ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିବା ପରେ ଭାଜପାର ସମାଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ବିଜେପୁର ଆସନରୁ ଲଢିଥିଲେ ା ସେ ସେହି ବିଧାନସଭା ନିର୍ବାଚନଣ୍ଡଳୀରୁ ଜିତିଲେ ା ଏଥିସହିତ ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଉଭୟ ଆସନରୁ ବିଜୟୀ ହୋଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଅନେକ ଯୋଜନା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖାନ କଲେ, ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ା ୨୦୧୮ରେ ବିଜେପୁର ଉପନିର୍ବାଚନ ଏବଂ ବର୍ତ୍ତମାନ ଆସନ୍ନ ଉପନିର୍ବାଚନ ପାଇଁ ପ୍ୟାକେଜ ଘୋଷଣା ନାଁରେ ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି ା ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପାଳନ କରିଲେନାହିଁ ା କେବଳ ଗୋଟିଏ ଘୋଷଣାକୁ ବାରମ୍ବାର କହି ମୁଖ୍ୟମନ୍ତ୍ରୀ ସମଗ୍ର ପଶ୍ଚିମାଞ୍ଚଳବାସୀଙ୍କ ଭାବନା ସହ ଖେଳିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି ା
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଖବରଦାତାମାନଙ୍କୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି, ବିଜେପୁରରେ ହେବାକୁ ଥିବା ଉପନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଇଛିି। ଏହା ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ପ୍ରତାରଣା। ଗତ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ଘୋଷଣା କରିଥିବା ପ୍ରକଳ୍ପ ମଧ୍ୟରୁ ଗୋଟିଏ ହେଲେ କାମ ଆରମ୍ଭ କଲେନାହିଁ ା ପୂର୍ବରୁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବାରେ ମୁଖ୍ୟମନ୍ତ୍ରୀ ମାହିର। ଏବେ ସେ ବିଜେପୁରରୁ ଲଢ଼ି ଆଉ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପୁରବାସୀଙ୍କୁ ଅପମାନିତ କରିଛନ୍ତି। ବର୍ତ୍ତମାନ ଘୋଷଣା ହୋଇଥିବା ପ୍ୟାକେଜରେ ନୂଆ କିଛିନାହିଁ ା କେବଳ ପୁରୁଣା ପ୍ୟାକେଜକୁ ଆଉଥରେ ଘୋଷଣା କରିଛନ୍ତି ା ପୂର୍ବରୁ ଘୋଷିତ ଗଙ୍ଗାଧର ମେହେର ଜଳ ପ୍ରକଳ୍ପ କୁଆଡେ ଗଲା ରାଜ୍ୟ ସରକାର ତାର ଜବାବ୍‌ ରଖନ୍ତୁ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଏହିସବୁ ଅଞ୍ଚଳରେ ତୈଳ ବିଶୋଧନାଗାର, ଆଇଆଇଏମ୍‌ ଶିକ୍ଷାନୁଷ୍ଠାନ, ବୁର୍ଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ ଝାରସୁଗୁଡାରେ ଏୟାରପୋର୍ଟ ପାଇଁ ପଦକ୍ଷେପ ନେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଗୋଟିଏ ହେଲେ ଜନହିତକର ପଦକ୍ଷେପ ନେଇନାହାନ୍ତି। ଯେଉଁଥିରେ ପଶ୍ଚିମ ଓଡ଼ିଶାବାସୀ ଖୁସି ହେବେ। କେବଳ ପ୍ୟାକେଜ ଘୋଷଣା କରି ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିବେ। ଆଗାମୀ ଦିନରେ ଏଭଳି ପ୍ରତାରଣାର ଜବାବ ବିଜେପୁରବାସୀ ନିଶ୍ଚିତ ଦେବେ ବୋଲି ଜୟନାରାୟଣ କହିଛନ୍ତି।
ଜୟନାରାୟଣଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା ନବ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ଛାଡ଼ି ନାହାନ୍ତି ବରଂ ବିଜେପୁରବାସୀଙ୍କ ସବୁ ଦାୟିତ୍ୱ ନେଲେ। ପୂର୍ବରୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଏବେ ଯେଉଁ ଘୋଷଣା କରିଛନ୍ତି ସେସବୁର ସମୀକ୍ଷା କରି କାର୍ଯ୍ୟ କରିବେ। ଯେହେତୁ ୨ଟି ଆସନ ରଖିହେବନି ସେଥିଲାଗି ଗୋଟିଏ ଆସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପୁରରେ ବିକାଶମୂଳକ କାର୍ଯ୍ୟ ହେବ ବୋଲି ପଶ୍ଚିମ ଓଡ଼ିଶା ଲୋକ ବିଶ୍ୱାସ କରିଛନ୍ତି। କାହାକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ନିର୍ବାଚନ ଲଢି ନ ଥିଲେ। ଆମମାନଙ୍କ ଅନୁରୋଧ ରକ୍ଷା କରି ଲଢିଥିଲେ। ଆଗକୁ ତାଙ୍କ ନିଷ୍ପତ୍ତି ଯାହା ହେବ ଆମେମାନେ ମାନିବୁ। ଯାହାକୁ ସେ ପ୍ରାର୍ଥୀ କରିବେ ସେ ନିଶ୍ଚିତ ଜିତିବେ ବୋଲି ନବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋକାଗଲା ନାବାଳିକା ବିବାହ

ଗଣିଆ,୫ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତରେ ମଙ୍ଗଳବାର ଏକ ନାବାଳିକା ବିବାହ ରୋକାଯାଇଛି। ୧୬ ବର୍ଷ ବୟସର ନାବାଳିକାଙ୍କ ମା’ କଟକ...

ଶ୍ରୀମନ୍ଦିର କବାଟ ହେବ ରୂପା ଛାଉଣୀ

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର କବାଟ ରୂପା ଛାଉଣୀ ହେବ। ଏଥିପାଇଁ ଦାତା ରୂପା ଦେଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିରର କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ...

ଉଦ୍ଧାର ଗାଡ଼ି ଛାଡ଼ିବାକୁ ଲାଞ୍ଚ ଦାବି: ନୟାପଲ୍ଲୀ ଥାନା ଏସ୍‌ଆଇ ନିଲମ୍ବିତ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଦେବା ପାଇଁ ମାଲିକଠାରୁ ୭ହଜାର ଟଙ୍କା ଲାଞ୍ଚ ଦାବି କରି ନିଲମ୍ବିତ ହୋଇଛନ୍ତି ନୟାପଲ୍ଲୀ ଥାନାର ଏସ୍‌ଆଇ...

ଯୁକ୍ତ୨ ସପ୍ଲିମେଣ୍ଟାରି ପରୀକ୍ଷା ଫଳ: ପାସ୍‌ ହାର ୭୪.୮୪%

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ମୋଟ ପାସ୍‌ ହାର ୭୪.୮୪%...

କଂଗ୍ରେସରେ ନେତୃତ୍ୱ ସଙ୍କଟ

ନୂଆଦିଲ୍ଲୀ,୨୯ା୫: ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ଦଳ ପାଇଁ ନେତୃତ୍ୱ ସଙ୍କଟର କାରଣ ପାଲଟିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ...

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧାଙ୍କୁ କରୋନା: ରୋଗୀଙ୍କ ଉପରେ କଟକଣା

ଖୋର୍ଦ୍ଧା ଅଫିସ,୧୪।୭: ଖୋର୍ଦ୍ଧା ଜିଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଜଣେ କରୋନା ଯୋଦ୍ଧା, ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି।...

୧୨ଫୁଟ୍‌ର ଅହିରାଜ ଉଦ୍ଧାର

ପାତ୍ରପୁର, ୨୪ (ଡିଏନ.ଏ.)-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଜଗଦେବପୁର ରାସ୍ତା କଡରେ ଥିବା ଗଛ ଉପରୁ ମଙ୍ଗଳବାର ରାତିରେ ଏକ ୧୨ଫୁଟର...

ଘରେ ଥିବା କୋଭିଡ-୧୯ ରୋଗୀଙ୍କୁ ଏହି ମେଡିସିନ ଖାଇବାକୁ ପରାମର୍ଶ

ଭୁବନେଶ୍ୱର,୫ା୧୦(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରାମକ ରୂପ ଧାରଣ କରିଛି। ୮୦ ପ୍ରତିଶତ ଆଂଶିକ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ...

Play 250+ Trending Games
Archives

Model This Week

Why Dharitri