ମେଘନାଦ ପାଚେରି ସ୍ଥିତି ପରଖିଲେ ଏଏସ୍‌ଆଇ ଅଧିକାରୀ

ପୁରୀ ଅଫିସ,୨୫।୮: ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ ହୋଇଛି। ଏହାପରେ ଶନିବାର ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅବରୋଧ ଥିବା ସ୍ଥାନରେ ପାଚେରି କାମ ହୋଇପାରି ନ ଥିବାରୁ ବର୍ତ୍ତମାନ ସେହି ସ୍ଥାନର ସ୍ଥିତି କ’ଣ ରହିଛି, ପଥର କେମିତି ଅଛି ଏ ସବୁ ଅନୁଧ୍ୟାନ କରିଛନ୍ତି। ଏହି ସ୍ଥାନକୁ ଭଲ ଭାବେ ଯାଞ୍ଚ କରାଯାଇ ଆବଶ୍ୟକ ସଂରକ୍ଷଣ କରାଯିବ। ଏଥିସହିତ ଏଏସ୍‌ଆଇର ଉଦ୍ୟାନ ବିଭାଗ ମେଘନାଦ ପାଚେରି କଡ଼ରେ ଫାଙ୍କା ଜାଗାରେ ବିଭିନ୍ନ କିସମର ଫୁଲଚାରା ଲଗାଇବ। ସିଂହଦ୍ୱାର ସମ୍ମୁଖ ଭାଗ କିପରି ବିଭିନ୍ନ ଫୁଲ ଗଛରେ ସବୁଜିମା ରହିବ ସେ ବ୍ୟବସ୍ଥା ମଧ୍ୟ କରିବ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମେଘନାଦ ପାଚେରିକୁ ଲଗାଇ ରାମଦୟା ପରିଷଦ କଂକ୍ରିଟ୍‌ ନିର୍ମାଣ କରିଥିଲା। ସେହିପରି ଆନନ୍ଦ ବଜାରରୁ ହାତଧୁଆ ପାଣି ଓ ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ମେଘନାଦ ପାଚେରି ଦେଇ ପାଣି ତଳକୁ ଗଳୁଛି। ଏହି ସ୍ଥାନରେ ଶିଉଳି ବସି କଳା ପଡ଼ିିଯାଇଛି। ଫଳରେ ଏହା ପାଚେରିର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଏହାକୁ ଅଧିକାରୀମାନେ ବୁଲି ଦେଖିଛନ୍ତି। ତେଣୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇ ଏହାର ସମାଧାନ କରିବା ଲାଗି ଏଏସ୍‌ଆଇ ଅଧିକାରୀମାନେ ସ୍ଥିର କରିଛନ୍ତି। ଏହି ପରିଦର୍ଶନରେ ଏଏସ୍‌ଆଇର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ, ସଂରକ୍ଷଣ ସହାୟକ ଏସ୍‌.ଆର. ରାଓ, କନିଷ୍ଠ ସଂରକ୍ଷଣ ସହାୟକ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ଗ୍ରୀନ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା, ସବୁ RTOରେ ଖୋଲିବ….

ଭୁବନେଶ୍ବର, ୨/୧:  ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ

ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri