ପାଟଣାଗଡ, ୯ା୪(ଡି.ଏନ.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ପାଟଣାଗଡ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଳିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଲବ କୁମାର ଅଗ୍ରୱାଲ ନିଜ ଦିବ୍ୟାଙ୍ଗ ଭତ୍ତା ଟଙ୍କାରୁ ୩ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସେହିପରି ପାଟଣାଗଡର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଘନଶ୍ୟାମ ମେହେର ୧ଲକ୍ଷ ଟଙ୍କା, ମେହେର ଯୁବ ପରିଷଦ ପାଟଣାଗଡ ୫୧ହଜାର ଟଙ୍କା, ଜୟ ମାଁ ସ୍ବୟଂ ସହାୟକ ଗୋଷ୍ଠୀ ୫୧୦୦, ଗଜବାହିନୀ ମହିଳା ସଂଘ ଲାଠୋର ୧୧ ହଜାର, ନବଦୁର୍ଗା ପୂଜା କମିଟି ପାଟଣାଗଡ ୫୧ ହଜାର, ବଣିକ ସଂଘ ପାଟଣାଗଡ ୬୧୧୧୧ ଟଙ୍କା, ସରପଞ୍ଚ ସଂଘ ପାଟଣାଗଡ ୬୦ ହଜାର ଟଙ୍କା, ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ ଏବଂ ସମିତି ସଭ୍ୟଙ୍କ ଗୋଟିଏ ମାସର ଦରମା ୫୭୩୪୦ ଟଙ୍କା, ସନ୍ତୋଷୀ ସ୍ବୟଂ ସହାୟକ ଗୋଷ୍ଠୀ କେନ୍ଦୁମୁଣ୍ଡି ୫୦ ହଜାର ଟଙ୍କା, ଅସଲମ୍ କଟନ ମିଲ, ରାଧାରମଣ କଟନ ମିଲ, ମନସାମାତା କଟନ ମିଲ, ମା ଜିନିଂ କଟନ ମିଲ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ସେହିପରି ପାଟଣାଗଡର କାଳିଦାଶ ମିଶ୍ର ୧୦ ହଜାର, ରମେଶ ପୁରୋହିତ ୫୦ହଜାର, ପଞ୍ଚାୟତ ଡିଗ୍ରୀ କଲେଜ ଲାଠୋର ୨୧ ହଜାର, କୋଶଲ ନଗର ପାଟଣାଗଡର ମହିଳାମାନେ ୧୦୯୫୦ ଟଙ୍କା ପ୍ରଦାନ କରିଥିବା ପାଟଣାଗଡ ଉପଜିଲାପାଳ ସୋମନାଥ ପ୍ରଧାନ ସୂଚନା ଦେଇଛନ୍ତି। ଏଭଳି ସଂକଟ ପରିସ୍ଥିତିରେ ସରକାରଙ୍କୁ ସାହାଯ୍ୟ କରିବା ପ୍ରତ୍ୟେକ ନାଗରିକର ଗୁରୁ ଦାୟିତ୍ୱ ଏବଂ ପ୍ରଶାସନ ସହିତ ହାତ ମିଳାଇ କରୋନା ମୁକାବିଲାରେ ସାମିଲ ହେବାକୁ ଉପଜିଲାପାଳ ପ୍ରଧାନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
Posted inଆମ ଜିଲା ଖବର, ବଲାଙ୍ଗୀର View All

ବଦଳୁଛି ଚିତ୍ରଶିଳ୍ପୀଙ୍କ ରୁଚି: ‘ମଡ୍ ଆର୍ଟ’ ପ୍ରତି ବଢ଼ୁଛି ଆଗ୍ରହ
ବାଲେଶ୍ୱର ଅଫିସ, ୧୦।୬(ମାନସ ବିଶ୍ୱାଳ)-ପରିବର୍ତ୍ତନଶୀଳ ସମାଜରେ ଦିନକୁ ଦିନ କଳାକାରଙ୍କ ରୁଚି ବଦଳୁଛି। ଚିତ୍ରଶିଳ୍ପୀମାନେ ଭିନ୍ନ ଭିନ୍ନ ଆର୍ଟ ମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରି...

କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ
କେନ୍ଦୁଝର,୨୧।୮(ସ୍ବ.ପ୍ର.): କେନ୍ଦୁଝର ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ବୁଧବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ଥାନା ହିସାବୁରୁ ଗ୍ରାମର ବିପିନ ନାୟକ।...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ
ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।...

ଡିଜେଲ ସରିଯିବାରୁ କାମ କଲାନି ଏସି: ୨ ଘଣ୍ଟା ଅଟକିଲା ଟ୍ରେନ
ବାଲେଶ୍ୱର ଅଫିସ, ୨୨।୮-ବାଲେଶ୍ୱର ରେଳଷ୍ଟେଶନର ୨ ନମ୍ବର ପ୍ଲାଟଫର୍ମରେ ଯଶୋବନ୍ତପୁର-କାମାକ୍ଷା ଏକ୍ସପ୍ରେସ୍ ଟ୍ରେନ୍ (ନଂ. ୧୨୫୫୨) ରୁ ଡିଜେଲ ସରିଯିବାରୁ ସମସ୍ତ ଏସି କାମ କରି...

ବିଦ୍ୟୁତ୍ ତାରରେ ଝୁଲୁଛି ଜୀବନ ଡୋରୀ
ଚନ୍ଦ୍ରଗିରି,୧୧।୯(ଡି.ଏନ୍.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ...

ସଡ଼କ ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା
ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ସରଧାପୁର ବାୟା ମୁଣ୍ଡା ସାହିର ପାଣୁ ନାଏକ (୭୩) ନାମକ ଜଣେ ବୃଦ୍ଧଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ...

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ
ଛେଣ୍ଡିପଦା,୭।୫(ସ୍ବ.ପ୍ର.): ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ଛେଣ୍ଡିପଦା ଅନୁଗୋଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ୧୦୮ ଆମ୍ବୁଲାନ୍ସ...

ଟାଙ୍ଗିଆ ବେଣ୍ଟରେ ପିଟି ସ୍ତ୍ରୀଙ୍କୁ ହତ୍ୟା
ପାଟଣା,୨୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ୧୯ କି.ମି. ଦୂର ଡୁମୁରିଆ ପଞ୍ଚାୟତର ଉପାନ୍ତ ଅଞ୍ଚଳ ବଣମହୁଲଡିହା ମୁଣ୍ଡା ସାହିରେ ରବିବାର ସାରେ ଏକ ଅଭାବନୀୟ...