ମୁଁ ମୋ ଫ୍ୟାନ୍‌ଙ୍କ ଫ୍ୟାନ୍‌

ଓଡ଼ିଆ ସିନେ ଓ ଟିଭି ଇଣ୍ଡଷ୍ଟ୍ରୀର ସେ ଜଣେ ଗ୍ଲାମର୍ସ ନାୟିକା। ଏହାବାଦ ଭୋଜପୁରୀ ଚଳଚ୍ଚିତ୍ରରେ
ବି ସେ ଦେଖାଇଛନ୍ତି ନିଜ କମାଲ। କଣ୍ଠ ତାଙ୍କର
ବେଶ୍‌ ମଧୁର। ସେ ହେଉଛନ୍ତି ଦୀପିକା ତ୍ରିପାଠୀ ରଥ।
ଏଥର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣିବା ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସମ୍ପର୍କରେ କିଛି…

ସ୍ବପ୍ନ ଥିଲା ଗାୟିକା ହେବି: ମୋ ଘର ଭଦ୍ରକ, ସାବରଙ୍ଗରେ। ସେଇଠି ହିଁ ହେଇଛି ମୋ ସ୍କୁଲ ପଢା। ତେବେ କଲେଜ ପଢା ଭୁବନେଶ୍ୱରର ସଙ୍ଗୀତ ମହା ବିଦ୍ୟାଳୟରେ ହେଇଛି। ପିଲାଦିନେ ମୁଁ ବହୁତ ଶାନ୍ତ ଥିଲି। ବଦମାସୀ ତ ଜମାରୁ ନ ଥିଲା। ଆଉ ବହୁତ ଲାଜ କରୁଥିଲି। କ୍ୟାମେରା ସାମ୍‌ନାରେ ଠିଆ ହେଇପାରୁ ନ ଥିଲି। ତେଣୁ କେବେ ଭାବି ନ ଥିଲି ଅଭିନୟ ଜଗତକୁ ଆସିବି ବୋଲି। ତେବେ ଗୀତ ଗାଇବାକୁ ମତେ ବହୁତ ଭଲ ଲାଗୁଥିଲା। ଆଉ ଗାୟିକା ହେବାର ସ୍ବପ୍ନ ବି ଦେଖୁଥିଲି। ତେଣୁ ବାପା ମତେ ସଙ୍ଗୀତ ମହାବିଦ୍ୟାଳୟରେ ଆଡମିସନ୍‌ କରାଇଥିଲେ।
ଅଭିନୟରେ ଥାପିଲି ପାଦ : ପଢା ସରୁ ସରୁ ମତେ ଏକ ମିଡିଆ ଇଭେଣ୍ଟ କରିବା ପାଇଁ ଅଫର୍‌ ଆସିଥିଲା। ଆଉ ସେଇଠୁ ହିଁ ମୁଁ ମିଡିଆ ପ୍ରଫେସନ୍‌ରେ ଏଣ୍ଟ୍ରି କଲି। ପରେ ମୁଁ କିଛିଦିନ ଶତାବ୍ଦୀ କଳାକାରରେ ତାଲିମ ନେଇଥିଲି। ଏହାପରେ ହଠାତ୍‌ ଇଟିଭିର ‘ଫୋର୍ସ ଗୁରୁଡା’ ନାମକ ସିରିୟଲ ପାଇଁ ଅଡିସନ୍‌ ଦେବାକୁ ଫୋନ୍‌ ଆସିଥିଲା। ସେଥିରେ ସିଲେକ୍ଟ ହେଇ ଫୋର୍ସ ଗରୁଡାରେ ଅଭିନୟ କଲି। ଏତିକିବେଳେ ସାର୍ଥକ ଚ୍ୟାନେଲ ତରଫରୁ ବି ଏକ କଲ୍‌ ଆସିଲା ‘ଆଖିରେ ଆଖିରେ’ ଫିଲ୍ମରେ ଅଭିନୟ କରିବା ପାଇଁ। ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର ଓ ବାବୁସାନ ଅଭିନୟ କରୁଥିଲେ। ବହୁତ ଖୁସି ହେଇଯାଇଥିଲି ଏତେ ବଡ଼ ବଡ଼ କଳାକାରଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିବାରୁ। ସେ ଫିଲ୍ମ ପରେ ‘ଗୋଲାପୀ ଗୋଲାପୀ’ ଫିଲ୍ମରେ ଅଭିନୟ କଲି। ଏହାପରେ ତେଲୁଗୁ ଓ ଓଡ଼ିଆ ଭାଷାରେ ହୋଇଥିବା ଚଳଚ୍ଚିତ୍ର ‘୨୦୧୪ ଫିୟର ଅଫ୍‌ ଦ ଇୟର’ରେ କାମ କଲି। ପରେ ‘ଏଇ ବି ଗୋଟେ ଲଭ୍‌ ଷ୍ଟୋରୀ’, ‘ଗପ ହେଲେ ବି ସତ’ ଏବଂ ଭୋଜପୁରୀ ଫିଲ୍ମ ‘ଦବଙ୍ଗ ସରକାର’ରେ ବି କାମ କରିବାର ସୁଯୋଗ ପାଇଲି। ଏହାବାଦ୍‌ ଫୋନ୍‌ରେ ଶୁଟ୍‌ ହୋଇଥିବା ପ୍ରଥମ ଫିଲ୍ମ ‘ମୁଁ, ତୁମେ ଓ ଲକ୍‌ଡାଉନ୍‌’ରେ ବି ମୁଁ କାମ କରିଛି। ଏମିତି ୧୦-୧୧ଟି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ମୁଁ ଟେଲି ଦୁନିଆକୁ ଚାଲିଆସିଲି। ‘ସରଗମ୍‌’, ‘ସୁଭଦ୍ରା’, ‘ମୁଁ ବି ବିଜୟିନୀ’ ଆଦି ସିରିୟଲ୍‌ରେ କାମ କଲି।
ପ୍ରଥମ କ୍ୟାମେରାକୁ ଫେସ୍‌ କଲାବେଳେ: ଯେବେ ପ୍ରଥମେ କ୍ୟାମେରା ଫେସ୍‌ କରିଥିଲି ବହୁତ ଡରିଯାଇଥିଲି। ମୋ ପାଇଁ ବହୁତଥର ଟେକ୍‌ ନିଆହେଇଥିଲା। ତେଣୁ ବଡ଼ ଆର୍ଟିଷ୍ଟମାନେ ବିରକ୍ତ ହୋଇ କହିଥିଲେ କୋଉଠୁ ଆଣିଛନ୍ତି ଏ ଝିଅକୁ। ମୁଁ ଫ୍ରେଶର୍‌ ଥିଲି। କିଛି ଜାଣି ନ ଥିଲି। ତେଣୁ ଅନେକ କିଛି ଶୁଣିବାକୁ ପଡିଥିଲା। ତଥାପି ପଛକୁ ଫେରିବା କଥା କେବେ ବି ଭାବି ନ ଥିଲି।
ମ୍ୟୁଜିକ ଭିଡିଓରେ ଗାଇଥିଲି: ଅଭିନୟ ଜଗତରେ ମୁଁ ଏତେ ବ୍ୟସ୍ତ ହେଇଗଲି ଯେ, ମୋ ଭିତରର ଗାୟିକାଟି କେଉଁଠି ଲୁଚି ଯାଇଥିଲା। ହେଲେ ପରେ ସିଦ୍ଧାର୍ଥ ଶୁକ୍ଲା, ଯେକି ଏବେ ଆଉ ନାହାନ୍ତି ତାଙ୍କ ସହ ମ୍ୟୁଜିକ ଭିଡିଓ ‘ଜିନା ଜରୁରୀ ହେ’ରେ କଣ୍ଠଦାନ କରିବା ସହ ଅଭିନୟ କରିବାର ସୌଭାଗ୍ୟ ପାଇଥିଲି।
ଆକ୍ଟର ନ ହେଇଥିଲେ: ମୁଁ ଆକ୍ଟର ନ ହେଇଥିଲେ ଆଉ କିଛି ହେଇପାରି ନ ଥାଆନ୍ତି। ଗୀତ ଶିଖିଥିଲେ ବି ମତେ ଲାଗେ ମୁଁ ସେତେ ଭଲ ଗାୟିକା ହେଇପାରି ନ ଥାଆନ୍ତି। ମୋ ଭିତରେ ଅଭିନୟର ଦକ୍ଷତା ଥିଲା, ଯାହାକୁ ମୁଁ ବହୁ ବର୍ଷ ପର୍ଯ୍ୟନ୍ତ ଜାଣିପାରି ନ ଥିଲି। ୬-୭ଟି ଫିଲ୍ମ କଲାପରେ ବି ମୋ ଭିତରର ଅଭିନୟ ଦକ୍ଷତା ମାର୍ଜିତ ହୋଇପାରି ନ ଥିଲା। ତେବେ ‘ସରଗମ୍‌’ ସିରିଏଲ୍‌ ପାଇଁ ଅଡ଼ିସନ୍‌ ଦେବାବେଳେ ଦ୍ୱାଇପାୟନ ମଜୁମଦାର, ଯାହାଙ୍କୁ ମୁଁ ମୋ ଗୁରୁ ବୋଲି ମାନେ ସେ ହିଁ ମୋ ଭିତରର ପ୍ରକୃତ କଳାକାରକୁ ଚିହ୍ନିଥିଲେ। ସେ ମତେ କହିଥିଲେ- ତୋ ଭିତରେ ଅଭିନୟ ଅଛି। ହେଲେ ତାକୁ ସଜାଡିବା ଲାଗି ତତେ ବହୁତ ପରିଶ୍ରମ କରିବାକୁ ହେବ। ଆଗରୁ ତୁ କାମ କରିଛୁ ସତ। ହେଲେ ତତେ ଏବେବି ବହୁତ କିଛି ଶିଖିବାର ଅଛି। ସେ ମୋ ଅଡିସନ୍‌ କ୍ଲିପ୍‌ ଦେଖେଇ ବୁଝେଇଥିଲେ ମୋ ବଡ଼ି ଲାଙ୍ଗୁଏଜ୍‌ ଠିକ୍‌ ନ ଥିଲା କି କ୍ୟାରେକ୍ଟର ଭିତରେ ମୁଁ ପଶି ନ ଥିଲି। ଏହାପରେ ହିଁ ଜାଣିପାରିଲି ମୁଁ ଆଗରୁ ଯେତିକି ବି କାମ କରିଛି ତାହା ପରଫେକ୍ଟ ନ ଥିଲା। ଏହାପରେ ମୁଁ ନିଜ ଅଭିନୟ ଦକ୍ଷତାକୁ ବଢାଇବା ପାଇଁ ବହୁତ ଚେଷ୍ଟା କଲି।
ସ୍ବାମୀ ବହୁତ ସପୋର୍ଟିଭ: ମୋ ସ୍ବାମୀ ବହୁତ ସପୋର୍ଟିଭ। ସେ ଚାହାନ୍ତି ମୋର ଯାହା ଇଛା ତାହା କରେ। ହେଲେ ବିନା କାମରେ କେବେ ବସିକି ନ ରହେ।
ସିକ୍ରେଟ୍‌: ମତେ ମୋ ନିଜ ଭିତରେ ରହିବାକୁ ବେଶୀ ଭଲ ଲାଗେ। ଲୋକଙ୍କ ସହ ବେଶି ମିଶିପାରେନା। ମୋବାଇଲ୍‌ ସହ ମୁଁ ଏକଲା ଘଣ୍ଟା ଘଣ୍ଟା ରହିଯିବି। ମୁଁ ଆଧ୍ୟାତ୍ମିକ ବି। ଭଗବାନ ଶିବଙ୍କ ଭକ୍ତ। ତାଙ୍କୁ ହିଁ ମୋ ମନ କଥା ଜଣାଏ।
ଖାଇବା ପସନ୍ଦ: ମୁଁ ସବୁ ଖାଏ। ତେବେ ନନ୍‌ଭେଜ୍‌ ମତେ ଟିକେ ବେଶି ପସନ୍ଦ।
ପିନ୍ଧିବା ପସନ୍ଦ: ଭାରତୀୟ ପୋଷାକ ମୋତେ ଭଲ ଲାଗେ।
ଫ୍ୟାନ୍‌: ମୁଁ ମୋ ଫ୍ୟାନ୍‌ ମାନଙ୍କ ଫ୍ୟାନ୍‌। କାରଣ ସେମାନଙ୍କ ଅନକଣ୍ଡିସନାଲ ଭଲ ପାଇବା ପାଇଁ ହିଁ ଆମେ ଆଗକୁ ବଢୁ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri