ମାନସିକ ରୋଗୀଙ୍କୁ ଏକ୍ସପାଏରି ମେଡିସିନ

କଟକ ଅଫିସ, ୩।୭: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ମେଡିସିନ। ଏହି ମେଡିସିନ ଖାଇ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଘଟିଛି। ଗୁରୁତର ହୋଇପଡିଥିବା ରୋଗୀ ଜଣକ ହେଲେ ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ କୁଷିକଣା ଗଁାର ଜଣେ ମହିଳା। ଏ ସଂକ୍ରାନ୍ତରେ ତାଙ୍କ ପୁଅ ଜୀବନଜ୍ୟୋତି ଦାସ ଗତ ସୋମବାର ଅଭିଯୋଗ କରିଛନ୍ତି। ଅଭିଯୋଗ ସତ୍ତ୍ୱେ ମେଡିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଆଉଜଣେ ରୋଗୀଙ୍କୁ ଏକ୍ସପାଏରି ଔଷଧ ଦିଆଯାଇଥିବାବେଳେ ରୋଗୀଙ୍କ ସମ୍ପର୍କୀୟ ତାହାକୁ ଧରିଥିଲେ। ଏହାକୁ ନେଇ ମେଡିକାଲରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ସାମାଜିକ କର୍ମୀମାନେ ପହଞ୍ଚତ୍ ପ୍ରତିବାଦ ଜଣାଇବା ସହ ହୋହଲ୍ଲା କରିଥିଲେ।
ମିଳିଥିବା ସୂଚନାନୁସାରେ, ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାବାଳିକା କନ୍ୟାଙ୍କୁ ଚିକିତ୍ସା ନିମନ୍ତେ ଏସ୍‌ସିବି ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନକୁ ଆଣିଥିଲେ। ମଙ୍ଗଳବାର ଆଉଟ୍‌ଡୋରରେ ଝିଅକୁ ଦେଖାଇବା ପରେ ଡାକ୍ତର ବିଭିନ୍ନ ଔଷଧ ଲେଖିଥିଲେ। ଔଷଧ ଚିଠାରେ ଭିଟାମିନ ବି କମ୍ପ୍ଲେକ୍ସର ଏକ ସିରପ ଲେଖାଯାଇଥିଲା। ୬୦ଦିନ ପାଇଁ ମେଡିସିନ ନେଇ ଘରକୁ ଯିବା ପାଇଁ ରୋଗୀଙ୍କୁ କୁହାଯାଇଥିଲା। ଡାକ୍ତରଙ୍କ ଚିଠା ଧରି ରୋଗୀଜଣକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପରିସରରେ ଥିବା ନିରାମୟ କେନ୍ଦ୍ରକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଭିଟାମିନ ବି କମ୍ପ୍ଲେକ୍ସର ଯେଉଁ ସିରପ ଦିଆଯାଇଥିଲା ତାହା ଏକ୍ସପାଏରି ହୋଇଥିବା ନାବାଳିକାଙ୍କ ବାପାଙ୍କ ନଜରକୁ ଆସିଥିଲା। ସିରପ୍‌ଟି ଜାନୁୟାରୀ ୨୦୧୮ରେ ପ୍ରସ୍ତୁତ ହୋଇଥିବାବେଳେ ଅବଧି ୨୦୧୯ ଜୁନ ପର୍ଯ୍ୟନ୍ତ ରହିଥିଲା। ଏହା ଜାଣିବା ପରେ ବ୍ୟକ୍ତିଜଣକ ଆଉଟଡୋରରେ ବସିଥିବା ଡାକ୍ତରଙ୍କୁ ଦେଖାଇବା ପରେ ଘଟଣା ପ୍ରଘଟ ହୋଇଥିଲା। ଏହାପୂର୍ବରୁ ପୁରୀ ଜିଲା ନିମାପଡ଼ା କୁଷିକଣା ଗଁାର ମହିଳାଙ୍କୁ ଭିଟାମିନ ଏ ଓ ଡି ବଟିକା ସହିତ ଭିଟାମିନ ବି କମ୍ପ୍ଲେକ୍ସ ସିରପ ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ଔଷଧ ୨୦୧୮ ଜାନୁୟାରୀରେ ପ୍ରସ୍ତୁତ ହୋଇଥିବାବେଳେ ଅବଧି ୨୦୧୯ ଜୁଲାଇ ଉଲ୍ଲେଖ ରହିଛି। ସମ୍ପୃକ୍ତ ମହିଳା ଜଣକ ଏହି ଏକ୍ସପାଏରି ଔଷଧ ଖାଇବା ପରେ ବାରମ୍ବାର ଝାଡ଼ା ହେବା ସହ ବାନ୍ତି କରିଥିଲେ। ଏଥିସହିତ ମୁଣ୍ଡ ବୁଲାଇ ପଡ଼ି ଯାଉଥିବା ତାଙ୍କ ପୁଅ କହିଛନ୍ତି।
ଏ ସମ୍ପର୍କରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡା. ସାରଦା ସ୍ବାଇଁ କୁହନ୍ତି, ଭିଟାମିନ ବି କମ୍ପ୍ଲେକ୍ସର ଅବଧି ସରିଯାଇଥିବାରୁ ତାହାକୁ ରୋଗୀଙ୍କୁ ଦେବା ପାଇଁ ମନା କରାଯାଇଥିଲା। ତେବେ କ’ଣ ପାଇଁ ଷ୍ଟୋର୍‌ ପକ୍ଷରୁ ପୁନର୍ବାର ଏହି ଔଷଧ ଯୋଗାଣ କରାଗଲା ତାହା ମୁଁ ଯାଞ୍ଚ କରିବି।

ପୂର୍ବରୁ ଘଟିଥିବା କିଛି ଘଟଣା
ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରି ମେଡିସିନ ଯୋଗାଣ କରିବା କିଛି ନୂଆ କଥା ନୁହେଁ। ଗତବର୍ଷ ଜାନୁୟାରୀ ମାସରେ ଏକ୍ସପାଏରି ଟିବି ଔଷଧ ଖାଇ କଟକ ସହର ରାଜାବଗିଚା ଅଞ୍ଚଳର ଗୁଡି ନାୟକ ନାମକ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ରାଜ୍ୟରେ ରୋଗୀଙ୍କୁ ଏକ୍ସପାଏରି ଔଷଧ ଦିଆଯାଉଥିବା ନେଇ ୨୦୧୪ରେ ସିଏଜି ରିପୋର୍ଟ ଦେଇଥିଲେ। ୨୦୦୭ରୁ ୨୦୧୩ ମଧ୍ୟରେ ରାଜ୍ୟରେ ରୋଗୀମାନଙ୍କୁ ୩୧ ପ୍ରକାରର ଏକ୍ସପାଏରି ଔଷଧ ଦିଆଯାଇଥିବା ନେଇ ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା। ଏହାକୁ ନେଇ ସେ ସମୟରେ ବହୁ ତୁମ୍ବିତୋଫାନ ହୋଇଥିଲା। ଏବେ ପୁନର୍ବାର ଏକ୍ସପାଏରି ଔଷଧକୁ ନେଇ ଏସ୍‌ସିବି ମେଡିକାଲ ଚର୍ଚ୍ଚାର ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri