ମାସ୍କ ପିନ୍ଧି ଫଟୋ ଶେୟାର କଲେ ପ୍ରିୟଙ୍କା: ୟୁଜର୍ସ କହିଲେ ଶାଶୁ ଘରକୁ ପଳାଅ

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ନେଟଫ୍ଲିକ୍ସ ପ୍ରୋଜେକ୍ଟର ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେଠାରେ ପ୍ରଦୂଷଣର ମାତ୍ରାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଏହି ନାୟିକା। ଏହାକୁ ନେଇ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ତାଙ୍କ ଅନୁଭୁତି ଶେୟାର କରିବା ପରେ ପରେ ଟ୍ରୋଲ ହୋଇଛନ୍ତି। ଅବଶ୍ୟ କେବଳ ପ୍ରିୟଙ୍କା ନୁହେଁ ଅନ୍ୟକେତେଜଣ ସେଲିବ୍ରିଟି ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହେଲେ ଏବେ ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା। କାରଣ ପ୍ରିୟଙ୍କା ମାସ୍କ ପିନ୍ଧିବା ସହ ଚଷମା ଲଗାଇ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଏହି ସହରରେ ଶୁଟିଂ କରିବା ଏବେ କଷ୍ଟକର ବ୍ୟାପାର ହୋଇଯାଇଛି। ହେଲେ ଲୋକମାନେ ଏଠାରେ କେମିତି ରହୁଛନ୍ତି ତାହା ମୁଁ ଚିନ୍ତା କରିପାରୁ ନାହିଁ। ଧନ୍ୟବାଦ କି ଆମମାନଙ୍କ ପାଖରେ ଏୟାର ପ୍ୟୁରିଫାୟାର ଓ ମାସ୍କ ଭଳି ସୁବିଧା ରହିଛି। ହେଲେ ଯେଉଁମାନଙ୍କ ପାଖରେ ଏହି ସବୁଧା ନାହିଁ ବା ଯେଉଁମାନଙ୍କର ଘର ନାହିଁ ସେମାନେ ସତର୍କ ରୁହନ୍ତୁ ବୋଲି ସେ ଲେଖିଛନ୍ତି। ଏହାପରେ ତାଙ୍କୁ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି। କେତେଜଣ ୟୁଜର୍ସ ପ୍ରିୟଙ୍କାଙ୍କ ସ୍ମୋକିଂ ହାବିଟ୍‌କୁ ନେଇ ଲେଖିଛନ୍ତି, ଦୟାକରି ସ୍ମୋକିଂ ବନ୍ଦ କରନ୍ତୁ। କାରଣ ସ୍ବାମୀ ନିକ୍‌ଙ୍କ ସହ ଆପଣ ସିଗାରେଟ୍‌ ପିଉଥିବା ଆମେ ଅନେକ ଥର ଫଟୋରେ ଦେଖିଛୁ। ଆସ୍ଥମା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଅନ୍ୟଜଣେ ଲେଖିଛନ୍ତି ସିଗାର ଓ ସିଗାରେଟର ସ୍ବାଦ ତ ବହୁତ ଭଲ। ଅନ୍ୟଜଣେ ପ୍ରିୟଙ୍କାଙ୍କୁ ଟ୍ରୋଲ କରି ଲେଖିଛନ୍ତି, ଆପଣ ଆପଣଙ୍କ ଶାଶୁ ଘରକୁ ପଳାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେନି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୬।୪: କଂଗ୍ରେସରେ ଯୋଗ ଦେବାକୁ ମନା କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯଓ୍ବୋଲା ମଙ୍ଗଳବାର ଟୁଇଟ୍‌ କରି...

ପ୍ରିୟଙ୍କାଙ୍କୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ର ଏକ ଦୃଶ୍ୟ ପାଇଁ ଏକ...

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀରରେ ସୋମବାର ଦିନ ପ୍ରାୟ ୧୨ଟା ୧୦ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦। ଏହା କଶ୍ମୀର-ହୀମାଚଳ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ମାୟାନଗରୀର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଡ୍ୟାନ୍ସ ଓ ଏକ୍ସପ୍ରେଶନକୁ ନେଇ ନିଜ ପାଇଁ ବଲିଉଡ୍‌ରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ‘ତେଜାବ’...

ହୋମ୍‌ ଆଇସୋଲେଶନ୍‌ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ୍‌…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଅକ୍ସିଜେନ୍‌ ଅଭାବ ନେଇ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା...

ଅର୍ଜୁନଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ମଲାଇକା, ଅଳ୍ପ ଦିନରେ କରିବେ କି ବିବାହ

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ପ୍ରାୟ ୫ବର୍ଷ ଏହି ସମ୍ପର୍କକୁ ନେଇ ଉଭୟ...

ଭିକ୍କି କୌଶଲ- ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ,୨୩।୧୨: ଆୟୋଜିତ ହୋଇଯାଇଛି ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି...

ଗୁଜରାଟ କଂଗ୍ରେସ ନେତାଙ୍କୁ ଉପଦେଶ: ‘ମୋଦି ବନାମ କଂଗ୍ରେସ’ ନ ହେଉ ନିର୍ବାଚନ

ନୂଆଦିଲ୍ଲୀ,୫ ।୭: ଗତ ନିର୍ବାଚନରେ ପରାଜୟ ସ୍ୱୀକାର କରିଥିବା କଂଗ୍ରେସର ଶୀର୍ଷ ନେତୃତ୍ୱ ଦଳର ଗୁଜରାଟ ୟୁନିଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣିଠାରୁ...

Advertisement
Archives

Model This Week