Posted inଜାତୀୟ

ମୁସଲମାନଙ୍କୁ ସରକାରୀ ଚାକିରି ମିଳିବା ନେଇ ପ୍ରତିକ୍ରିୟା ରଖିଲେ ଏଆଇୟୁଡିଏଫ୍‌ ଅଧ୍ୟକ୍ଷ

ଗୁଆହାଟି,୨୯।୧୦: କିଛି ଦିନ ପୂର୍ବରୁ ଆସାମ ସରକାର ସରକାରୀ ଚାକିରି ନେଇ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏଆଇୟୁଡିଏଫ୍‌ର ଅଧ୍ୟକ୍ଷ ତଥା ଲୋକ ସଭା ଏମ୍‌ପି ବଦରୁଦ୍ଦିନ ଅଜମଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁସଲମାନମାନଙ୍କୁ ଏହି ନିଷ୍ପତ୍ତି ଉପରେ ଚିନ୍ତା କରିବା ଆବଶ୍ୟକତା ନାହିଁ। କାରଣ ସେମାନଙ୍କୁ ଏମିତି ବି ସରକାରୀ ଚାକିରିରୁ ବାହାରେ ରଖାଯିବ। ଆହୁରି ମଧ୍ୟ ସେ କହିଛନ୍ତି, ସମସ୍ତେ ଜାଣନ୍ତି ଭାଜପା ସରକାର ଅମଳରେ ମୁସଲମାନମାନଙ୍କୁ ଉପେକ୍ଷା କରାଯାଇଥାଏ। ହେଲେ ବର୍ତ୍ତମାନ ସରକାରଙ୍କ ସମୟରେ ସେମାନଙ୍କୁ ସରକରୀ ଚାକିରି ମିଳିବା ଆଶା ବହୁତ କମ୍‌ ହୋଇଯାଇଛି। ତେଣୁ ସେମାନଙ୍କୁ ୨ସନ୍ତାନ ନୀତି ଆପଣାଇବା କିଛି ଆବଶ୍ୟକତା ନାହିଁ ଏବଂ ଆମ ଧର୍ମରେ ଏଭଳି କିଛି ନିୟମ ନାହିଁ ବୋଲି ଅଜମଲ କହିଛନ୍ତି। ମୁସଲମାନ ଯୁବବର୍ଗଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ସେ ନିବେଦନ କରିଛନ୍ତି। ଏହାଦ୍ୱାରା ବହୁ ଲୋକ ରୋଜଗାରକ୍ଷମ ହୋଇପାରିବେ। ସୂଚନାଯୋଗ୍ୟ, ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ୨୦୨୧ରୁ ସରକାରୀ ଚାକିରୀ ପାଇଁ ନିର୍ଦ୍ଧାରିତ ନିୟମ ସହ ୨ ସନ୍ତାନ ନିୟମକୁ ମଧ୍ୟ ଯୋଡାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ନିୟମାନୁସାରେ ୨ରୁ ଊର୍ଦ୍ଧ୍ୱ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ। ଜନସଂଖ୍ୟା କମ୍‌ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରେ ନିଆଯାଇଥିବା ନିଷ୍ପତ୍ତି ଯୋଗୁ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri