ମା’ଙ୍କ ପାଇଁ ୪୫୩ କି.ମି. ଯାତ୍ରା

କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ ଦିନ ଭିନ୍ନ ଭିନ୍ନ ଚିତ୍ର ନଜରକୁ ଆସୁଛି, ଯାହା ଅତ୍ୟନ୍ତ କରୁଣ ଓ ହୃଦୟ ବିଦାରକ। ଖୋର୍ଦ୍ଧାରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗ ଫେରିବାକୁ ବାହାରିଛନ୍ତି ମେଦିନିପୁର ଅଞ୍ଚଳର ଦୁଇ ଭାଇ। ପଶ୍ଚିମବଙ୍ଗକୁ ଏଠାରୁ ଦୂରତା ୪୫୩ କିଲୋମିଟର। ମା’ଙ୍କ ଦେହ ବହୁତ ଖରାପ। ମା’ ଫୋନରେ ବାରମ୍ବାର ଡାକୁଛନ୍ତି। ଯାହା ହେଲେ ବି ଫେରିବାକୁ ପଡ଼ିବ। ପକେଟରେ ଅଛି ମାତ୍ର ୨୫୦ ଟଙ୍କା। ଭଗବାନଙ୍କୁ ଭରସା କରି ଘରମୁହାଁ ଏହି ପଶ୍ଚିମବଙ୍ଗ ଭ୍ରାତା ଦ୍ୱୟଙ୍କୁ ଶୁକ୍ରବାର କଟକ ଗୋପାଳପୁର ବ୍ରିଜ ନିକଟରେ ଭେଟିଥିଲେ ଆମ ପ୍ରତିନିଧି। ଲକ୍‌ଡାଉନ ସମୟରେ ଭୋଗିଥିବା କଷ୍ଟ ବଖାଣିଥିଲେ ବଡ଼ଭାଇ ଜାଭେଦ ହାସିମ।
ସେ କହିଥିଲେ, ୩ବର୍ଷ ତଳେ ଦୁଇଭାଇ କାମ କରିବାକୁ ଓଡ଼ିଶା ଆସିଥିଲୁ। ପ୍ରଥମେ କିଛି ବର୍ଷ ଆମେ ବାଲେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିନମଜୁରିଆ ଭାବେ କାମ କରିଥିଲୁ। ହେଲେ ପାରିଶ୍ରମିକ ଯାହା ମିଳୁଥିଲା, ସେଥିରୁ ନିଜ ଖର୍ଚ୍ଚ ଉଠାଇ ପରିବାର ପାଇଁ ସଞ୍ଚି ପାରୁ ନ ଥିଲୁ। ତେଣୁ ଖୋର୍ଦ୍ଧାର ଏକ ଟାଇଲ୍‌ କମ୍ପାନୀରେ କାମ କରିବାକୁ ଚାଲି ଆସିଲୁ। ଏଠାରେ ଗତ ବର୍ଷ ଠାରୁ କାମ କରୁଛୁ। କିଛି ମାସ ତଳେ ଘରକୁ ଯାଇ ସଞ୍ଚିଥିବା ସମସ୍ତ ଟଙ୍କା ଦେଇ ଆସିଥିଲୁ। ଏଠାକୁ ଫେରିବା ପରେ ୧୦ ଦିନ କାମ ନ କରୁଣୁ ଲକଡାଉନ ହୋଇଗଲା। କିଛି ଦିନ ପରେ ସବୁ କିଛି ଠିକ ହୋଇଯିବ ବୋଲି ଭାବି ଭଡ଼ାଘରେ ପଡ଼ି ରହିଥିଲୁ। ହେଲେ ଦିନକୁ ଦିନ ପରିସ୍ଥିତି ଜଟିଳ ହେଲା। ଯାହା ଟଙ୍କା ଥିଲା, ସେଥିରେ ଯେମିତି ସେମିତି ତେଲ, ଲୁଣ କିଣି ଚଳିଯାଉଥିଲୁ। ମାତ୍ର ଗତ ୨୦ ଦିନ ହେବ ପେଟ ପୁରାଇ ଖାଇନୁ କି ରାତିରେ ଠିକରେ ଶୋଇ ପାରିନୁ। ସବୁଦିନ ସକାଳ ହେଲେ କ’ଣ ଖାଇବୁ ତାହା ଆମକୁ ଚିନ୍ତାରେ ପକାଉଥିଲା। ଯଦି କେହି କିଛି ଦେଉଥିଲେ ତାହାଲେ ପେଟକୁ ଦାନା ମିଳୁଥିଲା। ଗତ ୭ଦିନ ହେବ ମା’ଙ୍କ ଦେହ ଖରାପ ବୋଲି ଘରୁ ଫୋନ ଆସିଥିଲା। ଏଣୁ ଖୋର୍ଦ୍ଧାର ଏକ ଥାନାରୁ ପାସ୍‌ ଆଣି ଦୁଇଟି ସାଇକେଲ ଧରି ଆମେ ପଶ୍ଚିମବଙ୍ଗ ଫେରୁଛୁ। ଉଭୟ ଏକସଙ୍ଗେ ଖୋର୍ଦ୍ଧାରୁ ବାହାରିଥିଲେ ସୁଦ୍ଧା ସେ କଟକରେ ପହଞ୍ଚି ସାରିଥିବାବେଳେ ସାନଭାଇ ବହୁତ ପଛରେ ରହିଯାଇଛନ୍ତି ବୋଲି ଜାଭେଦ କହିଥିଲେ। ଖୋଦ୍ଧର୍ର୍ା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନ ଥିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମଧ୍ୟ ଘରକୁ ଯିବା ଲାଗି ବ୍ୟବସ୍ଥା କରାଯାଇନାହିଁ ବୋଲି ଜାଭେଦ କ୍ଷୋଭର ସହ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri