ମାଛ ମାରୁଥିବାବେଳେ ପୋଖରୀରେ ବୁଡି ଯୁବକ ମୃତ

ଅମରପାଲି, ୧୨।୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଲପାଲି ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ବିଶାଳପାଲି ଗ୍ରାମର ସୁରେଶ ବୁଡା (୪୦) ।
ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୯ଟା ସମୟରେ ସୁରେଶ ଓ ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହିତ ନିକଟସ୍ଥ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ। ଅନ୍ୟ ଯୁବକ ଜଣକ ନିଜ ଇଟା ଭାଟିରୁ ଆସୁଛି କହି ଚାଲିଯାଇଥିବା ବେଳେ ସୁରେଶ ଜାଲ ଧରି ପୋଖରୀ ଭିତରକୁ ଯାଇଥିଲେ। କିଛି ସମୟ ପରେ ଇଟାଭାଟିରୁ ଯୁବକ ଜଣକ ଆସି ସୁରେଶଙ୍କୁ ଦେଖି ପାରି ନ ଥିଲେ। ପୋଖରୀ ହୁଡାରେ ତାଙ୍କ ଗାମୁଛା ଓ ଚପଲ ଦେଖି ସନ୍ଦେହ ହେବାରୁ ଯୁବକ ଜଣକ ପୋଖରୀକୁ ଯାଇ ଖୋଜିଥିଲେ। ପରେ ସୁରେଶଙ୍କୁ ପାଣିିରୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୁବଳୟା ପୋଲିସ ଘଟଣାସ୍ଥଳକୁ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ସୁବଳୟା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩/୨୦) ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଥାନାଧିକାରୀ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼ ଅଫିସ,୧୨ା୯: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ...

କୃଷ୍ଣ ବଗର୍ତ୍ତି ହତ୍ୟା ଘଟଣା ଆଉ ଜଣେ ଗିରଫ

ଫିରିଙ୍ଗିଆ/କେଳାପଡା, ୩ା୧୨: ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡ଼ାରେ କୃଷ୍ଣଚନ୍ଦ୍ର ବଗର୍ତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ...

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ...

ଧୋଇଗଲା ବାଟାଗୁଡ଼ା ଅସ୍ଥାୟୀ ପୋଲ

କୋଟଗଡ଼, ୧୩।୮ (ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ବାଟାଗୁଡ଼ା ଅସ୍ଥାୟୀ ପୋଲ ଲଗାଣ ବର୍ଷାରେ ମଙ୍ଗଳବାର ପୁଣିଥରେ ଧୋଇଯାଇଛି। ଫଳରେ ଗାଡ଼ିମୋଟର ଯିବାଆସିବା ଠପ୍‌ ହୋଇଯାଇଛି।...

ବିଶ୍ୱସ୍ତରୀୟ ହେବ ରାୟଗଡ଼ା ଷ୍ଟେଶନ

ରାୟଗଡ଼ା ଅଫିସ, ୨୫ା୭: ରାୟଗଡ଼ା ରେଳଷ୍ଟେଶନ ହେବ ବିଶ୍ୱସ୍ତରୀୟ। ଆସନ୍ତା ସେପ୍ଟେମ୍ବରରେ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଆଇଏସ୍‌ଓ-୧୪୦୦୧ ସାର୍ଟିଫିକେଟ ହସ୍ତଗତ ହେବା...

ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା

ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍‌ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା...

ହାତୀପଲ ଗାଁମୁହାଁ, ଗ୍ରାମବାସୀ ଭୟଭୀତ

ସଜନାଗଡ଼,୪ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟର ହାତୀପଲ ଗାଁମୁହାଁ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜିଯାଇଛି। ଅଭୟାରଣ୍ୟ ପାଦଦେଶରେ ଥିବା ତିନିକୋଶିଆ...

ବଳକା ମଧ୍ୟାହ୍ନଭୋଜନରେ ଜୀବେଦୟା

ଓଡ଼ଗଁ।,୩୦ା୬(ସ୍ବ.ପ୍ର.): ସମ୍ପ୍ରତି ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଚଳନ ଥିବା ବେଳେ ପିଲାମାନେ ବଳକା ଖାଦ୍ୟକୁ ନେଇ ଏଣେତେଣେ ଫିଙ୍ଗିବା ନିତିଦିନିଆ ଘଟଣା ହୋଇଛି। ଏହି...

Play 250+ Trending Games
Archives

Model This Week

Why Dharitri