା ହେଉ ନ ଥିବ।
୩. ମୋଟା ହୋଇଥିଲେ ପତଳା ଫ୍ୟାବ୍ରିକ୍‌ର ଜ୍ୟାକେଟ୍‌ ଏବଂ ପତଳା ହୋଇଥିଲେ ମୋଟା ଫ୍ୟାବ୍ରିକ୍‌ର ଜ୍ୟାକେଟ୍‌ କିଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri