ମାଗଣା ଔଷଧ ପାଇଁ ୪୨.୫୨ କୋଟି

କଟକ ଅଫିସ, ୧୯।୬: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବା ପରେ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ପୂର୍ବରୁ ମେଡିକାଲର ବିଭିନ୍ନ ଉତ୍ସରୁ ୟୁଜର୍ସ ଫି ଆଦାୟ କରାଯାଉଥିଲା। ମାତ୍ର ଫେବୃୟାରୀ ପହିଲାରୁ ଏହି ଫି ଆଦାୟ ବନ୍ଦ ରହିଛି। ଏହାପରେ ମାଗଣା ଔଷଧକୁ ନେଇ ଏସ୍‌ସିବି ମେଡିକାଲରେ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମେଡିକାଲ ସହିତ ସହବନ୍ଧିତ ଥିବା ୪ଟି ଔଷଧ ଦୋକାନଗୁଡ଼ିକର ଏସ୍‌ସିବି ଉପରେ ବହୁ କୋଟି ଟଙ୍କାର ବିଲ୍‌ ବାକି ପଡ଼ିଛି। ପାଖାପାଖି ୪ ମାସ ହେବ ସହବନ୍ଧିତ ଦୋକାନଗୁଡ଼ିକ ଏହି ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଏହି ଦୋକାନଗୁଡ଼ିକ ଏବେ ମେଡିକାଲଠାରୁ ୭ କୋଟି ୬୩ ଲକ୍ଷ ୨୩ ହଜାର ୬୬୦ ଟଙ୍କା ପାଇବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ ମାସଠାରୁ ଅଦ୍ୟାବଧି ଏହି ଔଷଧ ଦୋକନଗୁଡ଼ିକୁ ସେମାନଙ୍କ ବକେୟା ପଇଠ କରାଯାଇ ନ ଥିବା କେତେଜଣ ଦୋକାନ ମାଲିକ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଔଷଧ ଯୋଗାଣ ବାବଦରେ ଉପରୋକ୍ତ ୪ଟି ସହବନ୍ଧିତ ଦୋକାନ ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ୩୦ କୋଟି ୫୨ଲକ୍ଷ ୯୪ହଜାର ୬୪୦ ଟଙ୍କାର ବଜେଟ ଆବଶ୍ୟକ ଥିବାବେଳେ ସେଣ୍ଟ୍ରାଲ ଷ୍ଟୋର ନିମନ୍ତେ ୧୨କୋଟି ଟଙ୍କାର ବଜେଟ ଆବଶ୍ୟକତା ରହିଛି। ମୋଟାମୋଟି ଭାବେ ସହବନ୍ଧିତ ଔଷଧ ଦୋକାନ ଓ ସେଣ୍ଟ୍ରାଲ ଷ୍ଟୋର ପାଇଁ ୪୨ କୋଟି ୫୨ ଲକ୍ଷ ୯୪ହଜାର ୬୪୦ ଟଙ୍କାର ଏକ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ସରକାର ମାଗଣା ଔଷଧ ବାବଦରେ ଏତେ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରୁଥିବା ବେଳେ ମେଡିକାଲ ପରିସରରେ ଥିବା ନିରାମୟ କେନ୍ଦ୍ରରେ କେବଳ ଜ୍ୱର, ଝାଡ଼ା ଔଷଧ ମହଜୁଦ ରହୁଛି। ଯାଜପୁର ଅଞ୍ଚଳରୁ ଆସିଥିବା ରୋଗୀ ମନୋରଞ୍ଜନ ସିଂ କୁହନ୍ତି, ବେକରେ ଯନ୍ତ୍ରଣା ଥିବାରୁ ମେଡିସିନ ଆଉଟ୍‌ଡୋରରେ ଡାକ୍ତରଙ୍କୁ ଦେଖାଇଥିଲି। ଡାକ୍ତର ୫ଟି ଔଷଧ ଲେଖିଥିଲେ। ମାତ୍ର ନିରାମୟ କେନ୍ଦ୍ରରେ ଗୋଟିଏ ଔଷଧ ଉପଲବ୍ଧ ଥିଲା। କେନ୍ଦ୍ରାପଡ଼ା ଅଞ୍ଚଳରୁ ଆସିଥିବା ରୋଗୀ ନାରାୟଣ ମହାନ୍ତି କୁହନ୍ତି, ଗତ ୨ ମାସ ହେବ ନିୟମିତ ଭାବେ ନେଫ୍ରୋଲୋଜି ଆଉଟଡୋରକୁ ଚିକିତ୍ସା ପାଇଁ ଆସୁଛି। ଡାକ୍ତର ଲେଖୁଥିବା ଦାମୀ ମେଡିସିନ କଥାକୁ ବାଦଦେଇ ସାମାନ୍ୟ ଆଇରନ ବଟିକା ମଧ୍ୟ ନିରାମୟ କେନ୍ଦ୍ରରେ ୨ମାସ ହେବ ମିଳୁ ନ ଥିବା କହିଛନ୍ତି। ସେହିପରି ସାଲେପୁର ଅଞ୍ଚଳରୁ ଆସିଥିବା ରୋଗୀ ଆଲୋକ ଭୂୟଁା କୁହନ୍ତି, ସରକାର ମାଗଣା ଚିକିତ୍ସାର ଭେଳିକି ଦେଖାଉଛନ୍ତି। ଯେଉଁଠି କାଜୁଆଲିଟିରେ ବ୍ଲେଡ୍‌ ଓ ପ୍ଲାଷ୍ଟର ମିଳୁନି ସେଠାରେ ମାଗଣା ଔଷଧ କେବଳ ଧୂଅଁାବାଣ ବୋଲି ଭୂୟଁା କହିଛନ୍ତି। ଘଟଣା ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି କୁହନ୍ତି, କେଉଁ ସମୟରେ କେମିତି ଗୋଟିଏ ଦୁଇଟି ମେଡିସିନ ଉପଲବ୍ଧ ହେଉ ନ ଥିବ। କିନ୍ତୁ ନିରାମୟ କେନ୍ଦ୍ରରେ ଭରପୂର ଔଷଧ ମହଜୁଦ ରହୁଛି। ଏହାବାଦ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ଆବଶ୍ୟକ ପରିମାଣର ସମସ୍ତ ସୁବିଧା ପାଉଥିବା ସେ କହିଛନ୍ତି । ଏବେ ମେଡିକାଲ ପାଇଁ ଆବଶ୍ୟକ ଥିବା ଔଷଧ ସମ୍ପର୍କରେ ଆମେ ସରକାରଙ୍କୁ ଅବଗତ କରାଇଛୁ। ସହବନ୍ଧିତ ଔଷଧ ଦୋକାନଗୁଡ଼ିକ ପାଇଁ ଆବଶ୍ୟକ ପାଣ୍ଠି ବାବଦରେ ମଧ୍ୟ ବ୍ୟବସ୍ଥା କରାଯାଉଥିବା ପ୍ରଫେସର ମହାନ୍ତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri