ମହିଳାଙ୍କ ଓଜନ ବଢ଼ିବାର ୫ ମୁଖ୍ୟ କାରଣ

ଦ ଓବେସିଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିବାହର ୫ ବର୍ଷ ଭିତରେ ପାଖାପାଖି ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫ରୁ ୧୦ କିଲୋ ବଢ଼ି ଯାଇଥାଏ। ଏହି ଘଟଣାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ ପୁରୁଷଙ୍କ ତୁଳନାରେ ଖୁବ୍‌ଶୀଘ୍ର ବଢ଼ିଥାଏ। ନୂଆ ନୂଆ ବାହାଘର ପରେ ଯେତେବେଳେ ହଠାତ୍‌ ଓଜନ ବଢ଼ିବାରେ ଲାଗିଥାଏ, ଲୋକେ ଚିନ୍ତିତ ହୋଇପଡ଼ିଥାନ୍ତି। ଆଉ ମନ ଭିତରେ ଅନେକ ପ୍ରକାର ପ୍ରଶ୍ନ ଆସିଥାଏ। ତେବେ ୫ଟି କାରଣ ଯୋଗୁ ଓଜନ ବୃଦ୍ଧି ପାଇଥାଏ…
* ଖାଦ୍ୟପେୟରେ ପରିବର୍ତ୍ତନ
ବିବାହ ପରେ ଝିଅର ଘର ବଦଳି ଯାଇଥାଏ। ଘର ବଦଳିବା ସହିତ ଅନେକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସେ। ଯେମିତିି ଖାଦ୍ୟପେୟ। ବାପଘର ଏବଂ ଶାଶୁଘର ଖାଦ୍ୟରେ ମସଲା ଓ ପ୍ରସ୍ତୁତି ଶୈଳୀ ଅଲଗା ହୋଇଥାଏ, ଯେଉଁ କାରଣରୁ ପାଚନକ୍ରିୟା ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଛଡ଼ା ବାପଘରେ ଖାଦ୍ୟ ଖାଇବା ପରେ ଏଠିସେଠି ବୁଲିବା କିମ୍ବା ଏପଟ ସେପଟ ହେବା ଦିନଚଯର୍‌ୟାରେ ସାମିଲ ଥିଲା,  ଶାଶୁଘରେ ଏହି ସୁବିଧା ସେଭଳି  ମିଳି ନ ଥାଏ।
*ବାହାରେ ଖାଇବା
ବିବାହ ପରେ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମିଶି ଖାଇବା କିଛି ସପ୍ତାହ ପର୍ଯ୍ୟନ୍ତ ଜାରି ରହିଥାଏ। ଏହାରି ଭିତରେ ହନିମୁନ୍‌ରେ ସବୁ ପ୍ରକାର ଖାଦ୍ୟର ମଜା ନିଅନ୍ତି, ଯେଉଁଥି ପାଇଁ  ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ମଧ୍ୟ ଖାଇଥାନ୍ତି। ଓଜନ ବଢ଼ିବାର ଏହା ମଧ୍ୟ ଆଉ ଏକ କାରଣ ।
*ଦାୟିତ୍ୱବୋଧତା
ବିବାହ ପରେ ଝିଅମାନେ ନିଜ ପସନ୍ଦର ନୁହେଁ, ବରଂ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ଶାଶୁଘର ଲୋକଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ଅଧିକ ଘିଅ, ମସଲା ବ୍ୟବହାର କରିଥାଆନ୍ତି। ଏତେ ପରିଶ୍ରମରେ ପ୍ରସ୍ତୁତ କରିଥିବା ଖାଦ୍ୟ ଯେପରି ନଷ୍ଟ ନ ହେବ, ବେଳେବେଳେ ଅଧିକ ଖାଇବା ମଧ୍ୟ ହୋଇଯାଏ। ସମୟ ସହ ବଦଳୁଥିବା ଏଭଳି ଲାଇଫ୍‌ ଷ୍ଟାଇଲ ମଧ୍ୟ  ଓଜନ ବଢ଼ିବାରେ ଅନ୍ୟ ଏକ ମୁଖ୍ୟ କାରଣ ହୋଇଥାଏ।
*ଅବହେଳା/ଅସାବଧାନତା
ବିବାହ ପୂର୍ବରୁ ଅନେକ ଲୋକ ଆକର୍ଷଣୀୟ ଦେଖାଯିବା ପାଇଁ ଖାଦ୍ୟପେୟରେ ଧ୍ୟାନ ରଖିବା ସହ ନିୟମିତ ବ୍ୟାୟାମ କରିଥାଆନ୍ତି। କିନ୍ତୁ ବିବାହ ପରେ ସବୁକିଛି ଓଲଟପାଲଟ ହୋଇଯାଏ। ନ ଚାହିଁ ବି ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ିଥାନ୍ତି ଏବଂ ଅନେକଙ୍କୁ କାର୍ଯ୍ୟବ୍ୟସ୍ତତା ଯୋଗୁ ବ୍ୟାୟାମ ପାଇଁ ସମୟ ମିଳି ନ ଥାଏ। ଖାଇବା, ପିଇବାର ସମୟ ବଦଳିଯାଏ। କେବେକେବେ ଏହି ଭାବନା ମନ ଭିତରେ ଘର ବସା ବାନ୍ଧିଥାଏ ଯେ ଏବେ ତ ବିବାହ ସରିଯାଇଛି, ଆଉ କ’ଣ ଫରକ ପଡ଼ିବ।
* ଷ୍ଟ୍ରେସ/ଚାପ
ବିବାହ ପରେ ନୂଆ ଘର ବା ପରିବେଶରେ ଖାପ ଖୁଆଇ ଚଳିବା ସାମାନ୍ୟ କଷ୍ଟକର ହୋଇପଡ଼େ। ଏଭଳି ସ୍ଥିତିରେ ଯଦି ଝିଅଟି କର୍ମଜୀବିନୀ ଥାଏ, ତା’ହେଲେ ବୋଝ ଆହୁରି ବଢ଼ିଯାଏ। ଅଫିସ ସହିତ ଘରେ ବି ନିଜର ବେଷ୍ଟ ଦେବା ପ୍ରୟାସରେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ। ଧୀରେଧୀରେ ଷ୍ଟ୍ରେସ ଇଟିଙ୍ଗର ଶିକାର ହୋଇ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri