ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା । ରୀତିନୀତି ଅନୁସାରେ ରାମ, ଲକ୍ଷ୍ମଣ ଶୋଭାଯାତ୍ରାରେ ଆସି ରାବଣ ଦେହରେ ଅଗ୍ନି ସଂଯୋଗ କରିବାର ଥିଲା । ମାତ୍ର କିଛି ସମୟ ପୂର୍ବରୁ ୨ଜଣ ଦୁର୍ବୃତ୍ତ ଆସି ରାବଣ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାନେଶ୍ୱର ଗ୍ରାମର ଅଜିତ ପାତ୍ରଙ୍କୁ କାବୁ କରିନେଇଥିବା ବେଳେ ମିର୍ଗାମୁଣ୍ଡା ଗ୍ରାମର ସତ୍ୟନାରାୟଣ ପାଣିଗ୍ରାହୀ (ଟୁନା) ଫେରାର ହୋଇ ଯାଇଥିଲେ । ବୁଧବାର ଏନେଇ ମାନେଶ୍ୱର ପୂଜା କମିଟି ଓ ବ୍ୟବସାୟୀ ସଂଘ ପକ୍ଷରୁ ଥାନା ଘେରାଉ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏନେଇ ନଂ. ୨୦୧/୧୯ରେ ମାମଲା ରୁଜୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧ ବାର୍ଷିକୀ ଭୋଜି ବେଳେ ଅଘଟଣ : ଗ୍ୟାସ୍‌ ପାଇପ ଚୁଲାରୁ ଖସି ଅଗ୍ନିକାଣ୍ଡ, ୪ ଗୁରୁତର

ରାୟଗଡା ଅଫିସ,୧୧।୨: ରାୟଗଡ଼ାର ଡିଏଫଓ କଲୋନୀରେ ଏକ ଭୋଜି ଚାଲୁଥିବା ବେଳେ ମଙ୍ଗଳବାର ଗ୍ୟାସ ପାଇପ୍‌ ଚୁଲାରୁ ଖସି ଅଘଟଣ ଘଟିଛି। ଏଥିରେ ୪ ଜଣ...

ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ପ୍ରତିଭା ତଥା ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା...

ଜିଲା ଶିଶୁ ସୁରକ୍ଷା ଅଧିକାରୀ ବହିଷ୍କୃତ

ବାଲେଶ୍ୱର ଅଫିସ, ୧୦ା୨:ବାଲେଶ୍ୱର ସହର ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଉତ୍କଳ ବାଳାଶ୍ରମରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଦାୟିତ୍ୱରେ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)...

ମନୀଷ ହତ୍ୟା ମାମଲା: ଅଟକ ୩ ଜଣଙ୍କୁ ପୋଲିସର ଜେରା

ଫୁଲବାଣୀ ଅଫିସ,୧୩।୧୦: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗଙ୍କ ହତ୍ୟା ମାମଲରେ ଟାଉନ ଥାନା ପୁଲିସ...

ଲକ୍‌ଡାଉନ୍‌କୁ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ

ବାଲେଶ୍ୱର ଅଫିସ, ୩୧।୩-ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ବାଇକ୍‌ରେ ବାହାରେ ବୁଲୁଥିବା...

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

ପାଟଣା, ୨୮।୯( ସ୍ବ. ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦେଓ ନଦୀର ମଙ୍ଗଳପୁର ଘାଟରେ ଶନିବାର ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଭାସୁଥିବା...

୩ ବର୍ଷ ପୁଅର ବେକ କାଟି ମାରିଦେଲା ମା’

କୋରାପୁଟ,୧୪।୪(ସ୍ବ.ପ୍ର.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ଲୁକୁମାରୀ ଗ୍ରାମରେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ା ଜଣେ ମା’ ନିଜର ୩ ବର୍ଷର ପୁଅର...

ପିଏଲ୍‌ଏଫ୍‌ଆଇ ଏରିଆ କମ୍ପାଣ୍ଡର ଗିରଫ

ରାଉରକେଲା ଅଫିସ,୨୦-୯:ରାଉରକେଲା ପୋଲିସ ସୀମାନ୍ତରେ ଆତଙ୍କ ଚଳାଇଥିବା ଆଉ ଜଣେ ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ଏରିଆ କମାଣ୍ଡରଙ୍କୁ ଗିରଫ କରିଛି। ତାଙ୍କ...

Advertisement
Archives

Model This Week