ମେଟଲ୍‌ ମିଟ୍‌-୨୦୧୯: ସାମ୍ନାସାମ୍ନି ହେବେ ୭୮ ଟିମ୍‌

ଭୁବନେଶ୍ୱର,୨୫।୭(ବ୍ୟୁରୋ): କୁଇଜ୍‌ ଭଳି ଏକ ସମ୍ପୂର୍ଣ୍ଣ ଭିନ୍ନ କନ୍‌ସେପ୍ଟକୁ ନେଇ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତର ୪ର୍ଥ ବର୍ଷ ପାଇଁ ଆୟୋଜିତ ହେବାକୁ ଯାଉଛି ‘ମେଟଲ୍‌ ମିଟ୍‌- ୨୦୧୯’। ଦକ୍ଷତା ଓ ଉପସ୍ଥିତ ବୁଦ୍ଧିର ଏହି ଯୁଦ୍ଧ ପାଇଁ ଏହା ମଧ୍ୟରେ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। ଓଡ଼ିଶାର କୁଇଜିଂ କଲଚରକୁ ଆଗକୁ ନେବା ଲକ୍ଷ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆଉମାତ୍ର କିଛିଦିନ ବାକି ଥିବାବେଳେ ସାମ୍ନାସାମ୍ନି ପାଇଁ ପ୍ରତିଯୋଗୀ ଟିମ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମଗ୍ର ଓଡ଼ିଶାର ବିଭିନ୍ନ ସ୍କୁଲ୍‌ ଓ କଲେଜରୁ ମୋଟ ୭୮ ଟିମ୍‌ ଅଂଶଗ୍ରହଣ କରିବାକୁ ଥିବାବେଳେ ଉଭୟ ଜୁନିୟର ଏବଂ ସିନିୟର କାଟାଗୋରିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ମେଟଲ୍‌ ମିଟ୍‌ ୨୦୧୮ ସଂସ୍କରଣର ବିପୁଳ ସଫଳତା ପରେ ଓଡ଼ିଶା ପୋଷ୍ଟ ଆୟୋଜନ କରିବାକୁ ଯାଉଛି ମେଟଲ୍‌ ମିଟ୍‌ ୨୦୧୯ ସଂସ୍କରଣ। ଅଗଷ୍ଟ ୩ ଓ ୪ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଚଳିତବର୍ଷ ଆହୁରି ଆକର୍ଷଣୀୟ ହେବାକୁ ଯାଉଛି। ଭୁବନେଶ୍ୱର ସହ ପୁରୀ, କଟକ, ଢେଙ୍କାନାଳ, ଅନୁଗୋଳ, ରାଉରକେଲା ଓ ପଶ୍ଚିମ ଓଡ଼ିଶାର ଏକାଧିକ ଶିକ୍ଷାନୁଷ୍ଠାନ ଚଳିତବର୍ଷ ପ୍ରତିଯୋଗିତାରେ ଭାଗନେବେ। ସେହିଭଳି ଏଥର ରେସ୍‌ରେ ସାମିଲ ହୋଇଛନ୍ତି ଏକାଧିକ ନୂଆ ସ୍କୁଲ୍‌, ଜୁନିୟର କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ। ଚଳିତବର୍ଷ ସିନିୟର ବିଭାଗରେ ମୋଟ ୩୬ ଶିକ୍ଷାନୁଷ୍ଠାନ ରହିଥିବାବେଳେ ଏମାନଙ୍କ ମଧ୍ୟରେ ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, ନାଇଜର୍‌, କିଟ୍‌, ଏସ୍‌ସିବି ମେଡିକାଲ କଲେଜ, ନ୍ୟାଶନାଲ ଲ’ ୟୁନିଭର୍ସିଟି, ଭିଏସ୍‌ଏସ୍‌ୟୁଟି ବୁର୍ଲା, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ଆଇଜିଆଇଟି ସରାଙ୍ଗ, ବିର୍ଲା ଗ୍ଲୋବାଲ୍‌, ଶିକ୍ଷା ଓ ଅନୁସନ୍ଧାନ, ଟ୍ରାଇଡେଣ୍ଟ, ସାଇ ଇଣ୍ଟରନ୍ୟାଶନାଲ କଲେଜ, ସିଇଟି, ସେଞ୍ଚୁରିଆନ ୟୁନିଭର୍ସିଟି, ଏନ୍‌ଆଇଏସ୍‌ଟି, ଏଏସ୍‌ବିଏମ୍‌, ୟୁଏସ୍‌ବିଏମ୍‌, ଏକ୍ସଆଇଏମ୍‌ବି, ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ବିଜେବି କଲେଜ, ପିଲୋ ମୋଦି କଲେଜ ଅଫ୍‌ ଆର୍କିଟେକ୍‌ଚର୍‌ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛନ୍ତି। ସେହିଭଳି ଜୁନିୟର୍‌ ବିଭାଗରେ ଥିବା ୪୨ଟି ଟିମ୍‌ରେ ରାଉରକେଲା ସେଣ୍ଟ୍‌ ପଲ୍‌, ଲୋୟୋଲା ସ୍କୁଲ୍‌, ମଦର୍ସ ପବ୍ଲିକ୍‌ ସ୍କୁଲ୍‌, କିଟ୍‌ ଇଣ୍ଟରନ୍ୟାଶନାଲ, ସାଇ ଇଣ୍ଟରନ୍ୟାଶନାଲ, ଡୁନ୍‌ ଇଣ୍ଟରନ୍ୟାଶନାଲ, ରେଭେନ୍‌ଶା ହାଇସ୍କୁଲ୍‌, ରମାଦେବୀ ଜୁନିୟର କଲେଜ, ଡିଏଭି, ଡିପିଏସ୍‌, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରଭୁଜୀ ଇଂଲିଶ ମିଡିୟମ୍‌ ସ୍କୁଲ୍‌, ଟାଇମ୍ସ ଗୁରୁକୁଳ, ଓଡିଏମ୍‌, ଷ୍ଟୁଆର୍ଟ, ସେଣ୍ଟ ଜାଭିୟର, ସେଣ୍ଟ ଜୋସେଫ୍‌, ସୈନିକ ସ୍କୁଲ୍‌ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି।
ଆସନ୍ତା ୩ ତାରିଖରେ ‘ମେଟଲ୍‌ ମିଟ୍‌- ୨୦୧୯’ର ପ୍ରିଲିମ୍ସ ରାଉଣ୍ଡ୍‌ ଓ ୪ ତାରିଖରେ ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। ପ୍ରିଲିମ୍ସ ରାଉଣ୍ଡରେ ପ୍ରତିଯୋଗୀମାନେ ସାଧାରଣ ଜ୍ଞାନ କ୍ଷେତ୍ରରେ ରହିଥିବା ପ୍ରତିଭା ପ୍ରଦର୍ଶନ କରିବେ। ଏହାସହ ଅଡିଓ ଭିଜୁଆଲ ପ୍ରଶ୍ନ ଏବଂ ବର୍ତ୍ତମାନର ଘଟଣାକୁ ଆଧାରକରି ବିଭିନ୍ନ ପ୍ରଶ୍ନ ଏଥିରେ ରହିବ। ପ୍ରିଲିମ୍ସରେ ଭଲ ପ୍ରଦର୍ଶନ କରିଥିବା ଟିମ୍‌ ଗ୍ରାଣ୍ଡ୍‌ ଫିନାଲେକୁ ଯିବାକୁ ଯୋଗ୍ୟ ବିବେଚିତ ହେବ। ଏହି କୁଇଜ୍‌ ମହାକୁମ୍ଭକୁ ଏଥର ଲୋକପ୍ରିୟ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ପରିଚାଳନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri