Posted inଖେଳ

ମାଲିଙ୍ଗାଙ୍କ ବିଶ୍ୱ ରେକର୍ଡ

କାଣ୍ଡି,୨।୯(ଏଏଫ୍‌ପି): ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା ରବିବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସର୍ବାଧିକ ଉଇକେଟ ନେଇଥିବା ବୋଲର ହେବାର ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍‌ରେ କଲିନ ଡେ’ ଗ୍ରାଣ୍ଡହୋମଙ୍କୁ କ୍ଲିନ ବୋଲ୍ଡ କରି ଏହି ସଫଳତା ପାଇଛନ୍ତି। ଏଥିସହ ସେ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ(୯୮)ଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୧ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ୟର୍କର କିଙ୍ଗ୍‌ ଭାବେ ପରିଚିତ ମାଲିଙ୍ଗା ଗତ ଜୁଲାଇରେ କ୍ୟାରିୟରର ଅନ୍ତିମ ଦିନିକିଆ ଖେଳିଥିଲେ। ସେ ପ୍ରଥମ ଓଭରରେ କଲିନ ମୁନ୍‌ରୋଙ୍କୁ କ୍ଲିନ ବୋଲ୍ଡ ଆଉଟ୍‌ କରି ଆଫ୍ରିଦୀଙ୍କ ସମକକ୍ଷ ହୋଇଥିଲେ। ପୂର୍ବତନ ପାକିସ୍ତାନ ଲେଗ୍‌ ସ୍ପିନର ୯୯ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳି ୯୮ ଉଇକେଟ ନେଇଥିଲେ। ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି୨୦ ପଦାର୍ପଣ କରିଥିବା ୟର୍କର କିଙ୍ଗ୍‌ ୭୪ତମ ମ୍ୟାଚ୍‌ରେ ବିଶ୍ୱର ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri