ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା

ଓ୍ବାଶିଂଟନ/ଲଣ୍ଡନ/ପ୍ୟାରିସ୍‌, ୩ା୪: ମହାମାରୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି କ୍ରମଶଃ ଭୟଙ୍କର ହୋଇପଡ଼ିଛି। ବିଶ୍ୱର ୨୦୩ ଦେଶକୁ ସଂକ୍ରମିତ ହୋଇଥିବା ଏହି ଭୂତାଣ ଯୋଗୁ ଅଦ୍ୟାବଧି ୫୦,୬୯୧ ଜୀବନ ଗଲାଣି। ୯ ଲକ୍ଷ ୯୧ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ଦିନରେ ୪୧ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ଭୂତାଣୁରେ ଆକ୍ରାନ୍ତ ହେବା। ଏଥିରୁ କେଉଁଭଳି ଭାବେ କରୋନା ବିଶ୍ୱକୁ ଗ୍ରାସକରୁଛି, ତାହା ସହଜେ ଅନୁମେୟ। ବିଶ୍ୱର ସବୁଠାରୁ ପରାକ୍ରମଶାଳୀ ଦେଶ ଆମେରିକାରେ ଆତଙ୍କ ଖେଳିଯାଇଛି। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୨୩୨,୧୦୬ରେ ପହଞ୍ଚିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବଢ଼ି ୫,୫୫୬ ଛୁଇଁଛି। ସେହିଭଳି ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୧୫, ୫୭୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧୩,୯୫୫କୁ ବୃଦ୍ଧିପାଇଛି। ସ୍ପେନ୍‌ ସ୍ଥିତି ଜଟିଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୬୧୬ ଲୋକଙ୍କ ପ୍ରାଣହାନି ଘଟିଛି। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି। ଏଠାରେ ୧୧୦,୨୩୮ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଏତଦ୍‌ବ୍ୟତୀତ ବ୍ରିଟେନ୍‌ ଓ ଫ୍ରାନ୍ସରେ ମଧ୍ୟ ଉତ୍କଟ ପରିସ୍ଥିତି ଦେଖାଦେଇଛି। ବ୍ରିଟେନରେ ଗୋଟିଏ ଦିନରେ ୫୬୯ ଜୀବନ ଯାଇଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବୃଦ୍ଧିପାଇ ୩୩,୭୧୮ରେ ପହଞ୍ଚିଛି। ଜର୍ମାନୀରେ ମଧ୍ୟ ସମାନ ସ୍ଥିତି। ଏଠାରେ ଅଦ୍ୟାବଧି ୯୯୭ ଜଣ ପ୍ରାଣ ହରାଇଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୮୧,୭୨୮ହୋଇଛି। ଚାଇନାରେ ମୃତ୍ୟୁସଂଖ୍ୟା ୩,୩୧୮ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୫୮୯ ରହିଛି। ଫ୍ରାନ୍ସରେ ଭୂତାଣୁ ୪,୦୩୨ ମୁଣ୍ଡ ଗଡ଼ାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୫୬,୯୮୯ରେ ପହଞ୍ଚିଛି। ଇରାନରେ ୩,୧୬୦ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଉପରେ ରହିଛି। ଅନ୍ୟ ପ୍ରମୁଖ ସଂକ୍ରମିତ ଦେଶଗୁଡ଼ିକ ମଧ୍ୟରେ ନେଦରଲାଣ୍ଡରେ ୧,୩୩୯, ବେଲଜିୟମରେ ୧,୦୧୧, ସୁଇଜରଲାଣ୍ଡରେ ୫୨୨, ତୁର୍କୀରେ ୨୭୭, ଅଷ୍ଟ୍ରିଆରେ ୧୫୮, ପର୍ତ୍ତୃଗାଲରେ ୨୦୯, ବ୍ରାଜିଲରେ ୨୫୨, ସ୍ବିଡେନ୍‌ରେ ୨୮୨, ଡେନ୍‌ମାର୍କରେ ୧୨୩, ଫିଲିପାଇନ୍ସରେ ୧୦୭, ଇଣ୍ଡୋନେସିଆରେ ୧୭୦, ଇକ୍ୱେଡରରେ ୯୮, ରୋମାନିଆରେ ୯୪ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଏପର୍ଯ୍ୟନ୍ତ ବିଶ୍ୱରେ ୨୦୩,୫୩୫ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହୋଇ ଫେରିଛନ୍ତି, ତଥାପି ଏହି ପ୍ରାଣଘାତୀ ଭୂତାଣୁରୁ ରକ୍ଷା ପାଇବା ଲାଗି କୌଣସି ଔଷଧ ବାହାରି ନ ଥିବାରୁ ଲୋକଙ୍କ ମନରେ କୋକୁଆ ଭୟ ଘାରିଛି। ବିଭିନ୍ନ ବିଶ୍ୱସ୍ତରୀୟ ନେତା, ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଭିନ୍ନ ଭିନ୍ନ ପରାମର୍ଶ ଦିଆଯାଉଛି। ବିଶ୍ୱର ପ୍ରାୟ ସବୁଦେଶ ଲକ୍‌ଡାଉନ୍‌କୁ ପାଳନ କରୁଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ତଥାପି ଭୂତାଣୁ ବୋଲ ମାନୁନି। ବିଶ୍ୱବ୍ୟାପୀ ଏନେଇ ଆତଙ୍କର ବାତାବରଣ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri