ମା’ ଆଇଏଏସ୍‌, ବାପା ବିଚାରପତି: ହେଲେ ବିଧାୟିକା ହେବାକୁ ଲଣ୍ଡନରେ କରିଥିବା ଚାକିରି ଛାଡ଼ିଲେ ନୌକ୍ଷମ

ମା’ ଜଣେ ଆଇଏଏସ୍‌ ଅଫିସର। ବାପା ବିଚାରପତି। ହେଲେ ଲଣ୍ଡନରେ କରିଥିବା ଚାକିରିକୁ ଛାଡ଼ି ବିଧାୟିକା ହେବାକୁ ମନ ବଳାଇଛନ୍ତି ଝିଅ। ଏପରି ଏକ ଘଟଣା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ହରିଆଣାରେ ହେବାକୁ ଥିବା ବିଧାନସଭାରେ ପୁନ୍ହାନା ବିଧାନସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ନୌକ୍ଷମ ଚୌଧୁରୀ। ନୌକ୍ଷମଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯଦି ଦେଖାଯାଏ, ତେବେ ସେ ତିନୋଟି ବିଷୟରେ ଏମ୍‌ଏ କରିଛନ୍ତି। ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦୁଇଟି ବିଷୟରେ ଏମ୍‌ଏ କରିବା ପରେ ସେ ଲଣ୍ଡନ ଚାଲିଯାଇଥିଲେ। ସେଠାରେ ପଢ଼ୁଥିବା ସମୟରେ ତାଙ୍କୁ ଏକ କମ୍ପାନୀରେ କାମ କରିବାକୁ ସୁଯୋଗ ମିଳିଥିଲା। ହେଲେ ଏବେ ସେ ସବୁକିଛି ଛାଡ଼ି ବିଧାୟିକା ହେବାକୁ ନିଷ୍ପତ୍ତି ନେଇଛନ୍ତିି। ତାଙ୍କୁ ଭାଜପା ପକ୍ଷରୁ ଟିକେଟ ମଧ୍ୟ ମିଳି ସାରିଛି।

ତେବେ ରାଜନୀତିରେ ନୂଆ ନୁହନ୍ତି ନୌକ୍ଷମ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ଛାତ୍ର ରାଜନୀତିରେ ସାମିଲ ଥିଲେ। ସେଠାରୁ ପଢ଼ା ଶେଷ କରିବା ପରେ ସେ ଲଣ୍ଡନ ଚାଲିଯାଇଥିଲେ। ତିନି ବର୍ଷ ଧରି କାମ କରିବା ପରେ ତାଙ୍କୁ ସ୍ବଦେଶକୁ ଫେରିବାକୁ ଇଚ୍ଛା ହୋଇଥିଲା। ସେ ନିଜର ଘର, ପରିବାର ତଥା ରାଜ୍ୟବାସୀଙ୍କପାଇଁ କିଛି କରିବାକୁ ଚାହୁଁଥିଲେ। ଏଣୁ ସେ ଶେଷରେ ଭାରତ ଫେରିଥିବା କୁହାଯାଉଛି। ଏବେ ତାଙ୍କୁ ମାତ୍ର ୨୬ ବର୍ଷ। ଏକ ମାସ ପୂର୍ବେ ସେ ଭାଜପାରେ ଯୋଗ ଦେଇଥିବା ବେଳେ ଏବେ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ

ଶାହଜାହାନପୁର(ଉତ୍ତରପ୍ରଦେଶ),୧।୫ : ଜଣେ ୩୦ ବର୍ଷୀୟା ମହିଳାଙ୍କୁ ୫ ଜଣ ବ୍ୟକ୍ତି ଗଣବଳାତ୍କାର କରିବା ସହ ଅପରାଧର ଭିଡିଓ ଶୁଟ୍‌ କରି ଭାଇରାଲ କରି ଦେଇଛନ୍ତି।...

ବିକାଶ ପାଇଁ ନୂତନ ରାସ୍ତା ପ୍ରସ୍ତୁତ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୧୯।୧୨: ଦେଶର ସାମୁହିକ ବିକାଶ ପାଇଁ ଭାରତ ଯୋଜନାବଦ୍ଧ ଭାବେ ଉଦ୍ୟମ ଅବ୍ୟାହତ ରଖିଛି। ବିକାଶ ଧାରା ଜାରି ରଖିବା ଲାଗି ଭାରତ ନୂତନ ରାସ୍ତା...

୯୫ ବର୍ଷରେ ଗ୍ରାଜୁଏସନ ପାସ କଲେ ଭାଇଭଉଣୀ

କୁହାଯାଏ, ଇଚ୍ଛା ଥିଲେ ମଣିଷ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ଏଥିରେ ବୟସ କେବେ ବି ବାଧକ ସାଜେ ନାହିଁ। ଏମିତି ପ୍ରମାଣ କରି ଦେଇଛନ୍ତି ଆମେରିକାର ଡେନଭରରେ...

ଚକୋଲେଟ୍‌ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…

ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ, ୨୪ ଘଣ୍ଟାରେ ୪୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ମୋଦିଙ୍କ ସାତମନ୍ତ୍ରର ସପ୍ତପଦୀ: ଉଷୁମ ପାଣି-ହର୍ବାଲ ଚା କାଢ଼ା ପିଇବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।...

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା...

ଆସନ୍ତାକାଲି ହିଜାବ ବିବାଦ ଶୁଣାଣି

ବେଙ୍ଗାଲୁରୁ,୧୭ା୨: ହିଜାବ ବିବାଦ ଉପରେ ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଆବେଦନ ଉପରେ...

Advertisement
Archives

Model This Week