ମୃତ ପୁଅର ପ୍ରେମିକାଙ୍କୁ ବିବାହ ଦେଲେ ମା’

ମିରଠ,୮।୧୨: ଉତ୍ତର ପ୍ରଦେଶ ମିରଠରୁ ଏମିତି ଏକ ଘଟଣା ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ମରିଯିବା ପରେ ତାଙ୍କ ପ୍ରେମିକାକୁ ଝିଅ ଭାବେ ଗ୍ରହଣ କରି କନ୍ୟାଦାନ କରିଛନ୍ତି ଜଣେ ବିଧବା ମା’। ମିରଠର ମଓ୍ବାନା ନିବାସୀ ବିମରବତୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତାଙ୍କର ଏକମାତ୍ର ପୁଅର ୨୦୧୮ରେ ମୃତ୍ୟୁ ହେବା ପରେ ଚଳିତ ବର୍ଷ ସେ ତାଙ୍କ ପୁଅର ପ୍ରେମିକାଙ୍କୁ ଝିଅଭାବେ ଗ୍ରହଣ କରି କନ୍ୟାଦାନ କରିଛନ୍ତି। ସୂଚନା ଅନୁଯାୟୀ, ବିମରବତୀଙ୍କ ଏକମାତ୍ର ପୁଅ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଏହାପରେ ସେ ୨୦୧୮ରେ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିବା ସମୟରେ ସେମାନେ ଗୋଟିଏ ଜାତିର ନ ହୋଇଥିବାରୁ ପ୍ରେମିକାଙ୍କ ଘରଲୋକେ ତାଙ୍କୁ ଜୀବନରୁ ମାରି ଦେଇଥିଲେ। ଘର ଲୋକଙ୍କ ଏଭଳି ବ୍ୟବହାର ପରେ ତାଙ୍କ ପ୍ରେମିକା ଘରୁ ଚାଲି ଆସି ବିମରବତୀଙ୍କ ନିକଟରେ ରହିବାକୁ ଲାଗିଲେ। ତେବେ ପୁଅ ମୃତ୍ୟୁରେ ଭାଙ୍ଗି ପଡିଥିବା ବିମରବତୀ କିନ୍ତୁ ପୁଅର ଆତ୍ମାକୁ ଶାନ୍ତି ଦେବା ଲାଗି ଏବେ ତାଙ୍କ ପ୍ରେମିକାଙ୍କୁ ଜଣେ ସମ୍ପର୍କୀୟ ପୁଅଙ୍କ ସହ ବିବାହ କରିଦେଇଥିବା ଜଣାପଡିଛି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତର କାମ ଜାଣିପାରୁଛି ସ୍ମାର୍ଟଓ୍ବାଚ୍‌

କାର୍ନେଗି ମିଲନ ୟୁନିଭର୍ସିଟିର ହ୍ୟୁମାନ- କମ୍ପ୍ୟୁଟର ଇଣ୍ଟରଆକ୍ସନ ଇନଷ୍ଟିଚ୍ୟୁଟର ଗବେଷକମାନେ ଏକ ସ୍ମାର୍ଟ ଓ୍ବାଚ ପ୍ରସ୍ତୁତ କରିଛନ୍ତି ଯାହା ହାତର କାର୍ଯ୍ୟକୁ ସହଜରେ ଜାଣିପାରୁଛି। କଇଁଚିରେ...

ରାଜୌରୀରେ ମୋଦି: ଯବାନଙ୍କ ସହିତ ପାଳିଲେ ଦୀପାବଳି

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର ରାଜୌରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଗତ ୬ ବର୍ଷ ଧରି ମୋଦି ଲଗାତାର ଯବାନମାନଙ୍କ...

ଶୋଇବା ବେଳେ ଜିନ୍ସରେ ପଶିଗଲା ସାପ: ୭ ଘଣ୍ଟା କାଳ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଲେ ଏହି ବ୍ୟକ୍ତି, ଆଉ ତା’ ପରେ..

ସାପ ସହ ୭ଘଣ୍ଟା। କଥାଟି ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ପିନ୍ଧିଥିବା ଜିନ୍ସରେ ପଶିଥିବା ସାପକୁ ନେଇ ଉତ୍ତରପ୍ରଦେଶ ମିର୍ଜାପୁର ଜିଲା ସିକନ୍ଦରପୁର ଗ୍ରାମର...

ଦେଶ ଲଢୁଛି ୨ଟି ଲଢ଼େଇ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୩।୧୨: ସମ୍ପ୍ରତି ଦେଶ ଏକା ସମୟରେ ୨ଟି ଲଢ଼େଇ ଲଢୁଛି। ଦେଶ ଭିତରେ ଗୋଟିଏ ଲଢ଼େଇ କରୋନା ମହାମାରୀ ବିରୋଧରେ ଜାରି ରହିଛି। ସେହିପରି ଭାରତ...

ଖୁସି ଖବର: ୧୫୦ ବର୍ଷ ପରେ ଫେରିଲା ଏହି ବିଲୁପ୍ତ କୀଟ

ମହାମାରୀ କରୋନା ମଧ୍ୟରେ ବ୍ରିଟେନରୁ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ବ୍ରିଟେନର ବିରଳ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିଛି।...

ପୁଲ୍‌ଓ୍ବାମା ଆକ୍ରମଣ: ବାପ-ଝିଅ ଗିରଫ

ଶ୍ରୀନଗର,୪ା୩(ପି.ଟି.): ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା...

ଜୁନ୍‌-୧୫ ପରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଜାରି ନେଇ ଚର୍ଚ୍ଚା: ମିଥ୍ୟା ବୋଲି ସୂଚନା ଦେଲା ପିଆଇବି

ନୂଆଦିଲ୍ଲୀ, ୧୧।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏପରିସ୍ଥଳେ କେତେକ ଗୁଜବ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଛି। ସେଭଳି ଏକ...

ଚାଲିଥିଲା ଜୁମ୍‌ କ୍ଲାସ୍‌, କ୍ୟାମେରା ବନ୍ଦ ନ କରି ହଠାତ୍‌ ସ୍ତ୍ରୀଙ୍କ ସହ ଏମିତି କଲେ ଶିକ୍ଷକ

କରୋନା ସମୟରେ ଲୋକେ ଘରେ ରହି କାମ କରୁଛନ୍ତି। ନେତାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସମସ୍ତେ ଅନ୍‌ଲାଇନ୍‌ରେ କାମ କରୁଛନ୍ତି। ପିଲାମାନଙ୍କ ପାଠପଢ଼ା ମଧ୍ୟ...

Advertisement


Archives

Model This Week

Why Dharitri