Posted inଜାତୀୟ

ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ଘଟଣା: ନିଲମ୍ବିତ ହେଲେ ଅମେଠିର ଜିଲାପାଳ

ଆମେଠି,୧୪।୧୧: ମହଙ୍ଗା ପଡ଼ିଲା ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରିବା। ଆମେଠି ଜିଲାପାଳଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ପ୍ରଶାନ୍ତ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ଅରୁଣ କୁମାର ନୂଆ ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଆମେଠିର ଜଣେ ଇଟା ବ୍ୟବସାୟୀଙ୍କୁ ମଙ୍ଗଳବାର ଗୁଳିକରି ହତ୍ୟା କରାଯାଇଥିଲା। ବୁଧବାର ମୃତଦେହ ବ୍ୟବଚ୍ଛେଦ ସମୟରେ ଜିଲାପାଳ ଓ ମୃତକଙ୍କ ପରିବାରଲୋକଙ୍କ ସହ କଥା ହେଉଥିଲେ। ଏତିକିବେଳେ ହଠାତ୍‌ ସେ ନିଜର ଆୟତ ହରାଇ ଉକ୍ତ ପରିବାରବର୍ଗଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓ ସର୍ବସମ୍ମୁଖକୁ ଆସିବା ପରେ ଯୋଗୀ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂର୍ବରୁ ମଧ୍ୟ ପ୍ରଶାନ୍ତ ନିଜ ଖରାପ ବ୍ୟବହାର ପାଇଁ ହାଇକୋର୍ଟରୁ ଦଣ୍ଡିତ ମଧ୍ୟ ହୋଇସାରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ଆମେଠିର ଏମ୍‌ପି ସ୍ମୃତି ଇରାନୀ ଟୁଇଟ କରି ଜିଲାପାଳ ପ୍ରଶାନ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ନିଜ ବ୍ୟବହାରକୁ ପରିବର୍ତ୍ତନ କରି ନମ୍ର ଏବଂ ସମ୍ବେଦନଶୀଳ ହୁଅ। ଆମେ ସାଧାରଣ ଜନତାଙ୍କ ସେବକ, ଶାସକ ନୁହେଁ ବୋଲି ସ୍ମୃତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭିଜା-ପାସପୋର୍ଟରେ ବାସ କରୁଥିବା ୮ ବାଂଲାଦେଶୀ ଗିରଫ…

ମୁମ୍ବାଇ,୬।୫ : ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଭିଜା ପାସପୋର୍ଟ ବିନା ରହୁଥିବା ୬ ଜଣ ମହିଳାଙ୍କ ସମେତ ୮ଜଣ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି।...

ଭାଜପାକୁ ଝଟକା: ବିହାରରେ ଲାଗୁ ହେବ ନାହିଁ ଏନ୍‌ଆର୍‌ସି

ପାଟନା,୧୩।୧: ଭାଜପାର ବିହାର ସହଯୋଗୀ ଜେଡିୟୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିହାରରେ ଲାଗୁ ହେବାକୁ ମନା କରିଦେଇଛି। ଫଳରେ ଭାଜପାକୁ ଝଟକା ଲାଗିଛି। ସୋମବାର...

ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ସେଣ୍ଟରରେ ବିବାହ କଲେ ବରକନ୍ୟା

ଜୟପୁର,୭ା୧୨: ବିବାହ ଦିନ ବରକନ୍ୟାଙ୍କ କରୋନା ଟେଷ୍ଟ୍‌ କରାଯିବା ପରେ ସେମାନେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେଣୁ ବିବାହ ଉତ୍ସବକୁ ଅଟକା ନ ଯାଇ ପିପିଇ...

ଗେହଲଟଙ୍କୁ ଘେରିଲେ ମାୟାବତୀ, ରାଜସ୍ଥାନରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ…

ଲକ୍ଷ୍ନୌ, ୧୪।୮ : ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କୁ ହତ୍ୟା କରାଯିବା ପରେ ଅଶୋକ ଗେହଲଟ ସରକାରଙ୍କୁ ବିରୋଧୀ ଦଳଙ୍କ ପକ୍ଷରୁ ଟାର୍ଗେଟ କରାଯାଇଛି...

୮୨% ଭାରତୀୟଙ୍କ ମତ: ଗୁରୁତ୍ୱ ହରାଇବ କାର୍ଯ୍ୟସ୍ଥଳ

ନୂଆଦିଲ୍ଲୀ,୨୪ା୭:ମହାମାରୀ କରୋନା ଯୋଗୁ ବିଭିନ୍ନ କାର୍ଯ୍ୟ ଘରେ ରହି କରିବାକୁ ପଡ଼ୁଛି। ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟକୁ ଲୋକମାନେ କାର୍ଯ୍ୟସ୍ଥଳକୁ ନ ଯାଇ ଘରେ ରହି...

ରାଗିଲେ ଦିଦି, ଭାଷଣ ଦେବାକୁ ମନା କଲେ

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଭିକ୍ଟୋରିଆ ମେମୋରିଆଲ ପରିସରରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୧୨।୯: ଆସାମରେ ଆତଙ୍କବାଦୀ ମଡ୍ୟୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ସୋମବାର ପୋଲିସ ଆଉ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉଭୟଙ୍କୁ ମୋରିଗାଓଁରୁ ଗିରଫ କରାଯାଇଛି।...

ଶ୍ରୀହରିକୋଟାରେ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୩୦।୫ (ପି.ଟି.): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରକୁ ଚନ୍ଦ୍ରୟାନ-୩ ପଠାଇବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିସାରିଛି। ସୋମବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ...

Advertisement
Archives

Model This Week