Posted inଜାତୀୟ

ମାସକରେ ମଲେଣି ୯ ବାଘ

ଭୋପାଳ/ଉମରିଆ,୩।୫: ଅଭୟାରଣ୍ୟରେ ଅସୁରକ୍ଷିତ ଜାତୀୟ ପଶୁ। ଲକ୍‌ଡାଉନ୍‌ ସମୟରେ ଦେଶର ସଂରକ୍ଷିତ ଜଙ୍ଗଲ ଏବଂ ଅଭୟାରଣ୍ୟରେ ବିଭିନ୍ନ କାରଣରୁ ମରୁଛନ୍ତି ବାଘ। ଶନିବାର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପ ଅଧୀନ ମେଡରା ବୀଡ ଅଞ୍ଚଳରୁ ଏକ ବାଘ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ପାଖାପାଖି ୮ମାସ ହେବ। ଏହି ଶାବକକୁ ମିଶାଇ ଗୋଟିଏ ମାସରେ ଦେଶରେ ୯ ବାଘଙ୍କ ମୃତ୍ୟୁ ଘଟିଲାଣି। କିଛିଦିନ ତଳେ ସୀମା ପରିଧିକୁ ନେଇ ଦୁଇ ବାଘଙ୍କ ମଧ୍ୟରେ ହୋଇଥିବା ଲଢେଇରେ ଗୋଟିଏର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଟି ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥିବାବେଳେ ବାକି ବାଘଙ୍କ ଗଳିତ ମୃତଦେହ ଠାବ କରାଯାଇଛି। ବାନ୍ଧବଗଡ଼ ଟାଇଗର ରିଜର୍ଭ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଆର୍‌ଏଏଫ୍‌ ୪୯୪ ଅଞ୍ଚଳରୁ ବାଘର ମୃତଦେହ ଠାବ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଏହାର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ିବ।
ଏକ ତଥ୍ୟ ଅନୁଯାୟୀ, ମାସକରେ ମରିଥିବା ସମସ୍ତ ବାଘଙ୍କ ବୟସ ୧୦ ବର୍ଷ ମଧ୍ୟରେ। ତେବେ ଲଗାତର ଏପରି ବାଘମୃତ୍ୟୁକୁ ନେଇ ବନ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ଯାଏ ଗୋଟିଏ ବି ବାଘଙ୍କ ମୃତ୍ୟୁ ହୋଇ ନ ଥିଲା। ଗତ ବୁଧବାର ଏକାସଙ୍ଗରେ ୨ ବାଘଙ୍କ ମୃତ୍ୟୁ ହୋଇଥିଲା। ସେଥିରୁ ଗୋଟିଏ ବାନ୍ଧବଗଡ଼ ଟାଇଗର ରିଜର୍ଭରେ ଏବଂ ଅନ୍ୟ ଗୋଟିଏ ମୁକୁନ୍ଦପୁର ଚିଡ଼ିଆଖାନାରେ ହୋଇଛି। ହେଲେ ଚଳିତ ମାସରେ ଏତେସଂଖ୍ୟକ ବାଘମୃତ୍ୟୁର କାରଣ ଜଣାପଡୁନାହିଁ। ସବୁଠୁ ଅଧିକ ବାଘଙ୍କ ମୃତ୍ୟୁ ବାନ୍ଧବଗଡ଼ ନ୍ୟାଶନାଲ ପାର୍କରେ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କାହ୍ନା ନ୍ୟାଶନାଲ ପାର୍କ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଲୋଇସିଂହାର ଭବ୍ୟ ସାଗତ ସମ୍ବର୍ଦ୍ଧନା

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri