Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷିତ: ଭାରତ- ଅଷ୍ଟ୍ରେଲିଆ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ,୯।୯- ଥାଇଲାଣ୍ଡ ଓ ବାଂଲାଦେଶ ଦମ୍‌ଦାର ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରିବା ପରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଆଗାମୀ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୦ ମହିଳା ଟି୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଆଇସିସି ତରଫରୁ ରବିବାର ଏ ନେଇ ଘୋଷଣା କରାଯାଇଛି। ସ୍କଟଲାଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ୍‌ ଇଭେଣ୍ଟରେ ବିଜୟୀ ହେବା ପରେ ବାଂଲାଦେଶ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସହ ବାଂଲାଦେଶ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି। ଅନ୍ୟପଟେ ୧୨ ବର୍ଷ ତଳେ ପ୍ରଥମ ଓ ଶେଷଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଥାଇଲାଣ୍ଡ ମହିଳା ଦଳ ଏଥର ଟି୨୦ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରି ଇତିହାସ ସୃଷ୍ଟି କରିଛି। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍‌ ଓ ପାକିସ୍ତାନ ସହ ଥାଇଲାଣ୍ଡ ଗ୍ରୁପ୍‌ ବି’ରେ ସାମିଲ ହୋଇଛି।
ବିଶ୍ୱକପ୍‌ ଖେଳିବାକୁ ବାଂଲାଦେଶ ଓ ଥାଇଲାଣ୍ଡକୁ ଆମେ ସ୍ବାଗତ କରୁଛୁ ବୋଲି ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍‌ ଲୋକାଲ ଅର୍ଗାନାଇଜିଂ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକେଲେ କହିଛନ୍ତି। କ୍ୱାଲିଫାଇଙ୍ଗ୍‌ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଥାଇଲାଣ୍ଡ ୭୦ ରନରେ ବାଂଲାଦେଶଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲା। ବିଶ୍ୱକପ୍‌ରେ ଥାଇଲାଣ୍ଡ ତା’ର ପ୍ରଥମ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଆସନ୍ତା ଫେବୃୟାରୀ ୨୨ ତାରିଖରେ ଭେଟିବ। ସେହିପରି ବାଂଲାଦେଶ ଫେବୃୟାରୀ ୨୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ।
ଓ୍ବେଷ୍ଟଇଣ୍ଡିଜ୍‌ରେ ୨୦୧୮ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଶ୍ରେଷ୍ଠ ୮ଟି ସ୍ଥାନ ଅଧିକାର କରିଥିବା ଦଳଗୁଡିକ ସିଧାସଳଖ ଏହି ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ଫେବୃୟାରୀ ୨୧ ତାରିଖରେ ମୁହଁାମୁହିଁ ହେବେ। ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଖେଳାଯିବ।
ପରେ ଏହି ବର୍ଷ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ୨୦୨୦ ମଧ୍ୟ ଆୟୋଜନ ହେବ। ଏହା ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବ। ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍‌ ଖେଳିବ। ସେହିପରି ଏହିଦିନ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ, ଏକାଠି ହେଲେ…

ଭୁବନେଶ୍ବର,୫ା୧: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି । ଆଜି ତାଙ୍କର ଭୁବନେଶ୍ବର ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି...

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri