Posted inଖେଳ

ମହିଳା କ୍ରିକେଟ: ରୋମାଞ୍ଚଭରା ମ୍ୟାଚ୍‌ରେ ୧ ରନ୍‌ରେ ହାରିଲା ଭାରତ

ଆଣ୍ଟିଗୁଆ,୨।୧୧- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ରୋମାଞ୍ଚଭରା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧ ରନ୍‌ରେ ପରାସ୍ତ ହୋଇଛି। ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ୨୨୬ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭାରତ ଶେଷ ପର୍ଯ୍ୟନ୍ତ ଖେଳି ୨୨୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ପରାଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭ୍ରମଣକାରୀ ଦଳ ୧-୦ ବ୍ୟବଧାନରେ ପଛୁଆ ରହିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଧାର୍ଯ୍ୟ ୫୦ ଓଭରରେ ୭ ଉଇକେଟ ହରାଇ ୨୨୫ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ଷ୍ଟେଫିନି ଟେଲର ସର୍ବାଧିକ ୯୪ ରନ୍‌ କରିଥିଲେ। ସେ ଇନିଂସର ଅନ୍ତିମ ବଲକୁ ଛକା ମାରି ଶତକ ପୂରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲଙ୍ଗ ଅଞ୍ଚଳ ବାଉଣ୍ଡରିରେ ଛିଡ଼ା ହୋଇଥିବା ହରମନପ୍ରୀତ କୌର ଏକ ଚମତ୍କାର କ୍ୟାଚ ନେଇ ଟେଲରଙ୍କୁ ଶତକରୁ ବଞ୍ଚତ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନତାଶା ମ୍ୟାକଲିନ ୫୧ ଓ ଚେଡିନ ନେଶନ ୪୩ ରନ୍‌ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଶିକ୍ଷା ପାଣ୍ଡେ ଓ ଦୀପ୍ତି ଶର୍ମା ୨ଟି ଲେଖାଏ ଉଇକେଟ ନେଇଥିବାବେଳେ ଝୁଲଣ ଗୋସ୍ବାମୀ, ଇକ୍ତା ବିଷ୍ଟ ଓ ପୁନମ ଯାଦବ ପ୍ରତ୍ୟେକ ଗୋଟିଏ କରି ଉଇକେଟ ହାତେଇଥିଲେ। ଜବାବରେ ପ୍ରିୟା ପୁନିଆଙ୍କ ୭୫, ଜେମିମା ରୋଡ୍ରିଗୁଏଜଙ୍କ ୪୧ ଓ ପୁନମ ରାଉତଙ୍କ ୨୨ ରନ୍‌ ଯୋଗୁ ଭାତରୀୟ ଦଳ ୩୯.୩ ଓଭରରେ ୩ ଉଇକେଟ ହରାଇ ୧୭୦ ରନ୍‌ କରି ମଜଭୁତ ସ୍ଥିତିରେ ଥିଲା। ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ବଳକା ୬୩ ବଲରେ ୫୬ ରନ୍‌ ଦରକାର ଥିଲା। କିନ୍ତୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ଦୁଇ ରନ୍‌ ପଛରେ ରହିଯାଇଥିଲା। ଭାରତୀୟ ଦଳ ୫୦ ଓଭରରେ ୨୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଅଧିନାୟିକା ମିଥାଲି ୨୦, ଦୀପ୍ତି ଶର୍ମା ୧୯ ଓ ଝୁଲଣ ଗୋସ୍ବାମୀ ୧୪ ରନ୍‌ କରିଥିଲେ। ବିଜୟୀ ଦଳ ଲାଗି ଅନୀଷା ମହମ୍ମଦ ୫ ଉଇକେଟ ହାସଲ କରିଥିଲେ। ଅଧିନାୟିକା ଟେଲର ଓ ଶାବିକା ଗଞ୍ଜାବି ୨ଟି ଲେଖାଏ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୩ ତାରିଖରେ ସମାନ ଭେନ୍ୟୁରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅସମ୍ଭବ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ପ୍ରଥମ ଦିନରେ ଇଂଲଣ୍ଡ ଅଧିନାୟକ ଜୋ...

ଭାରତ-ପାକିସ୍ତାନ ସୁପର-୪ରେ ହେବେ ମୁହାଁମୁହିଁ: ବର୍ଷା ବାଧକ ସାଜିବା ଆଶଙ୍କା…

କଲମ୍ବୋ,୧୦।୯ : ଏସିଆ କପରେ ରବିବାର ଭାରତ-ପାକିସ୍ତାନ ସୁପର-୪ରେ ମୁହାଁମୁହିଁ ହେବେ। ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ...

ଏହି ରେକର୍ଡ କହୁଛି ଭାରତ ହାରିବା କଷ୍ଟକର

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୫ ଅଗଷ୍ଟରୁ ହେଡିଙ୍ଗଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ...

ଅଷ୍ଟ୍ରେଲିଆ ୪୮୦ ରନ୍‌ରେ ଅଲ୍‌ଆଉଟ

ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି।...

ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌

ନୂଆଦିଲ୍ଲୀ, ୧୨।୭- ଭାରତୀୟ କ୍ରିକେଟ୍‌ ଦଳର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କ୍ରିକେଟ୍‌ ଦକ୍ଷିଣ...

ଫୁଲ ହାର ପକାଇ ରିଷଭ ପନ୍ତଙ୍କୁ ସ୍ବାଗତ କଲେ କୋଚ: ଜାଣନ୍ତୁ କାହିଁକି

ଲଣ୍ଡନ,୨୩।୭: ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ କରୋନାକୁ ହରାଇ ଟିମ ଇଣ୍ଡିଆରେ ଯୋଗ ଦେଇଛନ୍ତି। ରିଷଭ ପନ୍ତ କିଛି ଫଟୋ ସୋସିଆଲ ମିଡିଆରେ...

ଝାଡ଼ଖଣ୍ଡକୁ ୧୦-୧ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର ୨୧ା୩: ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ୍‌ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ଓ ଆକାଉଣ୍ଟ୍ସ ପୂର୍ବାଞ୍ଚଳ ହକି ଟୁର୍ନାମେଣ୍ଟ ସୋମବାର କଳିଙ୍ଗ ଷ୍ଟାଡିୟମ ହକି...

ସନ୍ୟାସକୁ ନେଇ ଏଭଳି କହିଲେ ଶାମି: ଚର୍ଚ୍ଚାରେ ଏବେ ବୟାନ

ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍‌କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା...

Advertisement
Archives

Model This Week