ମହିଳାଙ୍କଠାରୁ ୪୦ ହଜାର ଟଙ୍କା ଲୁଟ୍‌ ଘଟଣା: ୩ ମାସ ପରେ ୨ କୋର୍ଟ ଚାଲାଣ

ବଡ଼ବିଲ,୨୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଷ୍ଟେଟ୍‌ବ୍ୟାଙ୍କ ଶାଖାରୁ ଜଣେ ମହିଳା ୪୦ ହଜାର ଟଙ୍କା ଉଠାଣ କରି ଫେରୁଥିବା ବେଳେ ଲୁଟ୍‌ ହୋଇଥିଲା। ଏହି ଘଟଣାର ୩ ମାସ ପରେ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କ ନିକଟରୁ ମୋଟ୍‌ ନଗଦ ୪୦ହଜାର ଟଙ୍କା ଜବତ କରିବା ସହ ଲୁଟ୍‌ ଘଟଣାରେ ବ୍ୟବହୃତ ଏକ ବାଇକ୍‌କୁ ମଧ୍ୟ ଜବତ କରିଛି।
ମିଳିଥିବା ସୂଚନାନୁଯାୟୀ, ଏହି ଥାନା ଅନ୍ତର୍ଗତ କାଶିଆ-ଖ ଗ୍ରାମରେ ରହୁଥିବା ନାମସିଂ ମୁଣ୍ଡା ଗତ ସେପ୍ଟେମ୍ବର ୧୬ ତାରିଖରେ ଷ୍ଟେଟ୍‌ବ୍ୟାଙ୍କ ଭଦ୍ରାସାହି ଶାଖାରୁ ୪୦ ହଜାର ଟଙ୍କା ଉଠାଣ କରି ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। ହଠାତ୍‌ ୨ ଲୁଟେରା ଆଖି ପିଛୁଳାକେ ସମସ୍ତ ଟଙ୍କା ଲୁଟିନେଇ ପଳାଇଥିଲେ। ଏ ନେଇ ବଡ଼ବିଲ ଥାନାରେ କେସ୍‌ ନଂ. ୧୭୯/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ଦୀର୍ଘ ୩ ମାସ ୧୪ ଦିନ ପରେ ପୋଲିସ ଉକ୍ତ ଲୁଟ୍‌ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ ସୟାବାଲି ଅଞ୍ଚଳର ପ୍ରଶାନ୍ତ କୁମାର ବାରିକ ଓ ସୁନ୍ଦରଗଡ଼ ଜିଲା କୋଇଡା କମଣ୍ଡୋ ଅଞ୍ଚଳର ହରିହର ଘଣା ବୋଲି ଜଣାପଡ଼ିଛି। ଆଇଆଇସି କହିଛନ୍ତି, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଘଣାଙ୍କ ନିକଟରୁ ୧୨ ହଜାର ୫୦୦ ଟଙ୍କା ଏବଂ ଓଡି ୧୪ ପି୨୮୬୧ ନମ୍ବର ବିଶିଷ୍ଟ ପଲସର ବାଇକ ଜବତ କରାଯାଇଥିବା ବେଳେ ପ୍ରଶାନ୍ତଙ୍କ ନିକଟରୁ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ତେବେ ଉଭୟଙ୍କର ଟିଆଇ ପରେଡ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri