ମୁର୍ମୂଷୁ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଲେ ଏସ୍‌ଡ଼ିପିଓ

ଜଳେଶ୍ୱର, ୧୪।୧(ସ୍ବ.ପ୍ର.)-ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିରହିଥିବା ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଏସ୍‌ଡିପିଓ ନିଜ ଗାଡିରେ ଜିକେଭଟ୍ଟର ହସ୍‌ପିଟାଲକୁ ନେଇ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି।

ଜଳେଶ୍ୱର ଥାନା ଆରୁଆ ଗାଁର ସନ୍ତୋଷ ମହାନ୍ତି (୩୨) ନାମକ ଜଣେ କୋଠା ରଙ୍ଗ ମିସ୍ତ୍ରୀ ପ୍ରତିଦିନ ପଶ୍ଚିମ ମେଦିନୀପୁର ଜିଲା ଅନ୍ତର୍ଗତ ମୋହନପୁର ଥାନା ଅଞ୍ଚଳକୁ ଶ୍ରମିକ ଭାବେ ଯାଇ କାଯର୍‌ୟ କରିଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ନିଜ ଘରକୁ ଏକ ସ୍କୁଟିରେ ଫେରୁଥିବା ବେଳେ କଲେଜ ସମ୍ମୁଖ ରାସ୍ତାରେ ଥିବା ହମ୍ପସ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯାଇଥିଲେ। ଭାଗ୍ୟକୁ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର ଚନ୍ଦନେଶ୍ୱରୁ ଫେରୁଥିବା ବେଳେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ବୁଝିଥିଲେ। ଏହାପରେ ସେ ସନ୍ତୋଷଙ୍କୁ ଉଦ୍ଧାର କରି ଜିକେ ଭଟ୍ଟର ହସ୍‌ପିଟାଲକୁ ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri