ମହାଶିବରାତ୍ରି ପାଇଁ ପ୍ରସ୍ତୁତ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଛି ଏକାମ୍ର କ୍ଷେତ୍ର। ପୂଜାର୍ଚ୍ଚନାରୁ ଆରମ୍ଭ କରି ମନ୍ଦିର ଉପରକୁ ମହାଦୀପ ଉଠିବା ପର୍ଯ୍ୟନ୍ତ, କେତେବେଳେ କେଉଁ ନୀତି ହେବ, ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୈବପୀଠରେ ପରିପୂର୍ଣ୍ଣ ରାଜଧାନୀରେ ମହାଶିବରାତ୍ରି ଏକ ପ୍ରମୁଖ ଉତ୍ସବ ହୋଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଏନେଇ ବିଶେଷ ଉତ୍ସାହ ରହିଛି। ଦେବାଦିଦେବ ମହାଦେବଙ୍କ ଆରାଧନା ପାଇଁ କ୍ଷେତ୍ର ପ୍ରସ୍ତୁତ ଥିବାବେଳେ କେବଳ ସେହି ମହାର୍ଘ୍ୟ ମୁହୂର୍ତ୍ତକୁ ଅପେକ୍ଷା ରହିଛି।
ମହାଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ମୁକ୍ତେଶ୍ୱର, ମେଘେଶ୍ୱର, ଶତ୍ରୁଘନେଶ୍ୱର ପ୍ରଭୃତି ମନ୍ଦିର ଚତୁଃପାର୍ଶ୍ୱକୁ ସଫା କରାଯିବା ସହ ସୁସଜ୍ଜିତ ଆଲୋକମାଳାରେ ସଜ୍ଜାଯାଇଛି। ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଅଧିକାଂଶ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥିତ ଦର୍ଶନ ଲାଗି ମହିଳା ଓ ପରୁଷଙ୍କୁ ୨ଟି ପୃଥକ୍‌ ଧାଡ଼ିରେ ଭିତରକୁ ଛଡ଼ାଯିବାକୁ ବ୍ୟବସ୍ଥା ହୋଇଛି। ସେହିପରି ରାତି ସମୟରେ ଅତ୍ୟଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। କେତେକ ମନ୍ଦିରରେ ସିସିଟିଭି ମଧ୍ୟ ଲଗାଯାଇଛି। ମନ୍ଦିରଗୁଡ଼ିକରେ ଶୁକ୍ରବାର ପ୍ରାତଃରୁ ମହାଶିବରାତ୍ରି ପାଇଁ ପୂଜାର୍ଚ୍ଚନା ଆରମ୍ଭ ହେବ। ଭୋର୍‌ ୩ଟା ୪୫ରୁ ୪ଟା ୪୫ ମଧ୍ୟରେ ସମସ୍ତ ମନ୍ଦିରର ସାହାଣ ମେଲା ବା ପହଡ଼ ଖୋଲାଯିବା ପରେ ମହାଦେବଙ୍କ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହେବ। ଏହାପରେ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହେବା ସହ ସର୍ବସାଧାରଣଙ୍କ ଦର୍ଶନ ଲାଗି ଦ୍ୱାର ଖୋଲାଯିବ। ତେବେ ଅଧିକାଂଶ ମନ୍ଦିର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ମହାଦୀପ ଉଠାଇବେ। ଶୁକ୍ରବାର ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତିନିର୍ଘଣ୍ଟ ଆରମ୍ଭ ହେବ। ରାତି ୧୦ଟାରେ ଏଠାରେ ମହାଦୀପ ଉଠିବ। ଅନ୍ୟପକ୍ଷରେ କେବଳ ଏକାମ୍ର କ୍ଷେତ୍ର ନୁହେଁ, ଭୁବନେଶ୍ୱରରେ ଥିବା ସମସ୍ତ ଶୈବପୀଠରେ ଜାଗର ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି। ୟୁନିଟ-୯ ଶହୀଦନଗର, ସତ୍ୟନଗର, ବରମୁଣ୍ଡା, ନୟାପଲ୍ଲୀ, ସିଆର୍‌ପି, ଚନ୍ଦ୍ରଶେଖରପୁର, ଡମଣା, ଶୈଳଶ୍ରୀବିହାର, ନୀଳାଦ୍ରି ବିହାର, ମଞ୍ଚେଶ୍ୱର, ରସୁଲଗଡ, ଲକ୍ଷ୍ମୀସାଗର, ଭିଏସ୍‌ଏସ୍‌ ନଗର, ପଳାଶୁଣି ପ୍ରଭୃତି ଅଞ୍ଚଳରେ ଥିବା ଛୋଟବଡ଼ ଶୈବପୀଠଗୁଡ଼ିକ ରଙ୍ଗିନ ଆଲୋକମାଳାରେ ଝଲସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ...

ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍‌ ବାପର ବୋଝ୍‌

  ବିନିକା,୨୪ା୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ସେ...

ଛାତ୍ରୀଛାତ୍ର ଗବେଷଣାତ୍ମକ ମନୋବୃତ୍ତି ନେଇ ଅଧ୍ୟୟନ କରନ୍ତୁ’

ଭୁବନେଶ୍ୱର,୧୬ା୧୧ (ବ୍ୟୁରୋ): ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଗବେଷକ। ପ୍ରତି ଗବେଷଣା ଲୋକଙ୍କ ଉପକାର ପାଇଁ ଉଦ୍ଦିଷ୍ଟ। ତେଣୁ ପୁରାତନରୁ ନୂତନ ଯୁଗ ପର୍ଯ୍ୟନ୍ତ, ନିଆଁର...

୭ରୁ ହାଇବ୍ରିଡ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ, ୫ା୨: ଆସନ୍ତା ୭ ତାରିଖରୁ ହାଇକୋର୍ଟ ହାଇବ୍ରିଡ(ଭର୍ଚୁଆଲ ଓ ଫିଜିକାଲ) ମୋଡ୍‌ରେ ଚାଲିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜୁୁଡିସିଆଲ ଶୁକ୍ରବାର ନିର୍ଦ୍ଦେଶ...

ପ୍ରତି ଶନିବାର ହାଇକୋର୍ଟ ସମେତ ସବୁ କୋର୍ଟ ବନ୍ଦ

କଟକ ଅଫିସ, ୪ା୧୨- ଚଳିତ ମାସର ପ୍ରତି ଶନିବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତିକ୍ରମେ ହାଇକୋର୍ଟ ଏହି...

ମନ୍ତ୍ରୀଙ୍କ ଭାଷଣକୁ ବିରୋଧ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡାଠାରେ ଶୁକ୍ରବାର ବିଜେଡି ସାଙ୍ଗଠନିକ ସଭା ଓ ପଦଯାତ୍ରା ପ୍ରସ୍ତୁତି ଶିବିର ଅବସରରେ ମନ୍ତ୍ରୀ ପ୍ରତାପ ଦେବ ଦେଇଥିବା ଭାଷଣକୁ ଭାଜପା କଡ଼ା ବିରୋଧ...

ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରରେ ଡ୍ରେନେଜ ବ୍ୟବସ୍ଥା ବ୍ୟବସ୍ଥିତ କରିବାକୁ ବୁଧବାର ଚିଠି ଲେଖି ସେ ଅନୁରୋଧ...

ବ୍ରାହ୍ମଣୀ ନଦୀକୂଳରେ ପଡ଼ିଛି ଯୁବତୀଙ୍କ ନଗ୍ନ ମୃତଦେହ

ଯାଜପୁର ଅଫିସ/ବରୀ,୧୮ା୨(ଡି.ଏନ୍‌.ଏ.): ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱ ଅନ୍ୟାସୀପୁର ଠାରେ ଶୁକ୍ରବାର ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ବୟସ ୨୦/୨୧ ହେବ...

Advertisement
Archives

Model This Week