ମୂଲ୍ୟବାନ କାଠ ପଟା, କରତ ଜବତ

ଓଡ଼ଗାଁ,୩୧ା୫(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନ ବିଭାଗ ରବିବାର ସକାଳୁ ବାହାଡ଼ାଝୋଲା ସେକ୍ସନ କଇଁଠପଲି ଗାଁରେ ଚଢ଼ାଉ କରି ବହୁ ମୂଲ୍ୟବାନ କାଠ ପଟା ଜବତ କରିଛି। ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ପାଳ ଘୋଡ଼ା ହୋଇ କେତେକ ପଟା ରହିଥିବା ବିଭାଗ ସୂଚନା ପାଇ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲା। ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡିଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ରବୀନ୍ଦ୍ର ନାଥ ପଣ୍ଡା ସଦଳବଳ ଚଢ଼ାଉ କରିଥିଲେ। ଚଢ଼ାଉରେ ବନପାଳ ସରିତା ବରାଳ, ଜ୍ୟୋତିରଞ୍ଜନ ମାନସିଂହ, ଶୁଭେନ୍ଦୁ ନାୟକଙ୍କ ସମେତ ବନରକ୍ଷୀମାନେ ସାମିଲ ହୋଇଥିଲେ। ଜବତ କାଠ ପଟାର ମାପଚୁପ ଚାଲିଥିବା ବେଳେ ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି। ହେଲେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହ। ସେହିପରି ବନ ବିଭାଗ ସିଆରିମାଳ ହରିଜନ ସାହିରେ କାଠ କଟାଯାଉଥିବା ବେଳେ ଚଢ଼ାଉ କରି ୩ ଖଣ୍ଡ ଶାଳଗଣ୍ଡ ଏବଂ କରତ ଜବତ କରିଛି। ଜବତ କାଠ ଗଣ୍ଡିର ମୂଲ୍ୟ ୨୫ ହଜାର ଟଙ୍କା ହେବ। ହେଲେ ଘଟଣାସ୍ଥଳରୁ ସେହି ଗ୍ରାମର ମାରୁତ ନାଇକ, କାହ୍ନୁ ନାଇକ, କୁମର ନାଇକ, ଅମର ନାଇକ, କାମ୍ପ ନାଇକ ବନବିଭାଗକୁ ଚକମା ଦେଇ ଦୌଡ଼ି ପଳାଇଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ...

୩ ବ୍ଲକରେ ୯୩୨୬ ହେକ୍ଟର ଫସଲ କ୍ଷତି

ବରଗଡ଼ ଅଫିସ୍‌,୨୨ା୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ କରାମାଡ଼ ହୋଇଥିଲା। ଏଥିରେ ବରଗଡ଼, ବରପାଲି ଏବଂ ଅତାବିରା ବ୍ଲକର ୯୩୨୬ ହେକ୍ଟର ଜମିରେ ଧାନ ଫସଲ...

ମଲାରପଦାରେ କାଳବୈଶାଖୀ: ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା

ପାଟଣା,୨୪ା୪(ସ୍ବ.ପ୍ର.) : କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୁରୁବାର ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼...

କଟକ: ଦିନକରେ ୯୨ ପଜିଟିଭ

କଟକ ଅଫିସ,୧୩ା୬: କଟକ ଜିଲାର ବିଭିନ୍ନ ଅଞ୍ଚଳରୁ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୯୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କାନପୁରରୁ ୨୬ଜଣ...

ଛତ୍ରପୁରରେ କରୋନା ସ୍ଥିତି ଅସମ୍ଭାଳ: ୩ ଦିନରେ ଚିହ୍ନଟ ହେଲେଣି ୮୭ ପଜିଟିଭ୍‌

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବ୍ଲକ ଅଧୀନ ଗ୍ରାମାଞ୍ଚଳରେ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲା ହେଡକ୍ୱାର୍ଟରରେ ଦିନକୁ ଦିନ କରୋନା...

ଏସ୍‌ସିବି ମେଡିକାଲରେ ଆବଶ୍ୟକ ପଡୁଛି ସ୍ବତନ୍ତ୍ର ନିଶ୍ଚେତକ

କଟକ ଅଫିସ,୨୨।୬: ଶଲ୍ୟ ବିଭାଗ କାଳକ୍ରମେ ସମ୍ପ୍ରସାରିତ ଓ ବିଭାଜିତ ହୋଇ ବିଭିନ୍ନ ପ୍ରକାରର ସୁପର୍‌ ସ୍ପେଶିଆଲିଟି ବିଭାଗ ସୃଷ୍ଟି ହୋଇଛି। ଫଳରେ ନ୍ୟୁରୋ ସର୍ଜରି...

ଯୋଡ଼ାରେ ରନ୍ଧାଖାଦ୍ୟ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୩।୪ (ଡି.ଏନ.ଏ.)-ସାରାଦେଶରେ କୋଭିଡ୍‌ ୧୯ ମହାମାରୀ ରୂପ ନେଇିଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଲୋକେ...

ଭୋଟର ତାଲିକାରେ ଚଞ୍ଚକତା

ଖୋର୍ଦ୍ଧା ଅଫିସ,୩୧ା୧: ମତଦାନ ହେଉଛି ନାଗରିକଙ୍କ ସାମ୍ବିଧାନିକ ଅଧିକାର। କୌଣସି ମତଦାତା ଯେପରି ମତଦାନରୁ ବଞ୍ଚିତ ନ ହେବେ ସେଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱ...

Advertisement
Archives

Model This Week