ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌ସକୁ ହସ୍ତାନ୍ତର

ବାରଙ୍ଗ,୨୫ା୧୦(ଡି.ଏନ୍‌.ଏ.) : ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମେଣ୍ଢାଶାଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଜୁଆସ୍ଥିତ ଏମ୍‌ସ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଗୁରୁବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ଦିଲୀପ ଷଡ଼ଙ୍ଗୀ, ଖୋର୍ଦ୍ଧା ଏଡିଏମଓ ଡ.ଦ୍ୱାରିକାନାଥ ଶତପଥୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା.ମୋହନ ହେମ୍ରମ ଓ ଶୁଭ୍ରାଂଶୁ ପ୍ରଧାନ,ଏମ୍‌ସର ଡ.ବିକାଶ ଚନ୍ଦ୍ର ଭାଟିଆ, ଡ.ବିନୋଦ ପାତ୍ର, ଡ.ମନି ହତିଆରୀ, ଡ.ରବିରାଜେ କୁମ୍ବଲେ ପ୍ରମୁଖ ଯୋଗଦେଇଥିଲେ। ରୋଗୀସେବାକୁ ଗୁରୁତ୍ୱ ଦେବା ସହ ପ୍ରତ୍ୟେକ ଦିନ ଏମ୍‌ସର ଯୁବ ଡାକ୍ତରମାନେ ଆସି ରୋଗୀଙ୍କ ଚିକିତ୍ସା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସମସ୍ତ ବିଭାଗର ଡାକ୍ତରମାନେ ପର୍ଯ୍ୟାୟକ୍ରମେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ପ୍ରଦୀପଙ୍କ ଜାମିନ ଆବେଦନ ମାମଲା: କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୫।୧(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଦେବବ୍ରତ...

ବାଲୁକାକଳାରେ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈଙ୍କୁ ଶୁଭେଚ୍ଛା

ଗଞ୍ଜାମ,୧ା୮(ଡି.ଏନ୍‌.ଏ.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ବର୍ଣ୍ଣପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼...

ଓଡ଼ିଶାରେ ବିରଳ ଟିଆଇପିଏସ୍‌ ସର୍ଜରି

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ୍‌ ପୋର୍ଟୋସିଷ୍ଟମିକ୍‌ ସଣ୍ଟ(ଟିଆଇପିଏସ୍‌)’ର ବ୍ୟବହାର କରି ଜଣେ ୪୬ ବର୍ଷୀୟ ରୋଗୀଙ୍କ କ୍ରୋନିକ୍‌ ସିିରୋସିକ୍‌ ଲିଭର୍‌ର ସଫଳ...

ମୋଦିଙ୍କୁ ଉପହାର ଦେଲେ ଓଡ଼ିଆ ଝିଅ

ଭୁବନେଶ୍ୱର,୧୭।୯: ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଓଡ଼ିଶାର ଚିତ୍ରଶିଳ୍ପୀ ପ୍ରିୟଙ୍କା ଭେଟି ଦେଇଛନ୍ତି ଏକ ନିଆରା ଉପହାର। ସେ ୮ ଫୁଟ ଉଚ୍ଚତା...

୩ ବ୍ଲକ୍‌ର ୫ ଗ୍ରାମ ସିଲ୍‌

ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ...

ସାଡ଼ିଙ୍ଗିଆ, ପାଙ୍ଗା ପଞ୍ଚାୟତରେ ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ, ୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଓ ପାଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜନର କାନ୍ଥ ପତ୍ରିକା...

ରଜ ପାଇଁ ୨ ଦିନ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରଜ ପର୍ବ ପାଇଁ ଜୁନ ୧୪ ଓ ୧୫ ତାରିଖ ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ। ରଜ ଉପଲକ୍ଷେ ସବୁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାବନ୍ଦ...

ଆୟ ତୁଳନାରେ ଅଧିକ ବ୍ୟୟ

ଢେଙ୍କାନାଳ ଅଫିସ, ୧୭ା୬ ଆୟ ତୁଳନାରେ ବଢ଼ିବାରେ ଲାଗିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗର ବ୍ୟୟ। ତଥାପି ଖର୍ଚ୍ଚ ପରିଚାଳନା ଲାଗି ନାହିଁ କୌଣସି ଯୋଜନା।...

Advertisement
Archives

Model This Week