ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ

କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି ଚାଲିଲା ପୂଜାପାଠ। ଶେଷରେ ଗୁଣିଆ ଚତୁରତାର ସହ ଚମ୍ପଟ ମାରିଲା ଗ୍ରାମବାସୀଙ୍କ ଆଖିରେ ଧୁଳିଦେଇ। ସବୁ କିଛି ଘଟଣା ଥାନାର ୨ କିମି ଦୂରରେ ଘଟିଥିଲେ ବି ପୋଲିସ ପାଖରେ କିଛି ଖବର ନଥିଲା। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ।
ପ୍ରକାଶ ଯେ, ଗଞ୍ଜାମ ଜିଲା କବିସୂର୍ଯ୍ୟୟନଗର ଥାନା ଗୁଡ଼ିଆଳି କେନ୍ଦୁପାଟଣା ସାହିର କୃଷ୍ଣଚନ୍ଦ୍ର ଜେନା (୩୬)। ପେଶାରେ ଜଣେ ଅଟୋ ଡ୍ରାଇଭର। ଗୁରୁବାର ରାତି ପ୍ରାୟ ୮ଟାରେ ପେଟରେ ଯନ୍ତ୍ରଣା ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଶ୍ୱଶୁର ଘର ଲୋକେ କେହି ଗୁଣିଗାରେଡି କରି ମାରି ଦେଇଥିବା ସନ୍ଦେହ କରି ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ଶ୍ୱଶୁର ଘର ଶେରଗଡ଼ ନିକଟ ଇନ୍ଧନପୁର। ସେହି ଅଞ୍ଚଳର ଜଣେ ଗୁଣିଆକୁ ଶୁକ୍ରବାର ଆଣି ଗଁା ଶ୍ମଶାନରେ ପହଞ୍ଚତ୍ଥିଲେ ଶ୍ୱଶୁର ଘର ଲୋକ। ସେଠାରେ ପୂଜାପାଠ ଆରମ୍ଭ ହେଲା ଗୁଣିଆ ଦ୍ୱାରା। ଅପରାହ୍ନ ୩ଟା ପର୍ଯ୍ୟନ୍ତ। କୌଣସି ଉନ୍ନତି ନ ହେବାରୁ ଗ୍ରାମବାସୀ ଗୁଣିଆକୁ ଘେରାଉ କରିଥିଲେ। ତାର ନାମ, ଠିକଣା ପଚାରିଲେ ଗ୍ରାମବାସୀ। କାବୁ କରି ବାନ୍ଧିବାକୁ ଉଦ୍ୟମ କରିବାବେଳେ ଚତୁରତାର ସହ ସେ ଚମ୍ପଟ ମାରିଥିଲା। ତାପରେ ମୃତଦେହ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ସମୟ ଶ୍ମଶାନରେ ଗୁଣିଆର ପୂଜାପାଠ ଓ ୧୬ ଘଣ୍ଟା ମୃତଦେହ ରହିଥିଲେ ମଧ୍ୟ ପୋଲିସ ନଁା ଖବର ପାଇଲା ନଁା ଗୁଣିଆକୁ ଧରି ପାରିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ଘୁମୁସର ବିକାଶ ପରିଷଦ ବୈଠକ, ଜିଲା ଅନ୍ଦୋଳନକୁ ତ୍ୱରାନ୍ୱିତ କରିବା….

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ବାସଭବନରେ ରବିବାର ଘୁମୁସର ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri