ମାନସିକ ରୋଗୀଙ୍କୁ ଏକ୍ସପାଏରି ମେଡିସିନ

କଟକ ଅଫିସ, ୩।୭: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ମେଡିସିନ। ଏହି ମେଡିସିନ ଖାଇ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଘଟିଛି। ଗୁରୁତର ହୋଇପଡିଥିବା ରୋଗୀ ଜଣକ ହେଲେ ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ କୁଷିକଣା ଗଁାର ଜଣେ ମହିଳା। ଏ ସଂକ୍ରାନ୍ତରେ ତାଙ୍କ ପୁଅ ଜୀବନଜ୍ୟୋତି ଦାସ ଗତ ସୋମବାର ଅଭିଯୋଗ କରିଛନ୍ତି। ଅଭିଯୋଗ ସତ୍ତ୍ୱେ ମେଡିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଆଉଜଣେ ରୋଗୀଙ୍କୁ ଏକ୍ସପାଏରି ଔଷଧ ଦିଆଯାଇଥିବାବେଳେ ରୋଗୀଙ୍କ ସମ୍ପର୍କୀୟ ତାହାକୁ ଧରିଥିଲେ। ଏହାକୁ ନେଇ ମେଡିକାଲରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ସାମାଜିକ କର୍ମୀମାନେ ପହଞ୍ଚତ୍ ପ୍ରତିବାଦ ଜଣାଇବା ସହ ହୋହଲ୍ଲା କରିଥିଲେ।
ମିଳିଥିବା ସୂଚନାନୁସାରେ, ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାବାଳିକା କନ୍ୟାଙ୍କୁ ଚିକିତ୍ସା ନିମନ୍ତେ ଏସ୍‌ସିବି ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନକୁ ଆଣିଥିଲେ। ମଙ୍ଗଳବାର ଆଉଟ୍‌ଡୋରରେ ଝିଅକୁ ଦେଖାଇବା ପରେ ଡାକ୍ତର ବିଭିନ୍ନ ଔଷଧ ଲେଖିଥିଲେ। ଔଷଧ ଚିଠାରେ ଭିଟାମିନ ବି କମ୍ପ୍ଲେକ୍ସର ଏକ ସିରପ ଲେଖାଯାଇଥିଲା। ୬୦ଦିନ ପାଇଁ ମେଡିସିନ ନେଇ ଘରକୁ ଯିବା ପାଇଁ ରୋଗୀଙ୍କୁ କୁହାଯାଇଥିଲା। ଡାକ୍ତରଙ୍କ ଚିଠା ଧରି ରୋଗୀଜଣକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପରିସରରେ ଥିବା ନିରାମୟ କେନ୍ଦ୍ରକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଭିଟାମିନ ବି କମ୍ପ୍ଲେକ୍ସର ଯେଉଁ ସିରପ ଦିଆଯାଇଥିଲା ତାହା ଏକ୍ସପାଏରି ହୋଇଥିବା ନାବାଳିକାଙ୍କ ବାପାଙ୍କ ନଜରକୁ ଆସିଥିଲା। ସିରପ୍‌ଟି ଜାନୁୟାରୀ ୨୦୧୮ରେ ପ୍ରସ୍ତୁତ ହୋଇଥିବାବେଳେ ଅବଧି ୨୦୧୯ ଜୁନ ପର୍ଯ୍ୟନ୍ତ ରହିଥିଲା। ଏହା ଜାଣିବା ପରେ ବ୍ୟକ୍ତିଜଣକ ଆଉଟଡୋରରେ ବସିଥିବା ଡାକ୍ତରଙ୍କୁ ଦେଖାଇବା ପରେ ଘଟଣା ପ୍ରଘଟ ହୋଇଥିଲା। ଏହାପୂର୍ବରୁ ପୁରୀ ଜିଲା ନିମାପଡ଼ା କୁଷିକଣା ଗଁାର ମହିଳାଙ୍କୁ ଭିଟାମିନ ଏ ଓ ଡି ବଟିକା ସହିତ ଭିଟାମିନ ବି କମ୍ପ୍ଲେକ୍ସ ସିରପ ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ଔଷଧ ୨୦୧୮ ଜାନୁୟାରୀରେ ପ୍ରସ୍ତୁତ ହୋଇଥିବାବେଳେ ଅବଧି ୨୦୧୯ ଜୁଲାଇ ଉଲ୍ଲେଖ ରହିଛି। ସମ୍ପୃକ୍ତ ମହିଳା ଜଣକ ଏହି ଏକ୍ସପାଏରି ଔଷଧ ଖାଇବା ପରେ ବାରମ୍ବାର ଝାଡ଼ା ହେବା ସହ ବାନ୍ତି କରିଥିଲେ। ଏଥିସହିତ ମୁଣ୍ଡ ବୁଲାଇ ପଡ଼ି ଯାଉଥିବା ତାଙ୍କ ପୁଅ କହିଛନ୍ତି।
ଏ ସମ୍ପର୍କରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡା. ସାରଦା ସ୍ବାଇଁ କୁହନ୍ତି, ଭିଟାମିନ ବି କମ୍ପ୍ଲେକ୍ସର ଅବଧି ସରିଯାଇଥିବାରୁ ତାହାକୁ ରୋଗୀଙ୍କୁ ଦେବା ପାଇଁ ମନା କରାଯାଇଥିଲା। ତେବେ କ’ଣ ପାଇଁ ଷ୍ଟୋର୍‌ ପକ୍ଷରୁ ପୁନର୍ବାର ଏହି ଔଷଧ ଯୋଗାଣ କରାଗଲା ତାହା ମୁଁ ଯାଞ୍ଚ କରିବି।

ପୂର୍ବରୁ ଘଟିଥିବା କିଛି ଘଟଣା
ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରି ମେଡିସିନ ଯୋଗାଣ କରିବା କିଛି ନୂଆ କଥା ନୁହେଁ। ଗତବର୍ଷ ଜାନୁୟାରୀ ମାସରେ ଏକ୍ସପାଏରି ଟିବି ଔଷଧ ଖାଇ କଟକ ସହର ରାଜାବଗିଚା ଅଞ୍ଚଳର ଗୁଡି ନାୟକ ନାମକ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ରାଜ୍ୟରେ ରୋଗୀଙ୍କୁ ଏକ୍ସପାଏରି ଔଷଧ ଦିଆଯାଉଥିବା ନେଇ ୨୦୧୪ରେ ସିଏଜି ରିପୋର୍ଟ ଦେଇଥିଲେ। ୨୦୦୭ରୁ ୨୦୧୩ ମଧ୍ୟରେ ରାଜ୍ୟରେ ରୋଗୀମାନଙ୍କୁ ୩୧ ପ୍ରକାରର ଏକ୍ସପାଏରି ଔଷଧ ଦିଆଯାଇଥିବା ନେଇ ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା। ଏହାକୁ ନେଇ ସେ ସମୟରେ ବହୁ ତୁମ୍ବିତୋଫାନ ହୋଇଥିଲା। ଏବେ ପୁନର୍ବାର ଏକ୍ସପାଏରି ଔଷଧକୁ ନେଇ ଏସ୍‌ସିବି ମେଡିକାଲ ଚର୍ଚ୍ଚାର ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri