ମା’ଙ୍କ ରୋଗ ଉପଶମ କରିବାକୁ ଯାଇ ପୁଅ ତିଆରି କଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର

ଖୋର୍ଦ୍ଧା ଅଫିସ,୧୬।୧୦:ମା’ଙ୍କ ରୋଗ ଉପଶମର ପଥ ଦେଖାଇଲା ନୂଆ ଉପାୟ। ପୁଅ ତିଆରି କରି ପକାଇଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର। ତାହା କୁକୁଡ଼ା ଅଣ୍ଡାରୁ ଚିଆଁ ଫୁଟାଇବାରେ ସହାୟକ ହୋଇପାରୁଛି। ମା’ଙ୍କ ରୋଗ ଉପଶମ ହେଲା। ପୁଅ କିନ୍ତୁ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଗଲେ। ଯନ୍ତ୍ରକୁ ଦେଖିବାକୁ ଭିଡ ଜମୁଛି ବେଗୁନିଆ ବ୍ଲକର ଚଣ୍ଡିଆପଲ୍ଲା ଗଁାରେ। ଚଣ୍ଡିଆପଲ୍ଲା ଗଁାରେ ରାକେଶ କୁମାର ସ୍ବାଇଁ ଓରଫ ପପୁ ଏହି ଯନ୍ତ୍ର ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି।
ମା’ଙ୍କର ଡାଇବେଟିସ୍‌ ରୋଗ କମାଇବାକୁ ଦରକାର ପଡିଥିଲା ଝାଡ଼ଖଣ୍ଡ କୁକୁଡ଼ା କଡ଼କନାଥର ଅଣ୍ଡା। ବହୁ ଖୋଜାଖୋଜି ପରେ ଏହି ପ୍ରଜାତିର କୁକୁଡ଼ାର ଅଣ୍ଡା ପପୁ ପାଇ ନ ଥିଲେ। ନିଜ ଗଁାକୁ ଖୋର୍ଦ୍ଧାରୁ ଗଲାବେଳେ ଶରଧାପୁରର ମୁନା ଭାଇଙ୍କ ଗ୍ୟାରେଜରେ କିଛିଦିନ ତଳେ କଡ଼କନାଥ କୁକୁଡ଼ା ଦେଖିବାକୁ ପାଇଥିଲେ। ସେହି କୁକୁଡ଼ାର ଅଣ୍ଡା ମାଗି ମାତ୍ର ଗୋଟିଏ ପାଇଥିଲେ। ଗୋଟିଏ ଅଣ୍ଡା ମା’ଙ୍କୁ ଖାଇବାକୁ ଦେବେ ନଁା ଏଥିରୁ ଚିଅଁା ଜନ୍ମ କରି ଏହି ପ୍ରଜାତିର କୁକୁଡ଼ାର ବଂଶ ବଢ଼ାଇବେ, ରାତିତମାମ ଚିନ୍ତା କରିଥିଲେ। ଶେଷରେ ଅଣ୍ଡାରୁ ଚିଅଁା ଫୁଟା ଯନ୍ତ୍ର ନିର୍ମାଣ ଉପାୟ ତାଙ୍କୁ ଜୁଟିଥିଲା। ଅଣ୍ଡାଟିକୁ ମା’ଙ୍କୁ ଖାଇବାକୁ ନ ଦେଇ କୁକୁଡ଼ାର ବଂଶ ବଢ଼ାଇବାକୁ ଯନ୍ତ୍ର ପ୍ରସ୍ତୁତିରେ ଲାଗି ପଡ଼ିଲେ। ବଜାରରୁ କିଛି ସରଞ୍ଜାମ ଯୋଗାଡ଼ କରି ତିଆରି କଲେ ଦେଶୀୟ କୌଶଳରେ ଅଣ୍ଡାରୁ ଚିଅଁା ଫୁଟା ଯନ୍ତ୍ର। ଏହି ଯନ୍ତ୍ରରେ ଏକାଧିକ ଅଣ୍ଡା ଫୁଟାଇ ସାରିଲେଣି। ଏ ନେଇ ପପୁ କୁହନ୍ତି, ଯନ୍ତ୍ର ସହାୟତାରେ ୮୫ରୁ ୯୦ ପ୍ରତିଶତ ଅଣ୍ଡାରୁ ଚିଅଁା ଫୁଟିପାରୁଛି। ୨୦ଦିନ ଅଣ୍ଡା ଯନ୍ତ୍ରରେ ରହିବା ପରେ ଚିଅଁା ଜନ୍ମ ହେଉଛି। ପ୍ରଥମେ ଗୋଟିଏ ଚିଅଁା ବାହାରିଥିଲା। ୨ୟ ଥର ୨୦ଟି ଅଣ୍ଡାରୁ ୧୬ଟି ବାହାରିଛି। ତୃତୀୟ ଥର ପାଇଁ ମଙ୍ଗଳବାର ୪୦ ଅଣ୍ଡାରୁ ଗୋଟିଏ ଚିଅଁା ବାହାରିଛି। ପର୍ଯ୍ୟାୟକ୍ରମେ ଅଣ୍ଡାରୁ ଚିଅଁା ବାହାରିବ ବୋଲି ପପୁ କହିଛନ୍ତି। ପ୍ରଥମ ଚିଅଁା ୫୦ ଦିନର ହୋଇ ସାରିଲାଣି। ଅନ୍ୟଗୁଡିକ ୨୦ଦିନର। ଘରେ ଏବେ କଡ଼କନାଥ, ଆନ୍ଧ୍ର ଦେଶୀ ହାଜରା, ଆନ୍ଧ୍ରର ପ୍ୟାରେଡନୋଜ୍‌ କୁକୁଡ଼ା ରହିଛନ୍ତି। ପ୍ରଥମ ଯନ୍ତ୍ର କାଗଜ କାଟୁନରେ ତିଆରି ହୋଇଥିଲା। ପ୍ରଥମ ଯନ୍ତ୍ରର ସଫଳତା ପରେ ୨ୟ ଯନ୍ତ୍ର ପ୍ଲାଏରେ ନିର୍ମାଣ କରିଥିଲି। ଏବେ ୨୫୦ ଅଣ୍ଡାରୁ ଚିଅଁା ଫୁଟିଲା ପରି ଯନ୍ତ୍ର ନିର୍ମାଣ ଚାଲିଛି। ଏଥିରେ ୧୨ ଭୋଲ୍‌ଟ୍‌ର ଡିସି ଫ୍ୟାନ, ୪୦ ପାୱାର ବଲ ଦୁଇଟା, ହିମୋନିଟ ତାପମାତ୍ରାର ମେଶିନ୍‌, ତାପମାତ୍ରା କଣ୍ଟ୍ରୋଲ ମେଶିନ୍‌, ତାପମାତ୍ରା କଣ୍ଟ୍ରୋଲ ପାଇଁ ରିଲେ ମେଶିନ୍‌, ଅଧା ଲିଟର ପାଣିପାତ୍ର ରହୁଛି। ପ୍ରଥମ ଯନ୍ତ୍ରରେ ୮୦୦ ଟଙ୍କା ଓ ୨ୟ ମେଶିନ୍‌ରେ ୩୫ ଶହ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷେ ଏକ ଅଟୋମେଟିକ୍‌ ଅଣ୍ଡା ରୋଟେଡ୍‌ ମେଶିନ ନିର୍ମାଣ ଚାଲିଛି। ବିଦ୍ୟୁତ୍‌ ବ୍ୟାକ ଅପ୍‌ ଏଥିରେ ୩ ଘଣ୍ଟା ରହିବ। ୨୫୦ ଗୋଟି ଚିଅଁା ବାହାରିବ।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ପୁଅ

ବୁଗୁଡ଼ା,୨୦।୩(ଡି.ଏନ.ଏ.): ଫେବୃୟାରୀ ୨୬ ରାତିରେ ୪୧ ନମ୍ବର ଜୋନ୍‌ର ଭୋଟ ଗଣତି ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକରେ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ...

କିଶୋରନଗର ବ୍ଲକରେ ଅଘୋଷିତ ବିଦ୍ୟୁତ କାଟ, ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ

ବଇଣ୍ଡା,୬।୮ଡି.ଏନ.ଏ.)- କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ଧରଡ଼ପାଳ, ନତଡା, କ୍ଷେତି ଅଞ୍ଚଳରେ ଗତ କିଛିଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଫଳରେ ଗ୍ରାହକଙ୍କ...

ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର...

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବିପତ୍ର ପ୍ରଦାନ

ବାରିପଦା ଅଫିସ,୫ା୬: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନର...

ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଲଘୁଚାପ ପ୍ରଭାବରେ ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ଜିଲାରେ ବର୍ଷା...

ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ

ଧାମନଗର,୧୦।୫ (ଡି.ଏନ.ଏ/ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବିଡିଓଙ୍କ କାର୍ଯ୍ୟାଳୟରେ ସୋମବାର ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି, ଆରକ୍ଷୀ ଅଧୀକ୍ଷକ...

ଗଞ୍ଜାମର ବିଭିନ୍ନ ଆଇସୋଲେଶନ ସେଣ୍ଟରରେ ୩୬୧ ଭୁବନେଶ୍ୱର ଫେରନ୍ତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଭୁବନେଶ୍ୱରରୁ ଗଞ୍ଜାମ ଜିଲାକୁ ଫେରିଥିବା ୩୬୧ ଜଣଙ୍କୁ ବିଭିନ୍ନ ଆଇସୋଲସନ ସେଣ୍ଟରରେ ରଖାଯାଇଛି। ବର୍ତ୍ତମାନ ୫ହଜାର ୮୧୯ ଜଣ ଅନ୍ୟ ରାଜ୍ୟରୁ ଫେରନ୍ତା...

ସହରରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧା ନିଶା କାରବାରର ହବ୍‌ ପାଲଟିଥିବା ବେଳେ ଚୋରା ବନ୍ଧୁକ କାରବାର ମଧ୍ୟ ବଢ଼ିଚାଲିଛି। ଏକାଧିକ ଅସାମାଜିକ ଯୁବକଙ୍କ ପାଖରେ ବନ୍ଧୁକ ରହିଛି।...

Advertisement
Archives

Model This Week