ମାଟିରେ ମିଶିବ ରୂପେଶ ଭଦ୍ରଙ୍କ ବିବାଦୀୟ ଅତିଥିଭବନ: ବିରୋଧ ସତ୍ତ୍ୱେ ଭଙ୍ଗା କାର୍ଯ୍ୟ ଆରମ୍ଭ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ ଶୁକ୍ରବାର ଭଙ୍ଗାଯାଉଛି। ପାଞ୍ଚଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅପରାହ୍ନ ୧୨ଟାରୁ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଖବର ଲେଖାଯିବା ସୁଦ୍ଧା ଦୁଇଟି କ୍ୟାଟ୍‌ ସାହାଯ୍ୟରେ ଘରର ପାଚେରୀ ଭଙ୍ଗା ସରିଥିବା ବେଳେ ମୁଖ୍ୟ ଗୃହ ଭଙ୍ଗା ଜାରି ରହିଛି।

ଗୁରୁବାର ଏ ନେଇ ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ପରିବାରକୁ ନୋଟିସ କରାଯାଇଥିଲା। ସକାଳେ ଏଡିଏମ୍‌ ମିହିର କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ଏଏସ୍‌ପି ରାଜକିଶୋର ଦୋରା, ଭବାନୀଶଙ୍କର ପଟ୍ଟନାୟକ, ଜେନାପୁର-ବଡ଼ଚଣା-କୁଆଖିଆ ଥାନାଧିକାରୀଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଅତିଥିଭବନ ଭଙ୍ଗାଯାଉଛି।

ଭଙ୍ଗାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ସରପଞ୍ଚ ତଥା ରୁପେଶଙ୍କ ସ୍ତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେମାନେ ନୋଟିସ ପାଇଥିବା ବେଳେ ଏତେ କମ୍‌ ସମୟ ବ୍ୟବଧାନରେ କିଭଳି ଭାବେ ଘର ଭଙ୍ଗାଯିବ ସେନେଇ ଆପତ୍ତି ଉଠାଇଥିଲେ । ହେଲେ ପରେ ଅତିଥିଭବନଟି ନିଶ୍ଚିତ ଭଙ୍ଗାଯିବ ବୋଲି ଜାଣିବା ପରେ ସେଠାରୁ ବିଭିନ୍ନ ସାମଗ୍ରୀ ବାହାର କରିନେଇଥିଲେ। ଏହାପରେ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି।

ଅକ୍ଟୋବର ୧୬ ତାରିଖରେ ଉକ୍ତ ଅତିଥିଭବନରେ ସ୍ମିତାରାଣୀଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୁମ୍ବିତୋଫାନ କରାଯାଇଥିଲା। ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଅପରପକ୍ଷେ ରୂପେଶଙ୍କ ଅତିଥିଭବନଟି ବିବାଦୀୟ ଜମିରେ ରହିଥିବା ଖବର ପ୍ରକାଶ ପାଇଥିଲା। ତହସିଲଦାର ଘଟଣାର ଯାଞ୍ଚ କରି ଅତିଥିଭବନଟି ଏକ ସରକାରୀ ଜମିରେ ରହିଥିବା ରିପୋର୍ଟ ପ୍ରଦାନ କରିଥିଲେ। ଏହି ତଥ୍ୟ ପ୍ରଘଟ ହେବା ପରେ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅତିଥିଭବନ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଜୀବିକାରେ ବାଧକ ଜଳସେଚନ

କେନ୍ଦ୍ରାପଡ଼ା ଅଫିସ, ୫।୩: କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଉପରେ ନିର୍ଭରଶୀଳ ା ପରିବାର ପ୍ରତିପୋଷଣ ପାଇଁ ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର...

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଛତ୍ରପୁର,୧।୧୧(ଡି.ଏନ୍‌.ଏ.): ଅତ୍ୟବଶ୍ୟକୀୟ ସାମଗ୍ରୀ, ଗ୍ୟାସ, ତୈଳ ଦରଦାମ ବୃଦ୍ଧି ନେଇ ସୋମବାର ଛତ୍ରପୁର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଏ ନେଇ ଛତ୍ରପୁର ଛତ୍ରପୁର...

ମଧୁରଝୋଳ ଗାଁ ଶୂନ୍‌ଶାନ

କବିସୂର୍ଯ୍ୟନଗର,୨୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତ ମଧୁରଝୋଳ ଗ୍ରାମରେ ଗୁଣିଗାରେଡିକୁ କେନ୍ଦ୍ରକରି ଗତ ବୁଧବାର ଜଣେ ମହିଳାଙ୍କୁ ହତ୍ୟା ସହ ୩ ପରିବାରକୁ...

୭ ଦିନରେ ୫ ଜଣଙ୍କ ଘରୁ ଚୋରି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଅବଧି ଏବେ ଚୋରଙ୍କୁ ସୁହାଉଛି। କରୋନା ଭୟରେ ରାଜଧାନୀ ଛାଡ଼ି ଗ୍ରାମକୁ ଯାଇଥିବା ଲୋକଙ୍କ ଘର ଏବେ ଅସୁରକ୍ଷିତ। ଚୋରମାନେ ଘର ତାଲା...

୨ ହଜାର ଟଙ୍କା ପାଇଁ ବନ୍ଧା ହେଲେ ଏଏସ୍‌ଆଇ

ପଦ୍ମପୁର,୫।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଏଏସ୍‌ଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ ଶୁକ୍ରବାର ରାତିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି...

ମର୍ମନ୍ତୁଦ ଦୁର୍ଘଟଣା: ଗଲା ୫ ଜୀବନ

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଜିଲା ସୋନପୁର ମହାନଦୀ ସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବଲେରୋ ଏବଂ ଟ୍ରକ ମଧ୍ୟରେ ମୁହାଁ...

ସମ୍ଭାବ୍ୟ ବାତ୍ୟା ପାଇଁ ୨ଦିନ ରଥ ନିର୍ମାଣ ବନ୍ଦ

ପୁରୀ ଅଫିସ,୧୮ା୫:-ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ କିପରି ମୁକାବିଲା କରାଯାଇପାରିବ ସେନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯଦିଓ ଏହାର ପ୍ରଭାବ ସିଧାସଳଖ...

ପେନାରା ଘାଟିରେ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡି,୨୦।୫(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପେନାରା ଘାଟିରେ ଏକ ବ୍ରିଜ ନିକଟରେ ସଂଯୋଗୀକରଣ ରାସ୍ତା ଦବି ଯାଇଛି। ଫଳରେ ଉକ୍ତ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ...

Advertisement
Archives

Model This Week