ମାସ୍କ ନ ପିନ୍ଧିବାରୁ ଜରିମାନା: ୩୮ ଜଣଙ୍କଠାରୁ ୮,୫୦୦ ଟଙ୍କା ଆଦାୟ

ରାଇକିଆ,୨୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି। ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ରାଇକିଆରେ କିଛି ଅମାନିଆ ଘରୁ ବାହାରୁଥିବା ବେଳେ ମାସ୍କ ନ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଏ ନେଇ ସୋମବାର ତହସିଲଦାର ସାରଦାକାନ୍ତି ଦଳାଇ ନିଜେ ବୁଲି ଲୋକଙ୍କୁ ସଚେତନ କରାଇଥିଲେ । ମାସ୍କ ନ ପିନ୍ଧି ଘରୁ ବାହାରକୁ ବାହାରିଥିବା ୩୮ ଜଣଙ୍କ ଠାରୁ ୮,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତହସିଲ କାର୍ଯ୍ୟାଳୟ ତରଫରୁ ଆର୍‌ଆଇ ଦୀପା ରଞ୍ଜିତା ପ୍ରଧାନ, ସୁଦର୍ଶନ ସାହୁ, ସିନିୟର ଆସିଷ୍ଟାଣ୍ଟ ପରମାନନ୍ଦ ମଲ୍ଲିକ, ଭାବଚନ୍ଦ୍ର ପ୍ରଧାନ ପ୍ରମୁଖ ଜରିମାନା ଆଦାୟ କରିବା ସହ ବିଭିନ୍ନ ଦୋକାନରେ ସାମାଜିକ ଦୂରତା କିପରି ରକ୍ଷା କରାଯାଇପାରିବ ସେ ନେଇ ସଚେତନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଯୋଜନା ଦିଗହରା: ଭଙ୍ଗା କୁଡ଼ିଆରେ ବିତୁଛି ଦୃଷ୍ଟିହୀନ ଦମ୍ପତି ଚୈତନ୍ୟ-ଅଞ୍ଜନାଙ୍କ ଜୀବନ, ଆଦରିଛନ୍ତି ଭିକ୍ଷାବୃତ୍ତି

ଭବାନୀପାଟଣା, ୧୨।୭(ଡି.ଏନ୍‌.ଏ.): ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାମ କରୁଛି। ହେଲେ ପ୍ରକୃତ ହିତାଧିକାରୀଙ୍କ...

କରୋନା ଟିକା ନେଲେ ୫୦୨ ବରିଷ୍ଠ ନାଗରିକ

ବୁଗୁଡ଼ା,୭।୩ : ବରିଷ୍ଠ ନାଗରିକ ଓ ୪୫ ରୁ ୫୯ ବର୍ଷ ବୟସ ମଧ୍ୟରେ ଗୁରୁତର ରୋଗୀଙ୍କ ପାଇଁ ମାର୍ଚ୍ଚ ୧ ତାରିଖରୁ ଚାଲିଥିବା ଟିକାକରଣ...

ଜିଲା ବାହାର ଗାଡ଼ି ଗଞ୍ଜାମରେ ଅଟକିବା ମନା

ଛତ୍ରପୁର,୨୧ା୩(ଡି.ଏନ୍‌.ଏ.)- ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲାର କୌଣସି ବସ୍‌, ଟ୍ରକ୍‌, ଟ୍ରେଲର ଆଦି ଗାଡ଼ି ଗଞ୍ଜାମ ଜିଲା ଦେଇ ଯାଉଥିବା ବେଳେ ଅଟକିବା ଉପରେ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୭।୬- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ପୋଲସରା ଥାନା ସୋଡ଼କ ଗ୍ରାମପଞ୍ଚାୟତ ମଦରଙ୍ଗାପଲ୍ଲୀ ଗ୍ରାମର ଗନ୍ଧର୍ବ...

ଆଜିଠୁ ଜୁନାଗଡ଼ ସହରରେ ୨ ଦିନିଆ ଶଟ୍‌ଡାଉନ୍‌ ଲାଗୁ: ୧୨ ଓ୍ବାର୍ଡ୍‌ରେ ୪୩ ଟିମ୍‌ କରିବେ ସ୍କ୍ରିନିଂ

ଜୁନାଗଡ଼,୧୨।୯(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲାର ଜୁନାଗଡ଼ ସହରରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସୁରକ୍ଷା ଦୃଷ୍ଟିରୁ କଳାହାଣ୍ଡି ଜିଲାପାଳ ଡ଼ା. ଗାଭାଲି...

ବଜ୍ରପାତରେ ଚାଷୀ ମୃତ

ତିହିଡ଼ି,୨୧।୮(ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କମାରିଆ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ...

ଆଦିବାସୀଙ୍କୁ ମିଳୁନି ପିଡିଏସ୍‌ ସାମଗ୍ରୀ

ଯୋଡ଼ା, ୧୪।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗରିବ ଲୋକମାନେ ସରକାରଙ୍କ ଖାଦ୍ୟ ଯୋଜନାରେ ବାଦ୍‌ପଡି ଅଭାବ ଅନାଟନରେ ଦିନ ବିତାଉଥିବା ଦେଖିବାକୁ...

ବିପୁଳ ପରିମାଣର କାଠ ଜବତ

ପାଲଲହଡା, ୨୨।୫ (ଡି.ଏନ.ଏ.)- ଦେବଗଡ଼ ଡିଭିଜନର ମୋବାଇଲ ସ୍କ୍ବାଡ୍‌ ମଙ୍ଗଳବାର ପାଲଲହଡା ଥାନା ଈଶ୍ୱରନଗର ଗ୍ରାମର ରମାକାନ୍ତ ବିଶ୍ୱାଳଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର...

Advertisement
Archives

Model This Week