ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ

ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ ସମ୍ମିଳନୀ କକ୍ଷରେ ସଚ୍ଚୋଟତା-ଏକ ଜୀବନ ଶୈଳୀ ଶୀର୍ଷକ ଆଲୋଚନାଚକ୍ରରେ ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୁର୍ନୀତି ଏକ ସାମାଜିକ ବ୍ୟାଧିରେ ପରିଣତ ହେଲାଣି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଲେ ଯାଇ ଦୁର୍ନୀତି ହଟିବ ବୋଲି କହିଥିଲେ। ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଧାରାର ଏହା ଏକ ମୁଖ୍ୟ ପ୍ରତିବନ୍ଧକ। ତେଣୁ ଦୁର୍ନିତୀର ମୁଳୋତ୍ପାଟନ କରିବାକୁ ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠା, ସଚ୍ଚୋଟତା ସହିତ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଜିଲାପାଳ ବାନାର୍ଜୀ ମତପ୍ରକାଶ କରିଥିଲେ। ଆରକ୍ଷୀ ଅଧୀକ୍ଷକ ଦେବୀପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦୁର୍ନୀତିର କାୟା କିଭଳି ସମାଜର ସବୁସ୍ତରରେ ବୃଦ୍ଧି ପାଇବାରେ ଲାଗିଛି ସେ ସମ୍ପର୍କରେ ମତ ରଖିଥିଲେ । ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ଜନସାଧାରଣ ସଚେତନ ହେବା ସହ ସରକାରୀ ଯୋଜନା ସମ୍ପର୍କରେ ଅବଗତ ହେଲେ ଦୁର୍ନୀତି କେତେକାଂଶରେ ହ୍ରାସ ପାଇବା ବୋଲି କହିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟବକ୍ତାଭାବେ ଯୋଗଦାନ କରି ଆମ ଦେଶରେ ଦୁର୍ନୀତି କାୟା ବିସ୍ତାର କରିଛି। ତଳସ୍ତରରୁ ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ଏହା ଚାଲିଛି । ବ୍ୟାପକ ସଚେତନତା ଓ ସମ୍ମିଳିତ ଉଦ୍ୟମ ଫଳରେ ସମାଜକୁ ଦୁର୍ନୀତି ମୁକ୍ତ କରାଯାଇପାରିବ ବୋଲି ଡ. ବହିଦାର ମତପ୍ରକାଶ କରିଥିଲେ । ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପକୃଷି ନିର୍ଦ୍ଦେଶକ ସନ୍ତୋଷ ଜେନା, ଗୋରେଖନାଥ ସାହୁ ଓ ଜିଲାର ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଦୁର୍ନୀତି ବିରୋଧରେ ସମସ୍ତେ ଶପଥ ପାଠ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ମିଳିନି ଧାନ ବିକ୍ରି ପ୍ରାପ୍ୟ

ସୋନପୁର,୨୯।୬(ମୃତ୍ୟୁଞ୍ଜୟ ଶତପଥୀ)ମଣ୍ଡିରେ ଧାନ ବିକ୍ରି କରିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ପ୍ରାପ୍ୟ ମିଳିବ ବୋଲି ସରକାର ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ...

ବାହାବେଦିରୁ ମଶାଣି ଭୂଇଁରେ ନବବଧୂ

ବିନିକା,୫।୩: ସରିଥିଲା ବିବାହ, ଯିବାକୁ ଥିଲା ଶାଶୁଘର। ହେଲେ ନବବଧୂ ବର ସହିତ ସଜ୍ଜିତ ଗାଡ଼ିରେ ଯିବା ବଦଳରେ କୋକେଇରେ ଯାଇଥିଲେ ମଶାଣି ଭୂଇଁ ।...

କର୍ନାଟକରେ ଅଟକି ରହିଛନ୍ତି ୭୦ ଦାଦନ ଶ୍ରମିକ

ବିନିକା,୩୦।୩(ଡି.ଏନ୍‌.ଏ)-ସୁବର୍ଣ୍ଣପୁର ଜିଲା ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୭୦ଜଣ ଦାଦନ ଶ୍ରମିକ କର୍ନାଟକ ରାଜ୍ୟ ସିତାନ୍ୟାକାହ୍ଲିଠାରେ ଅଟକି ରହିଛନ୍ତି। ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା ପରଠାରୁ...

କାଠଚୁଲି ଭରସାରେ ୮୨ ବିଦ୍ୟାଳୟ

ସୋନପୁର,୮।୯(ନି.ପ୍ର.): ଛାତ୍ରୀଛାତ୍ରଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। କେନ୍ଦ୍ର ଓ ରାଜ୍ୟ...

ଜେଲ ଗଲେ ଅଭିଯୁକ୍ତ ବାପା, ମା’ ଓ ପୁଅ

ଅମରପାଲି, ୨୧।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରକାଶ ବିଶ୍ୱାଳ(୨୨)ଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ...

ଦୁରଦିନରେ ଗରିବ୍‌ ପରିବାର: ଭାଇ, ମାଏକିନାର ଚିକିଛା ଚିନ୍‌ତାରେ ବିକୀର୍ତ୍ତନ

ବିନିକା,୧୬।୧୨ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ ସେଲେଡ଼ି ପଁଚେତ୍‌ ତୁଲୁଣ୍ଡିପାଲି ଗଁାର ହରିଜନ ପଡ଼ାର ବିକୀର୍ତ୍ତନ ନାଗ(୩୧)। ପରିବାର କହେଲେ ବାପ୍‌ ରମେଶ ନାଗ,...

ଶୀତ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ସମାଗମ

ସୋନପୁର,୧୪।୧୦(ନି.ପ୍ର.):ଶୀତ ଆସିବା ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଲାଣ। ଗୁରୁବାର ସୋନପୁର ସହର ଥନାପତିପଡାରେ ବିରଳ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀଙ୍କୁ ଠାବ କରାଯାଇଛି।...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅର୍ଥମନ୍ତ୍ରୀ, ପରିବହନମନ୍ତ୍ରୀ: ପୁରୀ, ଗଞ୍ଜାମରେ ପତାକା ଉତ୍ତୋଳନ କରିବେ ଜିଲାପାଳ

ସୋନପୁର,୧୫।୮(ନି.ପ୍ର.): ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ପୁରୀରେ ଅର୍ଥମନ୍ତ୍ରୀ ପୂଜାରୀ ଓ...

Advertisement
Archives

Model This Week