ମାଟି ତଳୁ ମିଳିଲା ପୁରାତନ ଦୀପଷ୍ଟାଣ୍ଡ

ଚମ୍ପୁଆ/ଝୁମ୍ପୁରା/ପାଟଣା,୧।୬(ଡି.ଏନ.ଏ/ସ୍ବ.ପ୍ର.)-ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ଅଧୀନ ରସବନ୍ତଳା ଗ୍ରାମରୁ ପୁରାତନ କାଳରେ ବ୍ୟବହାର ହେଉଥିବା ସୌଖୀନଯୁକ୍ତ କାରୁକାର୍ଯ୍ୟ ସମ୍ପନ୍ନ ଏକ ଦୀପଷ୍ଟାଣ୍ଡ ମାଟି ତଳୁ ଉଦ୍ଧାର କରାଯାଇଛି। ଏହା ରାଜା ରାଜରାଜୁଡ଼ା ସମୟରେ ବ୍ୟବହାର କରାଯାଉଥିଲା ବୋଲି ଅନୁମାନ କରାଯାଇଛି। ସୋମବାର ସକାଳୁ ରସବନ୍ତଳା ଗ୍ରାମର ଯୁବ ସାମାଜିକ କର୍ମୀ ଇଂ ବିନୋଦ କୁମାର ନାଏକ ତାଙ୍କ ବାଡିରେ ହଳ କରୁଥିବା ସମୟରେ କୌଣସି ଏକ ଜିନିଷ ତାଙ୍କ ଲଙ୍ଗଳରେ ଲାଗୁଥିବା ଅନୁମାନ କରିଥିଲେ। ପରେ ତାହା ଖୋଳିବାରୁ ଏହା ଏକ ପୁରାତନ ଦୀପଷ୍ଟାଣ୍ଡ ବୋଲି ଜାଣିବାକୁ ପାଇଥିଲେ। ଏହି ଦୀପଷ୍ଟାଣ୍ଡର ରଙ୍ଗ ରୂପାର ରଙ୍ଗ ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୩ .କି.ଗ୍ରାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି। ସୂଚନାଯୋଗ୍ୟ, ବହୁ ବର୍ଷ ପୂର୍ବରୁ ଅସନପାଟ ଅଞ୍ଚଳରେ ଶିବଙ୍କ ଏକ ନଟରାଜ ମୂର୍ତ୍ତି ଉଦ୍ଧାର ହୋଇ ତାହା ଏବେ ସଂଗ୍ରହାଳୟରେ ଶୋଭା ବର୍ଦ୍ଧନ କରୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ବହୁ ପୁରାତନ କୀର୍ତ୍ତିରାଜି ଭୂମିଷ୍ଠ ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ଏଣୁ ସରକାରଙ୍କ ପକ୍ଷରୁ ଅସନପାଟଠାରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବା ଏବଂ କେନ୍ଦୁଝର ଜିଲାରୁ ମିଳୁଥିବା ପ୍ରତ୍ନତତ୍ତ୍ୱ ସାମଗ୍ରୀର ରକ୍ଷଣାବେକ୍ଷଣ କରିବାକୁ ସଂଗ୍ରାହକ ଭଣ୍ଡା ସଞ୍ଜିବନୀ ସାହିତ୍ୟ ସଂସଦ ସମ୍ପାଦକ ଡମ୍ବରୁ ମହାନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟପଡି ଜଣେ ଗୁରୁତର: ୧ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍‌

ବଅଁରପାଳ,୨୬।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅନ୍ତର୍ଗତ ନୂଆହତା ନିକଟର ଜାତୀୟ ରାଜପଥ ପାର୍ଶ୍ୱରେଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।...

ମିର୍ଦ୍ଧାପାଲି ଗାଁରେ କଙ୍ଗାରୁ କୋର୍ଟ

ବଲାଙ୍ଗୀର ଅଫିସ,୩୦ା୧୨:ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଲି ଗଁାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ଏହି ଗଁାର ସରୋଜ ରାଉତଙ୍କ ପରିବାରକୁ ନିଅଁା, ପାଣି...

ସରକାରୀ ଜମି ହଡ଼ପ ଅଭିଯୋଗରେ ବାପା-ପୁଅ ଗିରଫ

ଦାରିଙ୍ଗବାଡ଼ି୨୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବେଧଡ଼କ ଚାଲିଛି ସରକାରୀ ଜମି ହଡ଼ପ। ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା...

ପାଣି ପାଇଁ ଲୋକେ ହଟହଟା

ବୁଗୁଡ଼ା,୯ା୬(ଡି.ଏନ.ଏ.): ବୁଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂରୀକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୋଲାର ପାନୀୟ ଜଳ ପ୍ରକଳ୍ପ ସ୍ଥାପନ...

‘ଓଡ଼ିଆ ଭାଷା ଉପରେ ସଙ୍କଟ ଘନେଇଛି’

ଢେଙ୍କାନାଳ ଅଫିସ, ୨୨।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ମାତୃଭାଷା ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ...

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ,ସ୍ବାସ୍ଥ୍ୟପରୀକ୍ଷା ଉପରେ ଗୁରୁତ୍ୱ

ମାଲକାନଗିରି,୧୦ା୫(ଡି.ଏନ୍‌.ଏ.)-ରାଜ୍ୟ ସରକାର ପ୍ରବାସୀ ଶ୍ରମିଙ୍କୁ ନିଜ ରାଜ୍ୟ ଓ ଜିଲାକୁ ଆଣିବା ପାଇଁ ଘୋଷଣା କଲା ପରେ ମାଲକାନଗିରି ଜିଲାକୁ ଆନ୍ଧ୍ର, ତେଲଙ୍ଗାନା, ମହାରଷ୍ଟ୍ର, କେରଳ,...

ବଞ୍ଚାଇଦେଲା ପୋଷା କୁକୁର

ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...

ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ ମାଓବାଦୀ ଲଗାଇଲେ ବ୍ୟାନର

ନବରଙ୍ଗପୁର/ଝରିଗାଁ,୧୪ା୮(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କର୍ଲାପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀ ପକ୍ଷରୁ ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ କଳା...

Advertisement
Archives

Model This Week