ମୁଖ୍ୟ ଶାସନ ସଚିବଙ୍କ ପାରାଦୀପ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

ପାରାଦୀପ,୫ା୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ ସେ ବନ୍ଦର ନିଷିଦ୍ଧାଞ୍ଚଳ ବୁଲିବା ସହ କେତେକ ନୂତନ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ସବ୍‌ଷ୍ଟେସନ ଛକରେ ଏକ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମଗାର, ସୌନ୍ଦର୍ଯ୍ୟ କରଣ ଆଲୋକ, ବନୀକରଣ ପାଇଁ ଫଳକ ଆଦି ଅନ୍ତର୍ଭୁକ୍ତ। ଏହା ପରେ ବନ୍ଦର ପ୍ରଶାସନିକ ଭବନର ବୋର୍ଡ ରୁମ୍‌ରେ ବନ୍ଦର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ତ୍ରିପାଠୀ କହିଥିଲେ, ପାରଦୀପ ବନ୍ଦର ଏବେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ଭାବେ ମାନ୍ୟତା ପାଇଛି। ଆହୁରି ଅଧିକ ପଣ୍ୟ କାରବାର ପାଇଁ ଅନେକ ଭିତ୍ତିଭୂମି ରହିଛି। ଯାହା ରାଜ୍ୟର ବିକାଶରେ ସହାୟକ ହେବ। ଏଥିସହ ପର୍ଯ୍ୟାବରଣ ଓ ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଛି। ଯାହା ଗସ୍ତ ସମୟରେ ସେ ଅନୁଭବ କରିଛନ୍ତି। ଏହି ଗସ୍ତବେଳେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ସଚିବଙ୍କୁ ବନ୍ଦର ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସ୍‌ପି ପ୍ରକାଶ ଆରଙ୍କ ସମେତ ରାଜ୍ୟ ଓ ବନ୍ଦର ପ୍ରଶାସନର ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ। ସୂଚନାଥାଉକି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଥିଲା। ଏଥିରେ ସଚିବ ତ୍ରିପାଠୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତେବେ ବିଶେଷ କାରଣ ପାଇଁ ସେ ଆସି ପାରି ନ ଥିବାରୁ ଶନିବାର ଆସିଥିଲେ। ବନ୍ଦରର ନୂତନ ପ୍ରକଳ୍ପ ନିମନ୍ତେ ୭୦୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ପ୍ରସ୍ତାବକୁ ସେ ସ୍ବାଗତ କରିବା ସହ ଏହା ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ସହାୟକ ହେବ ବୋଲି କହିଥିଲେ। ସ୍ବରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଓ ଅବଲଣୀକର କାରଖାନା ପ୍ରକଳ୍ପକୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ:  ୬ରେ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ

ନୟାଗଡ଼ ଅଫିସ,୭।୯-ନୟାଗଡ଼ ଜିଲା ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ ସଭାପତିତ୍ୱରେ...

ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିଦେଲେ

କର୍ଲାମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା...

ପ୍ରବାସୀଙ୍କୁ ଯାତ୍ରା ମନା

ଛତ୍ରପୁର,୧୭ା୩: ଗଞ୍ଜାମ ଜିଲାରେ ପୁଣି କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଥିବାରୁ ଜିଲାବାସୀଙ୍କୁ ସତର୍କ ରହିବାକୁ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର...

ଆହୁରି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା: ବଡ଼ଦାଣ୍ଡରୁ ହଟିବେ ଉଠା ଦୋକାନୀ, ୧୯ ସୁଦ୍ଧା କ୍ୟାବିନ୍‌ ଉଠାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୬।୬: ପୁଣି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା। ମଙ୍ଗଳବାର ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୌରସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୯ ତାରିଖ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ନେଲେ ଆରଡିସି

ବ୍ରହ୍ମପୁର ଅଫିସ,୪ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ ଶନିିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି.ଆଓ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜୁଲାଇ ୩୧ରେ ରାଜଭବନରୁ ଆସିଥିବା...

ମନରେ ସେବା ଭରିଦେଲା ପ୍ରେମ

ପୁରୀ ଅଫିସ,୧୪।୨: ଦରିଆ ସେପାରିର ପ୍ରେମ। ଏହି ପ୍ରେମ ଭିତରେ ମାଇଲ ମାଇଲର ଦୂରତା। ଭାଷା, ଚାଲିଚଳଣି ଓ ପରମ୍ପରା ଦୃଷ୍ଟିକୋଣରୁ ଉଭୟ ଏକଦମ୍‌ ଭିନ୍ନ।...

ଦାମୀ କାର୍‌ରେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ, ଧରିଲା ଅବକାରୀ

ବ୍ରହ୍ମପୁର ଅଫିସ,୨୧ା୯: ଅବକାରୀ ଗୋଇନ୍ଦା ପୋଲିସ ବୁଧବାର ଭୋର୍‌ରୁ ୧୫ ଲକ୍ଷର ଦାମୀ କାର୍‌ ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି। ଅବକାରୀ ପୋଲିସ...

ବନ୍ୟାବିପନ୍ନଙ୍କ ଦୁଃଖ ଦୂରହେଉନି

ଯାଜପୁର ଅଫିସ,୬ା୯:ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତରେ ବନ୍ୟା ବିପନ୍ନଙ୍କ ଦୁଃଖ ଏଯାଏ ଦୂର ହୋଇ ପାରିନାହିଁ। ଏହାକୁ ସମାଧାନ କରିବାରେ ବ୍ଲକ ପ୍ରଶାସନ ବିଫଳ...

Advertisement
Archives

Model This Week