Posted inଜାତୀୟ

ମାଓବାଦୀଙ୍କ ପାଖରେ ପାକିସ୍ତାନ ଆର୍ମି ରାଇଫଲ୍‌

ରାୟପୁର, ୧୫।୬: ପାକିସ୍ତାନ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା କଥା ଏବେ ସ୍ପଷ୍ଟ ହୋଇଛି। ନିକଟରେ ଛତିଶଗଡ଼ ଉତ୍ତର ବସ୍ତରର କାଙ୍କେରରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହେବା ପରେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ପାକିସ୍ତାନ ଆର୍ମିର ରାଇଫଲ ଥିବା କୁହାଯାଉଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଭାରତରେ ଅଶାନ୍ତି ସୃଷ୍ଟି ପାଇଁ ମାଓବାଦୀ ଏବଂ ଖଲିସ୍ତାନ ଆତଙ୍କବାଦୀ ସମେତ ଅନ୍ୟ ବିଚ୍ଛିନ୍ନତାବାଦୀ ସଂଗଠନ ସହିତ ଯୋଗାଯୋଗରେ ରହିଥିବା କୁହାଯାଉଛି। ଏଥିରେ ପାକିସ୍ତାନ ଆର୍ମି ଏବଂ କିଛି ଆତଙ୍କବାଦୀ ସଂଗଠନକୁ ସାମିଲ୍‌ କରାଯାଇଛି। ଜବତ ହୋଇଥିବା ରାଇଫଲ ଜର୍ମାନୀର ହେକଲର୍‌ ଆଣ୍ଡ୍‌ କୋଚ୍‌ କମ୍ପାନୀ ଦ୍ୱାରା ନିର୍ମାଣ କରିଥିବା ଜଣାପଡ଼ିଛି। ଏହାକୁ ପାକିସ୍ତାନ ଆର୍ମି ବ୍ୟବହାର କରୁଥିବା କୁହାଯାଉଛି। ଏହାକୁ ନେଇ ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ

ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର...

୧୦ ଲକ୍ଷ ପ୍ରବାସୀ ଘରକୁ ଗଲେଣି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୫: ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷ ପ୍ରବାସୀ ଟ୍ରେନ୍‌ ଯୋଗେ ନିଜ ନିଜ ଘରକୁ ଫେରିଛନ୍ତି। ଏଯାବତ୍‌ ରେଲଓ୍ବେ ୮୦୬ଟି ଶ୍ରମିକ ସ୍ପେଶାଲ ଟ୍ରେନ...

ପ୍ରବଳ ତାତି: ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଲା

ହାଇଦ୍ରାବାଦ୍‌, ୨।୬:ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧିଯୋଗୁ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍‌ ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁସଂଖ୍ୟା ସର୍ବାଧିକ...

ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦିଆଯାଉ କିନ୍ତୁ ୨୫ ବର୍ଷ ପର୍ଯ୍ୟନ୍ତ ଭୋଟଦାନ ଅଧିକାର ନ ମିଳୁ: ଶିବସେନା

ମୁମ୍ବାଇ,୯।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଶିବସେନା ପୁଣି ଥରେ ମନ୍ତବ୍ୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପ୍ରସ୍ତାବକୁ ଶିବସେନା ସମର୍ଥନ କରି...

ପଶ୍ଚିମବଙ୍ଗ ହିଂସା: ମୋଦିଙ୍କୁ ରିପୋର୍ଟ ଦେବେ ରାଜ୍ୟପାଳ

କୋଲକାତା, ୯।୬: ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହିଂସା ଥମିବାର ନାଁ ନେଉନି। ରାଜ୍ୟରେ ପ୍ରତିଦିନ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କେଉଁଠି ନା...

ସ୍ବାମୀଙ୍କୁ ବଦନାମ କରିବା ମଦ୍ୟପ କହିବା କ୍ରୁରତା, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୫।୧୦ : ବମ୍ବେ ହାଇକୋର୍ଟ ପରିବାର କୋର୍ଟର ଆଦେଶକୁ କାଏମ ରଖି ରାୟ ଦେଇଛନ୍ତି ଯେ ବିନା ପ୍ରମାଣରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ...

ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ହେବ ଉପଲବ୍ଧ: ମୋଦି..

ନୂଆଦିଲ୍ଲୀ,୨୧।୬: ଏଣିକି ପୃଥିବୀବ୍ୟାପୀ ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ଉପଲବ୍ଧ ହେବ। ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ...

ଦୁର୍ଘଟଣାରେ ୧୦ ଶିରିଡ଼ି ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନାସିକ/ନୂଆଦିଲ୍ଲୀ,୧୪।୧: ମହାରାଷ୍ଟ୍ରର ଶିରିଡ଼ି ସାଇବାବା ମନ୍ଦିର ଯାଉଥିବା ତୀର୍ଥଯାତ୍ରୀମାନଙ୍କ ବସ୍‌ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨୪...

Advertisement
Archives

Model This Week