Posted inରାଜ୍ୟ

ମା’ ଉଗ୍ରତାରା ପୀଠରେ ରଜଯାତ୍ରାମହାଲକ୍ଷ୍ମୀ ବୁଡ଼ରେ ହୁଏ ମାଛ ଭୋଗ

ନିରାକାରପୁର/ଟାଙ୍ଗୀ(ଖୋର୍ଦ୍ଧା),୧୮ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝରସ୍ଥିତ ହାତିଆଶୁଣୀ ପାହାଡ଼ ପାଦଦେଶରେ ପ୍ରତିଷ୍ଠିତ ହୋଇଛନ୍ତି ମା’ ଉଗ୍ରତାରା ଶାକ୍ତ, ତାନ୍ତ୍ରିକ ପୀଠ ା ସୂର୍ଯ୍ୟବଂଶୀ ଗଜପତି ରାଜାଙ୍କ ରାଜତ୍ୱ ସମୟରେ ଏକ ନିଆରା ପରମ୍ପରା ବହନ କରି ୨ଟି ଶାକ୍ତ ତାନ୍ତ୍ରିକ ପୀଠ ଗଢ଼ି ଉଠିଥିଲା ା ଏଥିରୁ ଗୋଟିଏ ପୁରୀରେ ଶ୍ୟମାକାଳୀ ପୀଠ ଓ ଅନ୍ୟଟି ଉଗ୍ରତାରା ପୀଠ। ଚାରିଭୁଜା ମା’ ଉଗ୍ରତାରା ପ୍ରଭୁ ଦେବଦେବ ଶିବଙ୍କ ଉପରେ ଆସୀନ ା ମା’ ଉଗ୍ରତାରାଙ୍କ ମହିମା ଏତେ ବିଖ୍ୟାତ ଯେ ସାଧବ ପୁଅମାନେ ନୌବାଣିଜ୍ୟ ଯାତ୍ରା ପୂର୍ବରୁ ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ ବୋଲି ଐତିହାସିକ ତଥା ଗବେଷକ ଡ.ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ା ମା’ ଉଗ୍ରତାରା ମନ୍ଦିର ପରିଚାଳନା କମିଟି, ଜିଲା ପ୍ରଶାସନ ଓ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ବିଗତ ୩ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । କବିରାଜ କର ପାଇକଆଖଡା, ଦୟାଲ ଡ୍ୟାନ୍ସଗ୍ରୁଫ୍‌ର ସମ୍ବଲପୁରୀ ନୃତ୍ୟ, ପଲ୍ଲବୀ ଡ୍ୟାନ୍ସଗ୍ରୁଫ୍‌ର ଲୋକନୃତ୍ୟ ଦର୍ଶକଙ୍କୁ ମୁଗ୍‌ଧ କରିଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲାପାଳ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ଟାଙ୍ଗୀ ବ୍ଲକ୍‌ ଅଧ୍ୟକ୍ଷ ବିଜୟ କୁମାର ଜେନା, ଜିଲା ପରିଷଦ ସଭ୍ୟ ସ୍ବଦେଶ ରାଉତରାୟ, ସଭ୍ୟା ରୀସ୍ମା ମାନଧାତା, ଗୀତାଞ୍ଜଳି ପାଟ୍ଟଶାଣୀ, ଟାଙ୍ଗୀ ତହସିଲଦାର ସୁନାଶିର କିଷାନ ଓ ଟାଙ୍ଗୀ ବିଡିଓ ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ରଜ ସମୟରେ ମା’ଙ୍କ ନିକଟରେ ମଙ୍ଗଳ ଆଳତି ସହ ସ୍ବତନ୍ତ୍ର ଭୋଗ, ବାଳଭୋଗ, ଚୁଡାଘଷା, ଖଇଭୋଗ ଓ ଭକ୍ତମାନେ ଆଣିଥିବା ଭୋଗ ଅର୍ପଣ କରାଯାଇଥିଲା ା ୧ମ ପହିଲି ରଜ, ୨ୟ ରଜ ସଂକ୍ରାନ୍ତି ଓ ୩ୟ ଦିବସରେ ଭୂମି ଦହନ ଆଦି ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ୪ର୍ଥ ଦିନ ବା ମହାଲକ୍ଷ୍ମୀ ବୁଡ଼ରେ ମା’ଙ୍କୁ ହଳଦୀ, ମହୁ, ଚନ୍ଦନ ପଇଡ଼ପାଣି ଦ୍ୱାରା ବସୁମତୀ ସ୍ନାନ ସମ୍ପନ୍ନ କରାଯାଇଥିଲା। ବାଳଭୋଗ ପରେ ଭକ୍ତମାନେ ଆଣିଥିବା ଭୋଗକୁ ଲାଗି କରାଯାଇଥିଲା। ବିଶେଷ ଭାବେ ମଧ୍ୟାହ୍ନରେ ମାଛ, ଭାତ, ଡାଲି, ଖଟା ଆଦି ଅନ୍ନଭୋଗ ଭାବେ ମା’ଙ୍କୁ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ଆଳତି ପରେ ମା’ ଉଗ୍ରତାରା ବିଶ୍ରାମ ନେଇଥିଲେ ା ପୀଠର ବିଭିନ୍ନ ପୂଜାର୍ଚ୍ଚନା ଓ ନୀତିକାନ୍ତି ବିଷୟରେ ମନ୍ଦିରର ପୂଜକ ଦେବୀ ପ୍ରସାଦ ସାମନ୍ତରାୟ ସୂଚନା ପ୍ରଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri