Posted inଜାତୀୟ

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଇସ୍ତଫା ପରେ ସ୍ତ୍ରୀ କହିଲେ ଏମିତି କଥା

ମୁମ୍ବାଇ,୨୭।୧୧: ଯେଉଁଭଳି ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହିଭଳି ସୁପ୍ରିମକୋର୍ଟଙ୍କ ଆସ୍ଥା ଭୋଟ ନିର୍ଦ୍ଦେଶ ପରେ ଦେବେନ୍ଦ୍ର ଫଡ୍‌ନଭିସ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବେ। ଉଦ୍ଧବ ଠାକରେ ହିଁ ଏହି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଫଡ୍‌ନବିସ୍‌ ଇସ୍ତଫା ଦେବା ପରେ ତାଙ୍କ ସ୍ତ୍ରୀ ଅମୃତା ଫଡ୍‌ନଭିସ ଏକ ଭାବପ୍ରବଣ ଟୁଇଟ କରିଛନ୍ତି। ସେ ଟୁଇଟରେ ଏକ ଗଜଲ ପଂକ୍ତି ଲେଖି କହିଛନ୍ତି, ପଲଟ କେ ଆଉଙ୍ଗି ଶାଖୋଁ ପେ ଖୁସବୁଏଁ ଲେକର.. ଖିଜାଁ କି ଜଡ ମେ ହୁଁ ମୌସମ ଜରା ବଦଲେ ନେ ଦୋ..। ଧନ୍ୟବାଦ ମହାରାଷ୍ଟ୍ର, ଅଭୁଲା ପାଞ୍ଚବର୍ଷ ଆପଣମାନେ ମୋତେ ଯେଉଁ ଭଲ ପାଇବା ଦେଇଛନ୍ତି ତାହା ସବୁବେଳେ ମନେ ପଡିବ। ମୁଁ ମୋ ଯୋଗ୍ୟତା ହିସାବରେ କାମ କରିବାକୁ ଚେଷ୍ଟା କରିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ମୋର ଇଚ୍ଛା ଥିଲା। ଫଡନବିସ୍‌ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପରେ ଅମୃତା ଏହି ଟୁଇଟ୍‌ କରିଛନ୍ତି। ଅମୃତା ଜଣେ ଗଜଲ ଗାୟିକା ଭାବେ ଲୋକପ୍ରିୟତା ଅର୍ଜନ କରିଛନ୍ତି। ନଭେମ୍ବର ୨୩ରେ ପଡନ୍‌ବିସ ଦ୍ୱିତୀୟଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅମୃତା ଟୁଇଟ୍‌ କରି ଉଭୟ ଦେବେନ୍ଦ୍ର ଏବଂ ଅଜିତ ପାଓ୍ବାରଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ଆପଣମାନେ କରି ଦେଖାଇଲେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୭୯ ଘଣ୍ଟା ପରେ ଉଭୟ ଦେବେନ୍ଦ୍ର ଫଡନ୍‌ବିସ ଏବଂ ଅଜିତ ପାଓ୍ବାର ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ଘିଅ ତୁଳନାରେ ପେଟ୍ରୋଲ-ଡିଜେଲ ହୋଇଛି ମହଙ୍ଗା, କିନ୍ତୁ ମୋଦି-ଶାହା ଲୋକଙ୍କୁ କରୁଛନ୍ତି ଭ୍ରମିତ: ପାଇଲଟ…

ଶିମଲା,୧।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ କୁଟେଲହଡ ଉନା ବିଧାନସଭା ନିର୍ବାଚନମଣ୍ଡଳୀରୁ...

ନଡ୍ଡାଙ୍କୁ ଭେଟିଲେ ଫଡନଭୀସ: ସରକାର ଗଠନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୬: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ମଙ୍ଗଳବାର ଦିଲ୍ଲୀ ଗସ୍ତ କରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ...

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ଥିରୁଭାନନ୍ତପୁରମ୍‌,୨୦।୪: ନିକଟରେ ହଜ୍‌ ଯାଉଥିବା ମହିଳା ଓ ପୁରୁଷଙ୍କ ଭିତରେ କିଏ ଅଧିକ ସଂଖ୍ୟକ ରହିଛନ୍ତି ସେନେଇ ଏକ ସରକାରୀ ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁସାରେ,...

ରାହୁଲ ଗାନ୍ଧୀଙ୍କ ଟ୍ରେନ୍‌ ଯାତ୍ରା

ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫...

ପୁଣିଥରେ ଏଏପିର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ ହେଲେ କେଜରିୱାଲ

ନୂଆଦିଲ୍ଲୀ,୧୨ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ଲଗାତାର ତୃତୀୟ ଥର...

୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୧।୩ :ପଞ୍ଜାବର ନବଗଠିତ କ୍ୟାବିନେଟର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟ...

ଅଷ୍ଟମ ପର୍ଯ୍ୟାୟ ବୈଠକ: ବାହାରିଲାନି କୌଣସି ସମାଧାନ

ନୂଆଦିଲ୍ଲୀ,୮।୧: ବିଜ୍ଞାନ ଭବନରେ ଶୁକ୍ରବାର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା। ବୈଠକରେ ନୂତନ କୃଷି ଆଇନ ଏବଂ ଏମ୍‌ଏସପିକୁ...

ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି ସରକାର, ରେଲଓ୍ବେରେ ୯୧ ହଜାର ପଦବୀ ଉଚ୍ଛେଦ ନେଇ ବର୍ଷିଲେ ରାହୁଲ…

ନୂଆଦିଲ୍ଲୀ, ୨୮।୫ : ରେଲଓ୍ବେର ୯୧ ହଜାରରୁ ଅଧିକ ପଦବୀକୁ ଉଚ୍ଛେଦ କରାଯିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।...

Advertisement
Archives

Model This Week