ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି : ‘ଖଣି ଦୁର୍ନୀତି କରିଥିବା କମ୍ପାନୀକୁ ନିଲାମରେ ସାମିଲ କରନି’

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟ ସରକାର ୩୧ଟି ଖଣିର ନିଲାମ କରିବାକୁ ଯାଉଛନ୍ତି। ଯେଉଁ କମ୍ପାନୀଗୁଡିକ ଖଣି ଦୁର୍ନୀତିରେ ସାମିଲ ଥିଲେ ସେମାନଙ୍କୁ ଖଣି ନିଲାମରୁ ବାଦ୍‌ ଦିଆଯାଉ। ଯେଉଁମାନଙ୍କର ଷ୍ଟିଲ ଓ ଲୁହା ଉତ୍ପାଦନ କାରଖାନା ଅଛି ସେମାନଙ୍କୁ ଏହି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉ। ଖଣି ଓ ଖଣିଜଭିତ୍ତିକ ଶିଳ୍ପ ସଂସ୍ଥାରେ ଥିବା ନିଯୁକ୍ତିରେ ସ୍ଥାନୀୟ ଓଡିଆ ଯୁବକମାନେ କିପରି ନିଯୁକ୍ତି ପାଇବେ ତାହା ନିଶ୍ଚିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ବିରୋଧୀ ଦଳ ନେତା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଖଣି ବିଭାଗ ନିଲାମରେ ଭାଗନେବାକୁ ଯାଉଥିବା ଖଣି କମ୍ପାନୀ ଗୁଡିକର ସ୍ଥାନୀୟ ବିକାଶ ପାଇଁ କ’ଣ କରିବେ ତାହା ଆଗୁଆ ସାଧାରଣରେ ପ୍ରକାଶ କରନ୍ତୁ। କିପରି ପ୍ରାକୃତିକ ସମ୍ବଳକୁ ଉଚିତ ବିନିଯୋଗ କରାଯାଇ ଗରିବ ଲୋକଙ୍କ ଆର୍ଥତ୍କ ପ୍ରଗତି ଅଣାଯିବ ତାହା ସରକାରଙ୍କ ପ୍ରାଥମିକତାରେ ରହିବା ଉଚିତ। କେନ୍ଦୁଝର ଜିଲାର ଲୁହାପଥରରେ ସାରା ଦେଶରେ ଷ୍ଟିଲ ନିର୍ମାଣ ହେଉଛି କିନ୍ତୁ ସେଠାରେ ୬୨ପ୍ରତିଶତ ଲୋକ ଗରିବ। ଏସିଆର ବକ୍ସାଇଟ କ୍ୟାପିଟାଲ କୁହାଯାଉଥିବା କୋରାପୁଟ ଆଦିବାସୀ ଲୋକଙ୍କ ଆର୍ଥତ୍କ ସ୍ଥିତି କେତେ ପଛରେ ତାହା ସମସ୍ତେ ଜାଣନ୍ତି। ବର୍ତ୍ତମାନ ମଧ୍ୟ କୋରାପୁଟ ଜିଲା ଦେଶର ସବୁଠାରୁ ପଛୁଆ ଜିଲା ତାଲିକାରେ ଆସୁଛି। ୭୯ପ୍ରତିଶତ ଲୋକ ବିପିଏଲ ତାଲିକାରେ ଅଛନ୍ତି। ଶିଳ୍ପାୟନର ସ୍ପପ୍ନ ଦେଖାଇ ରାଜ୍ୟର ବହୁମୁଲ୍ୟ ଖଣିଜ ସମ୍ପଦର ଦୁରୁପଯୋଗ ଓ ଲୁଟ ଚାଲିଛି। ଖଣି ଚୋରି ପ୍ରଘଟ ହେବା ପରେ ୨୦୧୪ ନିର୍ବାଚନର ଠିକ ପୂର୍ବରୁ ଲୁଣ୍ଠନକାରୀ ଖଣି ମାଲିକଙ୍କଠାରୁ ୫୯ ହଜାର କୋଟି ଟଙ୍କା ଜରିମାନା ଆଦାୟର ନୋଟିସ ରାଜ୍ୟ ସରକାର ଦେଇଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ ରାୟର ମିଛ ବାହାନା କରି ୧୭ରୁ ୧୮ ହଜାର କୋଟି ଟଙ୍କା ମଧ୍ୟରେ ଜରିମାନା ଆଦାୟ ପାଇଁ ସରକାର କାହିଁକି ନିଷ୍ପତ୍ତି ନେଲେ। ଖଣି ଦୁର୍ନୀତିରେ ସମ୍ପୃକ୍ତ ମାଲିକଙ୍କୁ ସରକାରଙ୍କ ମାଇନିଂ ରପ୍ତାନି ନୀତି ସବୁଠାରୁ ବେଶି ସୁହାଇଥିଲା। ରାଜ୍ୟର ବହୁ ବିଧାୟକ ଖଣି ଚୋରି ନେଇ ଜୁନ୍‌ ୨୦୦୭ରେ ମୁଖ୍ୟମନ୍ତ୍ରୀଙ୍କୁ ମାଇନିଙ୍ଗ ଏକ୍ସପୋର୍ଟ ବନ୍ଦ କରିବା ପାଇଁ ଏକ ଚିଠି ଲେଖିଥିଲେ। ବିଧାୟକଙ୍କ ଉଦ୍‌ବେଗର ୫ବର୍ଷ ପରେ ଅର୍ଥାତ ସବୁ ଚୋରି ହୋଇ ଖାଲିହୋଇ ଗଲା ପରେ ୨୦୧୨ରେ ମୁଖ୍ୟମନ୍ତ୍ରୀ ଖଣି ଉତ୍ତୋଳନ ବନ୍ଦ କରିବାକୁ କହିଲେ। ରାଜ୍ୟରେ କାରଖାନା ହେଲେ ଖଣିଜ ସମ୍ପଦର ଲାଭ ରାଜ୍ୟବାସୀ ପାଇପାରନ୍ତେ। କାରଖାନାଗୁଡିକରେ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା। ଆମ ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ରାଜ୍ୟରେ ଲୁହା ଓ ଷ୍ଟିଲ କାରଖାନା ବସାଇବା ଦିଗରେ ଯତ୍ନବାନ ହେବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri