ମେଦବହୁଳତା ନିୟନ୍ତ୍ରଣ ଲାଗି ସଚେତନତା ଜରୁରୀ

ମେଦବହୁଳତା ଯୋଗୁ ବର୍ତ୍ତମାନ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାଠାରୁ ଯୁବବର୍ଗ ମଧ୍ୟ ବର୍ତ୍ତି ନାହାନ୍ତି। ସାରା ବିଶ୍ୱରେ ମେଦବହୁଳ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବା ବେଳେ ଭାରତ ଏହି କ୍ଷେତ୍ରରେ ଦ୍ୱିତୀୟ ଦେଶ। ମେଦବହୁଳତାରୁ ମୁକ୍ତି ପାଇଁ ବିଭିନ୍ନ ଚିକିତ୍ସା ପଦ୍ଧତି ରହିଥିବା ବେଳେ ସର୍ଜରିକୁ ଅନେକେ ଆପଣାଉଛନ୍ତି। ଏହି ସର୍ଜରି କ୍ଷେତ୍ରରେ ଡ.ମୋହିତ ଭଣ୍ଡାରୀ ବେଶ ପ୍ରତିଷ୍ଠିତ। ଦେଶରେ ରୋବୋଟିକ ବେରିଆଟ୍ରିକ ସର୍ଜରି ପ୍ରଚଳନ କରିବାରେ ସେ ପ୍ରଥମ। ସେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ବେରିଆଟ୍ରିକ ଏବଂ ୫୦୦ ରୋବୋଟିକ୍‌ ସର୍ଜରି ସମ୍ପାଦନ କରିଛନ୍ତି। ତାଙ୍କ ନାମରେ ଲିମ୍‌କା ବୁକ୍‌ ରେକର୍ଡ ରହିଛି। ୩୫୦ କିଲୋ ଓଜନ ବିଶିଷ୍ଟ ଜଣେ ମହିଳାଙ୍କ ଡକ୍ୟୁମେଣ୍ଟେଡ ଓବେସିଟି ସର୍ଜରି ଏବଂ ୬ ବର୍ଷର ଶିଶୁଠାରେ ସେ ସର୍ଜରି କରିଛନ୍ତି। ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ଡ. ଭଣ୍ଡାରୀଙ୍କ ସହ ଧରିତ୍ରୀର ଆଳାପ।

ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକରେ ମେଦବହୁଳ ରୋଗଜନିତ ସମସ୍ୟା ବଢୁଛି। ଏହାର ବୃଦ୍ଧି ଲାଗି କେଉଁ ପ୍ରମୁଖ କାରଣଗୁଡିକ ଦାୟୀ?
ଭାରତ ସମେତ ଅନ୍ୟ ଅଭିବୃଦ୍ଧିଶୀଳ ଦେଶଗୁଡିକରେ ମେଦବହୁଳତା ଜନିତ ସ୍ବାସ୍ଥ୍ୟ ସମସ୍ୟା ବଢୁଛି। ଭାରତ ଏହି କ୍ଷେତ୍ରରେ ବର୍ତ୍ତମାନ ଦ୍ୱିତୀୟ ବୃହତ୍‌ ଦେଶ। ମେଦବହୁଳତା ହେବାର ଅନେକ କାରଣ ରହିଛି। କେତେକ କ୍ଷେତ୍ରରେ ଏହା ବଂଶାନୁକ୍ରମିକ ହୋଇଥାଏ। ମାତ୍ର ଅଧିକାଂଶ କ୍ଷେତ୍ରରେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ, ହର୍ମୁନାଲ ଅସନ୍ତୁଳନ, ଖାଦ୍ୟାଭ୍ୟାସରେ ପରିବର୍ତ୍ତନ, ଜଙ୍କଫୁଡ ଗ୍ରହଣ ଏବଂ ଶାରୀରିକ ପରିଶ୍ରମ ଲୋକମାନଙ୍କ ମଧ୍ୟରେ ହ୍ରାସ ଘଟିଛି, ଫଳରେ ଏହା ମେଦ ବହୁଳତାକୁ ବଢାଇବାରେ କାରଣ ପାଲଟୁଛି।
ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ ମେଦବହୁଳତା ସମସ୍ୟା ଚିନ୍ତାର କାରଣ ହେଉଛି। କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଆଗଲେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ?
ଅଧିକାଂଶ ଚିନ୍ତା କରନ୍ତି ଯେ, କେବଳ ସର୍ଜରି କରିଦେଲେ ଏହି ସମସ୍ୟା ଦୂର ହୋଇଯିବ। ଏପରି ଚିନ୍ତା କରିବା ଭୁଲ। ସର୍ଜରି ସବୁଠାରୁ ଶେଷରେ ଆସୁଛି। ଏକ ସୁସ୍ଥ ଜୀବନ ଶୈଳୀ ସମସ୍ତଙ୍କୁ ଆପଣାଇବାକୁ ହେବ। ଏହା ହେଲେ ଏପରି ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଆମେ ପ୍ରଥମ ପଦକ୍ଷେପ ଗ୍ରହଣ କରିପାରିବା। ଦ୍ୱିତୀୟରେ ଏନେଇ ସଚେତନତା ମଧ୍ୟ ଜରୁରୀ। ସଚେତନତା ଅଭାବ ଯୋଗୁ ଏପରି ସମସ୍ୟାକୁ ଆମେ ଅଣଦେଖା କରିଥାଉ। ତୃତୀୟରେ ଯାଇ ସର୍ଜରି ଆସୁଛି।

ବେରିଆଟ୍ରିକରେ ଅନେକେ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି। ଏ କ୍ଷେତ୍ରରେ କେଉଁ କେଉଁ ସଦ୍ୟତମ ସର୍ଜରି ଏବେ ଗ୍ରହଣ କରାଯାଉଛି?
ଅନେକ ନୂଆ ନୂଆ ସର୍ଜରି ଏହି କ୍ଷେତ୍ରରେ ଯୋଡି ହେଉଛି। ଆମେରିକାରେ ଏହି କ୍ଷେତ୍ରରେ ସଦ୍ୟତମ କମନ ସର୍ଜରି ସମ୍ପାଦନ କରାଯାଉଛି। ଭାରତରେ ଏଭଳି ପଦ୍ଧତି ମଧ୍ୟ ଦ୍ୱାରା ବର୍ଷକୁ ୫୦,୦୦୦ ପ୍ରୋସେଜ୍ୟୁର ସମ୍ପାଦନ ହେଉଛି। ଏହି ଧାରା ଧୀରେ ଧୀରେ ବଢିବ ବୋଲି ଭାବୁଛୁ। ଏହି ପଦ୍ଧତିରେ ପାକସ୍ଥଳୀ ଏବଂ ଇଣ୍ଟେଷ୍ଟାଇନରେ ସର୍ଜରି ଦ୍ୱାରା ମେଦବହୁଳତା ହ୍ରାସ ଏବଂ ଓଜନ କମ୍‌ କରାଯାଇଥାଏ।
ବେରିଆଟ୍ରିକ ସର୍ଜରି ପ୍ରକ୍ରିୟାକୁ ନେଇ ଲୋକଙ୍କ ମନରେ ଅନେକ ଡର ଏବଂ ପ୍ରଶ୍ନ ରହିଥାଏ। ଏ ନେଇ କ’ଣ କହିବେ?
ଲୋକଙ୍କ ମନରେ ଡର ଏବଂ ପ୍ରଶ୍ନ ନିଶ୍ଚିତ ରହିବ। ଏନେଇ ଲୋକମାନେ ସଚେତନ ହେଲେ ଯାଇ ଏହାକୁ କମ୍‌ କରାଯାଇ ପାରିବ। ରୋଗୀଙ୍କୁ ଉନ୍ନତ ଓ ସଫଳ ଚିକିତ୍ସା ଆମ ପାଇଁ ବଡ ଉପଲବ୍ଧି। ଏହା ଦ୍ୱାରା ଲୋକଙ୍କ ଭରସା ସର୍ଜରି ଉପରେ ବଢୁଛି। ଏଥିରେ ଡିଷ୍ଟ୍ରିକ ବାଇପାସ,ଏଣ୍ଡୋସ୍ପୋପିକ, ଡିଷ୍ଟ୍ରିକ୍ଟ ଡିଉଡ୍‌ନାଲ ସ୍ବିଚ୍‌ ଭଳି ଅନ୍ୟ ସର୍ଜରିଗୁଡିକ ସମ୍ପାଦନ କରୁଛୁ।

ଓଡିଶାରେ ଓବେସିଟିକୁ କିଭଳି ଦେଖୁଛନ୍ତି। ବର୍ତ୍ତମାନ କେତେ ପ୍ରତିଶତ ଲୋକଙ୍କ ଠାରେ ଏହା ଦେଖାଯାଉଛି?
ଓଡିଶାରେ ଓବେସିଟିର ହାର ୨% ରହିଛି। ଏହା ଏତେ ବଡ ନୁହେଁ । କିନ୍ତୁ ମଧୁମେହ ଉଚ୍ଚରେ ରହିଛି। ଜାତୀୟ ସ୍ତର କଥା ବିଚାର କରିଲେ ଓଡିଶା ୮ ନମ୍ବର ସ୍ଥାନରେ ରହିଛି। ପୂର୍ବରୁ ଓଡ଼ିଶା ୧୦ ନମ୍ବରରେ ଥିଲା।

ମେଦବହୁଳତା ଅନ୍ୟ କୌଣସି ସ୍ବାସ୍ଥ୍ୟ ସମସ୍ୟା ଡାକି ଆଣିବ କି?
ମେଦବହୁଳତା ଯୋଗୁ ମଧୁମେହ, ହାଇପରଟେନଶନ ଭଳି ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏଭଳି ଅପରେଶନ ଲାଗି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମଧ୍ୟ ରହିଛି। ଏଣୁ ଲୋକମାନେ ଏହାର ଲାଭ ନେବା ଆବଶ୍ୟକ।

ରିାପାଟର୍ଟ: ସତ୍ୟାନନ୍ଦ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri