ମାଟିରେ ମିଶିବ ରୂପେଶ ଭଦ୍ରଙ୍କ ବିବାଦୀୟ ଅତିଥିଭବନ: ବିରୋଧ ସତ୍ତ୍ୱେ ଭଙ୍ଗା କାର୍ଯ୍ୟ ଆରମ୍ଭ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ ଶୁକ୍ରବାର ଭଙ୍ଗାଯାଉଛି। ପାଞ୍ଚଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅପରାହ୍ନ ୧୨ଟାରୁ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଖବର ଲେଖାଯିବା ସୁଦ୍ଧା ଦୁଇଟି କ୍ୟାଟ୍‌ ସାହାଯ୍ୟରେ ଘରର ପାଚେରୀ ଭଙ୍ଗା ସରିଥିବା ବେଳେ ମୁଖ୍ୟ ଗୃହ ଭଙ୍ଗା ଜାରି ରହିଛି।

ଗୁରୁବାର ଏ ନେଇ ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ପରିବାରକୁ ନୋଟିସ କରାଯାଇଥିଲା। ସକାଳେ ଏଡିଏମ୍‌ ମିହିର କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ଏଏସ୍‌ପି ରାଜକିଶୋର ଦୋରା, ଭବାନୀଶଙ୍କର ପଟ୍ଟନାୟକ, ଜେନାପୁର-ବଡ଼ଚଣା-କୁଆଖିଆ ଥାନାଧିକାରୀଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଅତିଥିଭବନ ଭଙ୍ଗାଯାଉଛି।

ଭଙ୍ଗାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ସରପଞ୍ଚ ତଥା ରୁପେଶଙ୍କ ସ୍ତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେମାନେ ନୋଟିସ ପାଇଥିବା ବେଳେ ଏତେ କମ୍‌ ସମୟ ବ୍ୟବଧାନରେ କିଭଳି ଭାବେ ଘର ଭଙ୍ଗାଯିବ ସେନେଇ ଆପତ୍ତି ଉଠାଇଥିଲେ । ହେଲେ ପରେ ଅତିଥିଭବନଟି ନିଶ୍ଚିତ ଭଙ୍ଗାଯିବ ବୋଲି ଜାଣିବା ପରେ ସେଠାରୁ ବିଭିନ୍ନ ସାମଗ୍ରୀ ବାହାର କରିନେଇଥିଲେ। ଏହାପରେ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି।

ଅକ୍ଟୋବର ୧୬ ତାରିଖରେ ଉକ୍ତ ଅତିଥିଭବନରେ ସ୍ମିତାରାଣୀଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୁମ୍ବିତୋଫାନ କରାଯାଇଥିଲା। ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଅପରପକ୍ଷେ ରୂପେଶଙ୍କ ଅତିଥିଭବନଟି ବିବାଦୀୟ ଜମିରେ ରହିଥିବା ଖବର ପ୍ରକାଶ ପାଇଥିଲା। ତହସିଲଦାର ଘଟଣାର ଯାଞ୍ଚ କରି ଅତିଥିଭବନଟି ଏକ ସରକାରୀ ଜମିରେ ରହିଥିବା ରିପୋର୍ଟ ପ୍ରଦାନ କରିଥିଲେ। ଏହି ତଥ୍ୟ ପ୍ରଘଟ ହେବା ପରେ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅତିଥିଭବନ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଇରାନ- ଆମେରିକା ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସକାଳୁ ସକାଳୁ ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

ଆମେରିକାକୁ ଚେତାବନୀ ଦେଲା ଚାଇନା: ହର୍ମୁଜକୁ ନେଇ ହଲଚଲ

ବେଜିଂ,୧୫ା୪(ଏଜେନ୍ସି):ପାକିସ୍ତାନ ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ୨୧ ଘଣ୍ଟିଆ ଶାନ୍ତି ଆଲୋଚନାରୁ ନିଷ୍କର୍ଷ ନ ବାହାରିବାରୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଆମେରିକା ଓ ଇରାନ୍‌ ପୁଣି ମୁହଁାମୁହଁି ହୋଇଛନ୍ତି। ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri