Posted inଫୁରସତ

ମୁଁ ଅଛି ଓ ମୁଁ ବଞ୍ଚିବି

କ୍ୟାନ୍‌ସର ବା କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ତଥା ଏହାର ନିରାକରଣ, ନିରୂପଣ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ୪ ଫେବୃୟାରୀରେ ଜାତିସଂଘ ଦ୍ୱାରା ପାଳନ କରାଯାଉଛି ବିଶ୍ୱ କର୍କଟ/କ୍ୟାନ୍‌ସର ଦିବସ। ବ୍ୟକ୍ତିଗତ, ସରକାରୀ ତଥା ଆନ୍ତର୍ଜାତିକ ସ୍ତରରେ ଥିବା କ୍ୟାନ୍‌ସର ସଂଗଠନଗୁଡିକ ଏହି ଦିବସ ପାଳନ କରିଥାନ୍ତି। ୬୦ ଟି ଦେଶରେ ସରକାରୀ ଭାବେ ଏହା ପାଳନ କରାଯାଉଛି। ନୂଆ ସହସ୍ରାବ୍ଦ ପାଇଁ କ୍ୟାନ୍‌ସର ବିରୋଧରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ କ୍ୟାନ୍‌ସର ସମ୍ମିଳନୀରେ ୪ ଫେବୃୟାରୀ ୨୦୦୦ରେ ଏହି ଦିବସ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା। କ୍ୟାନ୍‌ସର ଗବେଷଣାକୁ ପ୍ରୋତ୍ସାହନ, ଏହାର ନିରାକରଣ ଓ ପୀଡ଼ିତଙ୍କ ସେବାର ଉନ୍ନତି ପ୍ୟାରିସ ଘୋଷଣାପତ୍ରର ମୁଖ୍ୟ ବିଷୟ ରହିଥିଲା। ସମ୍ମିଳନୀରେ ଉପସ୍ଥିତ ସେତେବେଳର ୟୁନେସ୍କୋର ମହାନିର୍ଦ୍ଦେଶକ କୋଇଚିରୋ ମାତ୍‌ସୁରା ଓ ଫ୍ରାନ୍ସର ରାଷ୍ଟ୍ରପତି ଜ୍ୟାକ୍‌ ସିିରାକ ଏଥିରେ ସ୍ବାକ୍ଷର କରିଥିଲେ। ଏହାପରେ ୨୦୦୮ରେ ବିଶ୍ୱ କ୍ୟାନ୍‌ସର ଘୋଷଣାପତ୍ରର ସ୍ଥିରୀକୃତ ଲକ୍ଷ୍ୟକୁ ସମର୍ଥନ ଜଣାଇ ତାହା ହାସଲ କରିବା ପାଇଁ ୟୁନିୟନ୍‌ ଫର୍‌ ଇଣ୍ଟରନ୍ୟାଶ୍‌ନାଲ କ୍ୟାନ୍‌ସର କଣ୍ଟ୍ରୋଲ(ୟୁଆଇସିସି)ବା ଆନ୍ତର୍ଜାତିକ କ୍ୟାନ୍‌ସର ନିୟନ୍ତ୍ରଣ ସଂଘ ନେତୃତ୍ୱରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱରେ କ୍ୟାନ୍‌ସରକୁ ଆୟତ୍ତ କରି ମୃତ୍ୟୁସଂଖ୍ୟା ହ୍ରାସ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ରୋଗରୁ ଆରୋଗ୍ୟଲାଭ କରିବାଯୋଗ୍ୟ ବ୍ୟକ୍ତିମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଏକାଠିହେବା ପାଇଁ ଏହା ଏକ ସୁଯୋଗ ଆଣିଥାଏ। ଉକ୍ତ ଦିବସରେ କ୍ୟାନ୍‌ସର ପୀଡିତଙ୍କୁ ସମର୍ଥନ ଜଣାଇବା ଲାଗି ଶହ ଶହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିମଧ୍ୟରୁ ‘ହାସ୍‌ଟାକ ନୋ ହେୟାର ସେଲଫି’ ଅଭିଯାନରେ ଅନେକେ ଭାଗ ନେଇ ଲଣ୍ଡା ହୋଇ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚିକିତ୍ସାଧୀନ କ୍ୟାନ୍‌ସର ପୀଡିତଙ୍କ ମନୋବଳ ବୃଦ୍ଧି କରିଥାନ୍ତି। ୨୦୧୦-୨୦୧୧ରେ ‘କ୍ୟାନସର ଭଲ ହୋଇପାରିବ’ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଇଥିଲା ଓ ସେବେଠାରୁ ପ୍ରତିବର୍ଷ ଭିନ୍ନ ଭିନ୍ନ ସ୍ଲୋଗାନ୍‌ ସହ ପାଳନ କରାଯାଉଛି। କିନ୍ତୁ ୨୦୧୬ରେ କ୍ୟାନ୍‌ସର ଦିବସ ତିନି ବର୍ଷ ଲାଗି ଏକ ନିଦ୍ଦିଷ୍ଟ ସ୍ଲୋଗାନ୍‌ ‘ ଆମେ ପାରିବୁ, ମୁଁ ବି ପାରିବି’କୁ ନେଇ ପାଳନ କରିବା ଆରମ୍ଭ କରାଯାଇଥିଲା। ଏହାପରେ ୨୦୧୯ରୁ୨୦୨୧ ଯାଏ କ୍ୟାନ୍‌ସର ବିରୋଧ ଲଢେଇରେ ପୀଡିତଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଲାଗି ଏହି ଦିବସର ସ୍ଲୋଗାନ୍‌ ରଖାଯାଇଛି ‘ମୁଁ ଅଛି ଓ ମୁଁ ବଞ୍ଚତ୍ବି’।
ବିଶ୍ୱ କ୍ୟାନସର ଦିବସ ଅବସରେ ୧୦୦ଟିରୁ ଊର୍ଦ୍ଧ୍ୱ ଦେଶରେ ୯୦୦ରୁ ଅଧିକ କାର୍ଯ୍ୟକ୍ରମ ଆଯୋଜନ କରାଯାଉଛି। ଏବେ ବିଭିନ୍ନ ସହରରେ ମୁଖ୍ୟସ୍ଥାନଗୁଡ଼ିକୁ ନୀଳ ଓ କମଳା ରଙ୍ଗରେ ସଜ୍ଜାଯାଉଛି। ୨୦୧୯ରେ ୩୭ଟି ସହରରେ ୫୫ଟି ସ୍ଥାନକୁ ସଜ୍ଜାଯାଇଥିଲା। ସାମ୍ପ୍ରତିକ ସମୟରେ ବିଶ୍ୱରେ ପ୍ରତିବର୍ଷ କ୍ୟାନ୍‌ସରରେ ୭୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏମାନଙ୍କ ମଧ୍ୟରେ ୩୦-୬୦ ବୟସ ମଧ୍ୟରେ ରହିଛନ୍ତି ୪୦ ଲକ୍ଷ। ଇଣ୍ଡିଆ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ନ୍ୟାଶନାଲ କ୍ୟାନ୍‌ସର ରେଜିଷ୍ଟ୍ରି ପ୍ରୋଗ୍ରାମ ଅନୁସାରେ ଭାରତରେ ପ୍ରତିଦିନ ଏହି ରୋଗରେ ୧୩୦୦ରୁ ଊର୍ଦ୍ଧ୍ୱ ଲେକଙ୍କ ମୃତ୍ୟୁ ଘଟୁଛି । ୨୦୧୨ରୁ ୨୦୧୪ ମଧ୍ୟରେ କ୍ୟାନସର ଜନିତ ମୃତ୍ୟୁହାର ୬ ପ୍ରତିଶତ ବୃଦ୍ଧି ପାଇଥିଲା ଓ ଏହା ବୃଦ୍ଧିପାଇଚାଲିଛି। ଏଣୁ ଏହି ରୋଗ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏଥିରୁ ରକ୍ଷା ପାଇବାର ଯୋଜନା ପ୍ରସ୍ତୁତ କରିବାର ସମୟ ଉପନୀତ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ୨୦୨୫ ସୁଦ୍ଧା ପ୍ରାଥମିକ ସ୍ତରରେ ଘଟୁଥିବା ମୃତ୍ୟୁ ୨୫ ପ୍ରତିଶତ କମାଇବା ପାଇଁ ଲକ୍ଷ୍ୟ ରଖିତ୍ଛି। ଏହା ପୂରଣ ହୋଇପାରିଲେ ପ୍ରତିବର୍ଷ ୧୫ ଲକ୍ଷ ପୀଡ଼ିତଙ୍କ ଜୀବନ ବଞ୍ଚାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri